ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମେଗାଲିଫ୍ଟ କେନାଲ ରୁ ଜଳଯୋଗାଣ ଦାବି , ନିର୍ବାହି ଯନ୍ତ୍ରୀଙ୍କ ଦ୍ୱାରସ୍ତ ହେଲେ ୩ ପଞ୍ଚାୟତର ଚାଷୀ

କୋକସରା,୫/୯- ( ମ ନି ସ  )  ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଳରୁ ପାଣି ଯୋଗାଣରେ ଅନିୟମିତତା ଅଭିଯୋଗ କରି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ରେଙ୍ଗାଳପାଲି, ମୂଷାପାଲି ଓ ଡାଲଗୁମା ପଞ୍ଚାୟତର ଶତାଧିକ ଚାଷୀ ସୋମବାର କୁସୁମଖୁଣ୍ଟି ଇନ୍ଦ୍ରାବତୀ ଉଠା ମୁଖ୍ୟବନ୍ଧ ବିଭାଜନ ନିର୍ବାହି ଯନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ, ମେଗାଲିଫ୍ଟ କେନାଲ କାର୍ଯ୍ୟକାରୀ ହୋଇ ପ୍ରାୟ ୨ବର୍ଷ ହୋଇଥିବା ବେଳେ ଆରମ୍ଭରୁ ହିଁ ଜଳଯୋଗାଣ ପରିଚାଳନାରେ ଅନିୟମିତତା ହୋଇଥିବା ନେଇ ଅଞ୍ଚଳର ଚାଷୀମାନେ ଅଭିଯୋଗ କରି ଆସୁଛନ୍ତି । ବିଭାଗୀୟ ଅଧିକାରୀଙ୍କ ଅବହେଳା କାରଣରୁ ଅନେକ ଭୂତଳ ପଏଣ୍ଟରେ ପାଣି ଆସୁନାହିଁ । ଫଳରେ ଚାଷୀ କେନାଲ ପାଣି ଚାଷଜମିକୁ ଲଗାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ମେଗାଲିଫ୍ଟ କେନାଲ ନିର୍ବାହି ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିକଟରେ କୋକସରା ବ୍ଲକରେ ଏକ ଚାଷୀ ସଚେତନତା କର୍ମଶାଳା କରି ଚାଷୀଙ୍କ ସମସ୍ତ ଅଭିଯୋଗକୁ ସମାଧାନ କରିବା ପାଇଁ ମୁଖୀଗୁଡା ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସମେତ କୁସୁମଖୁଣ୍ଟି ନିର୍ବାହି ଯନ୍ତ୍ରୀ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଅଧିକାରୀଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି । ବ୍ଲକରେ ୧୧ ହଜାର ହେକ୍ଟର ପାଇଁ ଜଳ ସେଚନର ବ୍ୟବସ୍ଥା ରହିଥିବା ବେଳେ ଅଧିକାଂଶ ଚାଷଜମି ଜଳସେଚନରୁ ବାଦ ପଡିଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି । ସୋମବାର ବ୍ଲକର ୩ ପଞ୍ଚାୟତର ଚାଷୀମାନେ ନିର୍ବାହି ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅଭିଯୋଗ କରିବାକୁ ଆସିଥିଲେ ମଧ୍ୟ କୌଣସି ଅଧିକାରୀଙ୍କ ଦେଖା ଦର୍ଶନ ମିଳି ନଥିଲା । ପରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ ଦେଇ ଫେରିଛନ୍ତି । ବାରମ୍ବାର ଜଣାଇବା ପରେ ମଧ୍ୟ ଅଧିକାରୀ ମାନେ କୌଣସି ସମାଧାନ କରୁନଥିବା ଚାଷୀ ବିକ୍ରମ କୁମାର ସାହୁ, ଅରବିନ୍ଦ ପଟ୍ଟନାୟକ, ପ୍ରତାପ ବିଶି, ଧୀରେନ୍ଦ୍ର ରାଉତ, ଭୀମସେନ ଖମାରି, ଯଦୁମଣି ସାହୁ, ଅନନ୍ତ ପଟ୍ଟନାୟକ, ମହେନ୍ଦ୍ର ସାହୁ, ନାଗେଶ୍ୱର ଖମାରି, ରାଜ କିଶୋର ସାହୁ ପ୍ରମୁଖ ଚାଷୀମାନେ ଅଭିଯୋଗ କରିଛନ୍ତି ।

Related posts

ଓଡିଆ ପତ୍ରିକା ରାଷ୍ଟ୍ରଦୀପ ର ପାଠକ ସମ୍ମିଳନୀ

Sunil Chandra Nayak

ବିଭିନ୍ନ ଦାବି ନେଇ ପାଚିକା ସଂଘର ବି ଇ ଓ ଅଫିସ ଘେରାଓ

Sunil Chandra Nayak

ଗାମୁଛା ଲଗାଇ ଯୁବକର ଆତ୍ମହତ୍ୟା     

Sunil Chandra Nayak

Leave a Comment

error: Content is protected !!