ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା  ରଥରେ ଦର୍ଶନ କରିବା

 ରଥରେ ଦର୍ଶନ କରିବା

ଆସହେ ଭକତ ଚକା ନୟନ କୁ

   ରଥରେ ଦର୍ଶନ କରିବା

ଜୀବନର ଯେତେ ଦୁଃଖ ଯାତନା କୁ

    ହସି ହସି ଭୁଲିଯିବା।।

ପରବ୍ରହ୍ମ ସେ ଯେ ଚତୁର୍ଦ୍ଧା ମୁରତି

   ଭକତ ବତ୍ସଳ ହରି

ଭାବର ଠାକୁର ନିଳାଦ୍ରୀ ବିହାରି

   ଦୟାମୟ ଦଇତାରି।।

ମନ କିଣିନିଏ ବାଙ୍କ ଚାହାଣିରେ

   ଅଧା ନାଲିହସ ତାର

ଲାବଣ୍ୟ ସମ୍ଭାର ଅପରୁପ ଶୋଭା

    ଦିଶେ କେଡେ ମନହର।।

ଆଷାଢର ଶୁକ୍ଲ ଦ୍ବିତୀୟା ତିଥିରେ

    ଯିବେ ଶ୍ରୀଗୁଣ୍ଡିଚା ଘର

ଭାଇ ଭଗ୍ନି ତିନି ନଅ ଦିନ ରହି

    ବାହୁଡିବେ ଶ୍ରୀ ମନ୍ଦିର।।

ଭକତ ଭିଡରେ ରଥଯାତ୍ରା ଦିନ

     ଶ୍ରୀ ବଡଦାଣ୍ଡକୁ ଯିବା

ରଥର ଦଉଡି ଭକତିରେ ଭିଡି

      ନିଜ ହସ୍ତେ ଟାଣୁ ଥିବା।।

ଅପବିତ୍ର ନେତ୍ର ପବିତ୍ର କରିବା

    ଦର୍ଶନ କରି ଶ୍ରୀମୁଖ

ମଣିଷ ଜନମ ସାର୍ଥକ କରିବା

    ପାଇବା ସରଗ ସୁଖ।।

ଆହେ ମହାବାହୁ ଶ୍ରୀ ପୁରୁଷୋତ୍ତୋମ

    ଏତିକି ସୁଦୟା ହେଉ

ମରିବା ଆଗରୁ ଶ୍ରୀ ମୁଖ ଦର୍ଶନ

    ମୋ ଭାଗ୍ୟରେ ଲେଖା ହେଉ।।

ଲୋଡା ନାହିଁ ପ୍ରଭୁ ଧନମାନ କିଛି

    ଲଭିଲେ ପ୍ରଭୁ ଦର୍ଶନ

ଗାଇ ପ୍ରଭୁ ନାମ ବିତିଯାଉ ଦିନ

    ଧନ୍ୟ ହେବ ଏ ଜୀବନ।।

 

         ମମତା ସାହୁ

       ଗାଈଗାଁ,କଳାହାଣ୍ତି

Related posts

ରାଉରକେଲା କଲେଜରେ ରାଷ୍ଟ୍ରୀୟ ଏକତା ଦିବସ ଓ ସତର୍କତା ଜଗରୁକତା ସପ୍ତାହ ଓ ପ୍ରତିଜ୍ଞାପାଠ

Sunil Chandra Nayak

ଆଇ ସହିତ ଗାଧୋଇବାକୁ ଯାଇଥିବାବେଳେ ପୋଖରୀରେ ବୁଡ଼ି ନାବାଳକର ମ୍ରୁତ୍ୟୁ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ସପନ ନଈର ତୁଠେ

Sunil Chandra Nayak

Leave a Comment

error: Content is protected !!