ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମକବି ସୁଧୀର ପଣ୍ଡା ଙ୍କ କବିତା ଧର୍ମ ସମନ୍ଧ 

ଧର୍ମ ସମନ୍ଧ 

ସ୍ବୟଂ ପିତା ନୁହନ୍ତି ସେ କେବେ ଧର୍ମ ପିତା
ଯା ଜଠରୁ ଜନମିଲୁ ନୁହେଁ ଧର୍ମ ମାତା।୧
ବନ୍ଯହିଂସ୍ର ପଶୁସମ ଭବିଥାଉ ମାତ୍ର
ସ୍ବାର୍ଥ ସାଧନ ନିମନ୍ତେ କରୁ ଧର୍ମ ପୁତ୍ର ।୨
ପରିଚୟ ନାହିଁ ଯାର ତାକୁ ଆଣୁ ଘେନି
ତୋହପୁରେ ବୋଲାଏ ସେ ଧରମ ନନ୍ଦିନୀ।୩
ଖଳ ରମଣୀ ଗହଣେ ଅନାୟସେ ମିଶି
ପଡ଼ି ତାଙ୍କ ପ୍ରେମଫାଶେ ପକାଇଲୁ ଦଂଶି।୪
ନିଜ ମାନ ସମ୍ମାନକୁ ବଂଚାଇବା ପାଇଁ 
ଧର୍ମଭଗିନୀ କରିଲୁ ବକ୍ଷକୁ ଫୁଲାଇ।୫
କୁକର୍ମ ବ୍ଯବସାୟରେ ଲିପ୍ତ ଯେତେ କର୍ତ୍ତା 
ଅକ୍ଷମ ଭବିଲେ ଦିନେ ହେଲେ ଧର୍ମଭ୍ରାତା।୬
ଅର୍ଦ୍ଧାଙ୍ଗିନୀ ବୋଲି ଯାକୁ କରିଲୁ ଗ୍ରହଣ 
ଶାସ୍ତ୍ରମତେ ଆବୋରିଲା ଧର୍ମପତ୍ନୀ ସ୍ଥାନ।୭
ବୁଝିବାକୁ ଅକ୍ଷମ ମୁ ଏ ଗୁଢ଼ ରହସ୍ୟ 
ସ୍ବୟଂପତ୍ନୀ ଧର୍ମପତ୍ନୀ ଲଭିଲା ବିବଶ।୭
ସ୍ବୟଂପତ୍ନୀ ବ୍ୟତୀତ ଆଉ ଯେତେଜଣ
ନହେବେ ନିଜର କେହି ନିଶ୍ଚେ ଏହା ଜାଣ।୮
ସ୍ବୟଂପତ୍ନୀ ଯିଏ ତୋର ତାର ଅଧିକାର 
ରହିଛି ତୋ ଉପରେ ତୁଟିବନି ଚୀର।୯
ତାକୁ ଭାଷ ଧର୍ମପତ୍ନୀ କିମ୍ବା ସ୍ବୟଂପତ୍ନୀ 
ସଂସାରେ କାଟିବୁ ଦିନ ତାକୁ ଏକା ଘେନି।୧୦
ତା ଇଚ୍ଛା ଉପରେ ତାହା କରଇ ନୀର୍ଭର 
ଆଜ୍ଞାବହ ଦାସ ସମ ରହ ବୀରବର।୧୧
ଅଭିନବ ଶାସ୍ତ୍ରଶବ୍ଦ ବିରାଜିଛି ପୁଣି 
ଧରମ ଭାଉଜ ବୋଲି ପୁକାରନ୍ତି ଜ୍ଞାନୀ।୧୨
ଧର୍ମଭାଉଜ ନିମନ୍ତେ ଧରମ ଦେବର 
ଉଣାନାହିଁ ଏ ସମାଜେ ପାଇବୁ ହଜାର।୧୩
କଶ୍ଚିତେ ଆଦରିବୁନି ଧରମର ସ୍ନୁଷା
ବିଜ୍ଞଜନେ ବୁଝିବେନି ଧରମର ଭାଷା।୧୪
ସଂପର୍କ ଆଗରେ ନିଶ୍ଚେ ଧରମ ଶବଦ
ଯୋଡ଼ି ଚାଲିଥିବୁ ଯେବେ ପଡ଼ିଲେ ପ୍ରମାଦ।୧୫
ପରସ୍ପରେ ଆଦରିବ ବୟସ୍ଥା ବୟସ୍ଥ
ଆଦ୍ଯେ ସଂଯୋଗି ଧରମ ଶବ୍ଦ ଯଥାଯଥ।୧୬
ସାଧ୍ବୀ ପାଇଁ ଏ ଶବ୍ଦଟି ଅଟଇ ମହାନ 
ପାଂଶୁଲା ଏହାକୁ ମଣେ ନିଶ୍ଚେ ଅକାରଣ।୧୭
ଅର୍ଥେ ମହାଜନ ପୁଣି ହୋଇଥିବ ଦାନି
ସ୍ବଳ୍ପ ସମୟ ନିମନ୍ତେ ବିରାଜି କାମିନୀ।୧୮
ସ୍ବୟାଂଗନା ଧର୍ମାଂଗନା କିଛି ନାହିଁ ଭେଦ
ସ୍ବୈରିଣୀ ରମଣୀ ମାତ୍ର ରମେ ଅର୍ଥ ସ୍ବାଦ।୧୯
ଧରମ ଶବ୍ଦକୁ ନେଇ ନ ରଚ ଅଧର୍ମ 
ଧର୍ମରତ ଭବି କରିଯାଅ ନିଜକର୍ମ।୨୦
କେତେଦିନୁ ସ୍ବୟଂପତି ପଦରେ ଭୂଷିତ
ହୋଇମଧ୍ୟ ହେଉଅଛୁଁ ଚୀର ହନ୍ତସନ୍ତ।୨୧
ଧର୍ମ ପତି ପଦବୀକି ଅଛି ଶାସ୍ତ୍ରମତ୍ତେ
ଛିଡାହୋଇ ଚାହିଁଅଛୁଁ ଭୂଷଣ ନିମନ୍ତେ ।୨୨,
ଆହେ ଜ୍ଞାନୀଜନେ ତୁମେ ଶାସ୍ତ୍ରରେ କୋବିଦ
ଆଶାକରେଁ ଫେଡିବଟି ଏ ରହସ୍ଯ ଭେଦ।୨୩
ଧର୍ମପତି ପୁକାରିବ ଯେବେ ଧର୍ମପତ୍ନୀ 
ଏ ଗୁଢ଼ରହସ୍ଯ ନିଶ୍ଚେ ପାରିବାଟି ଜାଣି।୨୪
ଆଉ କେଉଁ ସଂପର୍କର ଆଦ୍ଯେ ଯୋଡି ଧର୍ମ
ଧର୍ମପାଠକ ଜନେହେ ସମାପିବ କର୍ମ।୨୫

ଧର୍ମକବି ସୁଧୀର ପଣ୍ଡା

Related posts

ଅପର୍ତ୍ତି ସେଠୀ ଙ୍କ କବିତା କଳାକାର

Sunil Chandra Nayak

ରାଇରଙ୍ଗପୁରରେ ଧୁମ୍ କ୍ଲବ ଆନୁକୁଲ୍ୟରେ ୧୦ ମ ବାର୍ଷିକ ଗଜାନନ ପୂଜା

Sunil Chandra Nayak

ଟ୍ୟାଙ୍କର ପିଟିଲା ବାଈକ କୁ ଦୁଇ ଗୁରୁତର ଆହତ

Sunil Chandra Nayak

Leave a Comment

error: Content is protected !!