ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମେଗାଲିଫ୍ଟ କେନାଲ ରୁ ଜଳଯୋଗାଣ ଦାବି , ନିର୍ବାହି ଯନ୍ତ୍ରୀଙ୍କ ଦ୍ୱାରସ୍ତ ହେଲେ ୩ ପଞ୍ଚାୟତର ଚାଷୀ

କୋକସରା,୫/୯- ( ମ ନି ସ  )  ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଳରୁ ପାଣି ଯୋଗାଣରେ ଅନିୟମିତତା ଅଭିଯୋଗ କରି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ରେଙ୍ଗାଳପାଲି, ମୂଷାପାଲି ଓ ଡାଲଗୁମା ପଞ୍ଚାୟତର ଶତାଧିକ ଚାଷୀ ସୋମବାର କୁସୁମଖୁଣ୍ଟି ଇନ୍ଦ୍ରାବତୀ ଉଠା ମୁଖ୍ୟବନ୍ଧ ବିଭାଜନ ନିର୍ବାହି ଯନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ, ମେଗାଲିଫ୍ଟ କେନାଲ କାର୍ଯ୍ୟକାରୀ ହୋଇ ପ୍ରାୟ ୨ବର୍ଷ ହୋଇଥିବା ବେଳେ ଆରମ୍ଭରୁ ହିଁ ଜଳଯୋଗାଣ ପରିଚାଳନାରେ ଅନିୟମିତତା ହୋଇଥିବା ନେଇ ଅଞ୍ଚଳର ଚାଷୀମାନେ ଅଭିଯୋଗ କରି ଆସୁଛନ୍ତି । ବିଭାଗୀୟ ଅଧିକାରୀଙ୍କ ଅବହେଳା କାରଣରୁ ଅନେକ ଭୂତଳ ପଏଣ୍ଟରେ ପାଣି ଆସୁନାହିଁ । ଫଳରେ ଚାଷୀ କେନାଲ ପାଣି ଚାଷଜମିକୁ ଲଗାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ମେଗାଲିଫ୍ଟ କେନାଲ ନିର୍ବାହି ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିକଟରେ କୋକସରା ବ୍ଲକରେ ଏକ ଚାଷୀ ସଚେତନତା କର୍ମଶାଳା କରି ଚାଷୀଙ୍କ ସମସ୍ତ ଅଭିଯୋଗକୁ ସମାଧାନ କରିବା ପାଇଁ ମୁଖୀଗୁଡା ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସମେତ କୁସୁମଖୁଣ୍ଟି ନିର୍ବାହି ଯନ୍ତ୍ରୀ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଅଧିକାରୀଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି । ବ୍ଲକରେ ୧୧ ହଜାର ହେକ୍ଟର ପାଇଁ ଜଳ ସେଚନର ବ୍ୟବସ୍ଥା ରହିଥିବା ବେଳେ ଅଧିକାଂଶ ଚାଷଜମି ଜଳସେଚନରୁ ବାଦ ପଡିଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି । ସୋମବାର ବ୍ଲକର ୩ ପଞ୍ଚାୟତର ଚାଷୀମାନେ ନିର୍ବାହି ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅଭିଯୋଗ କରିବାକୁ ଆସିଥିଲେ ମଧ୍ୟ କୌଣସି ଅଧିକାରୀଙ୍କ ଦେଖା ଦର୍ଶନ ମିଳି ନଥିଲା । ପରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ ଦେଇ ଫେରିଛନ୍ତି । ବାରମ୍ବାର ଜଣାଇବା ପରେ ମଧ୍ୟ ଅଧିକାରୀ ମାନେ କୌଣସି ସମାଧାନ କରୁନଥିବା ଚାଷୀ ବିକ୍ରମ କୁମାର ସାହୁ, ଅରବିନ୍ଦ ପଟ୍ଟନାୟକ, ପ୍ରତାପ ବିଶି, ଧୀରେନ୍ଦ୍ର ରାଉତ, ଭୀମସେନ ଖମାରି, ଯଦୁମଣି ସାହୁ, ଅନନ୍ତ ପଟ୍ଟନାୟକ, ମହେନ୍ଦ୍ର ସାହୁ, ନାଗେଶ୍ୱର ଖମାରି, ରାଜ କିଶୋର ସାହୁ ପ୍ରମୁଖ ଚାଷୀମାନେ ଅଭିଯୋଗ କରିଛନ୍ତି ।

Related posts

“ସାମ୍ବାଦିକ ମାନେ ସ୍କୁଲ୍ କୁ ଯାଇ ପାରିବେ, କିନ୍ତୁ କ୍ଲାସ୍ ପରେ” _ଢେଙ୍କାନାଳ ଜିଲ୍ଲାପାଳ

Sunil Chandra Nayak

ଗୋତୋମୁଣ୍ଡାରେ ମା ସର୍ଵ ମଙ୍ଗଳା ଘାଟି ମୁଣ୍ଡିଆଣିଙ୍କ ଦଣ୍ଡପାଟ ଦଶରା ଉଦଯାପିତ

Sunil Chandra Nayak

ଗୋରୁମହିଷାଣୀ ଥାନା:ଆମଦାବେଡା ଗ୍ରାମରେ ଯୁବକର ଝୁଲନ୍ତା ଶବ ପୋଲିସ ଦ୍ବାରା ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort