ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତମାଖୁ ବିକ୍ରି କରୁଥିବା ୭ ଦୋକାନୀ ଙ୍କୁ ଜୋରିମାନା

ଡାବୁଗାଁ, ୫/୯ – ନବରଙ୍ଗପୁର ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ ଅରୁଣ କୁମାର ମହାରଣା ଙ୍କ ନେତୃତ୍ୱ ରେ ଡାବୁଗାଁ ବ୍ଲକ ସଦର ମହକୁମା ଜନ ସାଧାରଣ ସମାଗମ ଅଞ୍ଚଳରେ ତମାଖୁ ବିକ୍ରିକରୁଥିବା ପ୍ରାୟ ୭ ଟି ଦୋକାନରେ ଚଢ଼ାଉ କରାଯାଇଛି । ପ୍ରାଥମିକ ସ୍ତରରେ ତମାଖୁ ବିକ୍ରୀ ନ କରିବା ନିମନ୍ତେ ବୁଝାଯାଇଥିଲା ପରେ ତମାଖୁ ବିକ୍ରିକରୁଥିବା ୭ ଟି ଦୋକାନରୁ ସମୁଦାୟ ୧୩୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଆଜିର ଏହି ତମାଖୁ ସେବନରୁ ଦୁରେଇ ରହିବା କାର୍ଯ୍ୟକ୍ରମ ରେ ଡାବୁଗାଁ ପୋଲିସ , ଅବକାରୀ ବିଭାଗ ସହଯୋଗ କରିଥିଲେ । ଆଗାମୀ ଦିନରେ ଏହି ଚଢ଼ାଉ ଜୋରଦାର କରାଯିବ ବୋଲି ସୂଚନା ମିଳିଛି ।

ପ୍ରଜ୍ଞା ରଞ୍ଜନ ପରିଡା, ଡାବୁଗାଁ

Related posts

ନୂତନ ଶ୍ରେଣୀ ଗୃହ ଓ ସ୍ବାସ୍ଥ୍ୟ ଶିବିର ଉଦ୍ଘାଟିତ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଭାଲୁକୁଣୀ ଅଡିସନ

Sunil Chandra Nayak

ସାହିତ୍ୟ ଜୀବନ ତରଫରୁ ରାଜ୍ୟ ସ୍ତରୀୟ ଶାରଦୀୟ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!