ଡାବୁଗାଁ, ୫/୯ – ନବରଙ୍ଗପୁର ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ ଅରୁଣ କୁମାର ମହାରଣା ଙ୍କ ନେତୃତ୍ୱ ରେ ଡାବୁଗାଁ ବ୍ଲକ ସଦର ମହକୁମା ଜନ ସାଧାରଣ ସମାଗମ ଅଞ୍ଚଳରେ ତମାଖୁ ବିକ୍ରିକରୁଥିବା ପ୍ରାୟ ୭ ଟି ଦୋକାନରେ ଚଢ଼ାଉ କରାଯାଇଛି । ପ୍ରାଥମିକ ସ୍ତରରେ ତମାଖୁ ବିକ୍ରୀ ନ କରିବା ନିମନ୍ତେ ବୁଝାଯାଇଥିଲା ପରେ ତମାଖୁ ବିକ୍ରିକରୁଥିବା ୭ ଟି ଦୋକାନରୁ ସମୁଦାୟ ୧୩୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଆଜିର ଏହି ତମାଖୁ ସେବନରୁ ଦୁରେଇ ରହିବା କାର୍ଯ୍ୟକ୍ରମ ରେ ଡାବୁଗାଁ ପୋଲିସ , ଅବକାରୀ ବିଭାଗ ସହଯୋଗ କରିଥିଲେ । ଆଗାମୀ ଦିନରେ ଏହି ଚଢ଼ାଉ ଜୋରଦାର କରାଯିବ ବୋଲି ସୂଚନା ମିଳିଛି ।
ପ୍ରଜ୍ଞା ରଞ୍ଜନ ପରିଡା, ଡାବୁଗାଁ