ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଖାଲ ଚନ୍ଦ୍ର ସ୍ବାଇଁ ଙ୍କ କବିତା ଶୀତ ଆସେ

ଶୀତ ଆସେ

ନିରୁପାୟ ଶୀତ ଆସେ,
ନିସ୍ତବ୍ଧ ରାତିରେ,
ସାରା ବିଶ୍ଵ ଶୋଇଗଲା ପରେ,
ଚତୁର୍ଥାବସ୍ଥାର ସିଂହଟିଏ,
ପାକୁଆ ମାଢିରେ ଶାବକକୁ ଗେହ୍ଲ କଲା ପରି।
 ନିରୁପାୟ ଶୀତ ଆସେ,
ଅନଳାଭିମୁଖୀ,
ବିଶ୍ଵାସ ଘାତକ,ବିଶ୍ଵତ୍ତାପ ନଜର ବନ୍ଦୀ ରେ,
ଅବଦମିତ,ଅର୍ଦ୍ଧ ପରାଜିତ ଶାସକ ଟେ ପରି,
ନିରୁପାୟ ଶୀତ ଆସେ,
ନୀରବ ଘାତକର ଚକ୍ରବ୍ୟୁହରେ କବଳିତ,
ନିଃସହାୟ କର୍କଟ ରୋଗୀଟେ ପରି;
ନିରୁପାୟ ଶୀତ ଆସେ,
ନିଜର ଭୂଖଣ୍ଡରୁ ବିତାଡିତ ନରପତି ଭଳି,
ଆତ୍ମ ସୁରକ୍ଷାର ବଙ୍କର ଖୋଜି ଖୋଜି।
ନିରୁପାୟ ଶୀତ ଆସେ,
ଆଇ. ସି. ୟୁ. ଭିତରେ,
ଶୀତ ତାପ ନିୟନ୍ତ୍ରିତ ଘରେ,
ଅବା,
ଫ୍ରିଜ ଭିତରେ,
ନିଜର ଇଲାକାକୁ ସଙ୍କୁଚିତ କରି;
କ୍ଲୋରୋଫୋରୋ କାର୍ବନ୍ ର ବିଷମୟ ମଞ୍ଜି ବୁଣିଥିବା,
ଗ୍ଲୋବାଲ ୱରମିଙ୍ଗର ଚଉହଦୀ ଭିତରେ,
ଆତ୍ମହତ୍ୟା ଉଦ୍ୟମ କରୁଛି,
ଓଜୋନୋ ସ୍ତରରେ ଗର୍ତ୍ତ ସୃଷ୍ଟି କରି।
ନିରୁପାୟ ଶୀତ ଆସେ,ଥିରି ଥିରି,
ନୀରବ ପାଦରେ,
ଜଳ,ସ୍ଥଳ ଆକାଶକୁ କବଜା କରିଥିବା,
ବିଶ୍ଵ ଉତ୍ତାପର କାରା ପାଚେରୀ ଡେଇଁ;
କାର୍ବନ ଡାଇଅକସାଇଡ,
ମିଥେନ୍,
ଅବା
ନାଇଟ୍ରୋସ୍ ଅକ୍ସାଇଡ୍ ର ମିସାଇଲ୍ ମାଡ଼ରେ,
କ୍ଷତାକ୍ତ, ଆଗାମୀ ପୀଢ଼ିର ଭବିଷ୍ୟକୁ,
ଅନ୍ଧାରକୁ ଠେଲି ଠେଲି।

  ରାଖାଲ ଚନ୍ଦ୍ର ସ୍ବାଇଁ

ଏଡଭୋକେଟ୍ ଭଦ୍ରକ

Related posts

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା କଥାଟିଏ

Sunil Chandra Nayak

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ରୁପ୍ରାର ନୂତନ ପରିଚାଳନା କମିଟି ଗଠନ

Sunil Chandra Nayak

ଢେଙ୍କାନାଳ – ବିକାଶ ପୁରୁଷ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ଆଫ୍ରିକା ଗସ୍ତ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!