Uncategorizedକୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ମାଟିତ ମାଟି ଇରମ ମାଟି ।। by Sunil Chandra NayakNovember 25, 20220184 Share0 ।। ମାଟିତ ମାଟି ଇରମ ମାଟି ।। କୈଳାସ ଚ଼ନ୍ଦ୍ର ପାଢ଼ୀ ମାଟିତ ମାଟି ଇରମ ମାଟି, ବକ୍ଷେ ଯାହାର ରକ୍ତ-ଝୋଟି ଆଙ୍କି ଦେଇଛି ଏ ମାଟି ପୁଅ, କୁହରେ କୁହ ବୀର-ଗଉରବେ ମହୀୟାନ୍ କିବା ଏ ମାଟି ନୁହଁ ? ବକ୍ଷରେ ତାର କାନଡେରି ଥରେ ଶୁଣରେ ଶୁଣ, ଝଂକୃତ ହୁଏ ବୀର-ବାଣୀ ତାର ବଜ୍ରୁ ଟାଣ ଶତ୍ରୁ ନାଠି ପରାଣ-ଆତଙ୍କେ ପଡ଼େ ରେ ଫାଟି ।। ଏଇଠି ଗୀତାର ମହିମ୍ନ-ଛନ୍ଦ ଉର୍ଦ୍ଧେ ଉଠି ମହାଭାରତର ମହାଗାଥା କୁ ଯେ ଦେଉଛି ରଟି ଜନ୍ମଭୂମିର ସ୍ବାଧୀନତା ଲାଗି ରକ୍ତ ଭେଟି ନିଦକେ ଦେଇଛି ଏ ମାଟିର ପୁଅ ପଛଘୁଞ୍ଚାଦେଇ ଜୀବନ ଭୟରେ ଯାଇନି ହଟି ।। କୁମାର ପୁର।ଅନନ୍ତ ପୁର। ବାସୁଦେବ ପୁର। ଭଦ୍ରକ ।