ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୋଟରସାଇକେଲ ଚୋରି, ୨ ଜଣ ଗିରଫ

ଡାବୁଗାଁ, ୫/୯ – ବିଗତ ଦିନରେ ଛତିଶଗଡ଼ ରୁ ମୋଟର ସାଇକେଲ ଚୋରି ହୋଇଥିବା ନେଇ ଛତିଶଗଡ଼ ର ଜଗଦଲପୁର ର କୋତୱାଲି ଥାନା ରେ ଏକ ଚୋରି ମାମଲା ରୁଜୁ ହୋଇଥିଲା । ପରେ ଜଗଦଲପୁର ଠାରେ ଚୋରି କରିଥିବା ଚୋର ଙ୍କ ମଧ୍ୟରୁ ବାବୁଲା ଜାନୀ ନାମକ ଜଣେ ଯୁବକ ଧରା ପଡିଥିଲା । ପରେ ସେ ତାର ସାଥୀଙ୍କ ନାମ କହିଥିଲା । ତେଣୁ ରବିବାର ସନ୍ଧ୍ୟାରେ କୋତୱାଲି ଥାନା ପୋଲିସ ନବରଙ୍ଗପୁର ଜିଲା ଡାବୁଗାଁ ଆସି ତଦନ୍ତ କରିଥିଲେ । ପରେ ରାତ୍ରି ସମୟରେ ଡାବୁଗାଁ ଥାନା ପୋଲିସ ସହାୟତା ରେ ବାବୁଲା ର ସାଥି ଦୈନୁ ସନ୍ତା ଙ୍କୁ ଜୟନ୍ତୀନଗର ରୁ ଗିରଫ କରିଥିଲା । ପରେ ସେମାନଙ୍କ ଠାରୁ କୋତୱାଲୀ ପୋଲିସ ଉକ୍ତ ଚୋରା ଗାଡି ଜବତ କରିଥିଲା ।

ପ୍ରଜ୍ଞା ରଞ୍ଜନ ପରିଡା, ଡାବୁଗାଁ

Related posts

ବିଳାସିନୀ ପୃଷ୍ଟି ଙ୍କ କବିତା ଜ୍ୟୋତି ତୁମେ ଦ୍ରୌପଦୀ ମୁର୍ମୁ

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ଢେଉ

Sunil Chandra Nayak

ଆବଶ୍ୟକ ଥିଲେ ନିଅନ୍ତୁ ବଳକା ଥିଲେ ଦିଅନ୍ତୁ ଉଦଘାଟନ 

Sunil Chandra Nayak

Leave a Comment

error: Content is protected !!