ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା  ରଥରେ ଦର୍ଶନ କରିବା

 ରଥରେ ଦର୍ଶନ କରିବା

ଆସହେ ଭକତ ଚକା ନୟନ କୁ

   ରଥରେ ଦର୍ଶନ କରିବା

ଜୀବନର ଯେତେ ଦୁଃଖ ଯାତନା କୁ

    ହସି ହସି ଭୁଲିଯିବା।।

ପରବ୍ରହ୍ମ ସେ ଯେ ଚତୁର୍ଦ୍ଧା ମୁରତି

   ଭକତ ବତ୍ସଳ ହରି

ଭାବର ଠାକୁର ନିଳାଦ୍ରୀ ବିହାରି

   ଦୟାମୟ ଦଇତାରି।।

ମନ କିଣିନିଏ ବାଙ୍କ ଚାହାଣିରେ

   ଅଧା ନାଲିହସ ତାର

ଲାବଣ୍ୟ ସମ୍ଭାର ଅପରୁପ ଶୋଭା

    ଦିଶେ କେଡେ ମନହର।।

ଆଷାଢର ଶୁକ୍ଲ ଦ୍ବିତୀୟା ତିଥିରେ

    ଯିବେ ଶ୍ରୀଗୁଣ୍ଡିଚା ଘର

ଭାଇ ଭଗ୍ନି ତିନି ନଅ ଦିନ ରହି

    ବାହୁଡିବେ ଶ୍ରୀ ମନ୍ଦିର।।

ଭକତ ଭିଡରେ ରଥଯାତ୍ରା ଦିନ

     ଶ୍ରୀ ବଡଦାଣ୍ଡକୁ ଯିବା

ରଥର ଦଉଡି ଭକତିରେ ଭିଡି

      ନିଜ ହସ୍ତେ ଟାଣୁ ଥିବା।।

ଅପବିତ୍ର ନେତ୍ର ପବିତ୍ର କରିବା

    ଦର୍ଶନ କରି ଶ୍ରୀମୁଖ

ମଣିଷ ଜନମ ସାର୍ଥକ କରିବା

    ପାଇବା ସରଗ ସୁଖ।।

ଆହେ ମହାବାହୁ ଶ୍ରୀ ପୁରୁଷୋତ୍ତୋମ

    ଏତିକି ସୁଦୟା ହେଉ

ମରିବା ଆଗରୁ ଶ୍ରୀ ମୁଖ ଦର୍ଶନ

    ମୋ ଭାଗ୍ୟରେ ଲେଖା ହେଉ।।

ଲୋଡା ନାହିଁ ପ୍ରଭୁ ଧନମାନ କିଛି

    ଲଭିଲେ ପ୍ରଭୁ ଦର୍ଶନ

ଗାଇ ପ୍ରଭୁ ନାମ ବିତିଯାଉ ଦିନ

    ଧନ୍ୟ ହେବ ଏ ଜୀବନ।।

 

         ମମତା ସାହୁ

       ଗାଈଗାଁ,କଳାହାଣ୍ତି

Related posts

ମାଝୀଗୁଡାରେ କୁରାଲ ଦେବତାଙ୍କ ପୂଜା ଆରମ୍ଭ

Sunil Chandra Nayak

ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ରାଜ୍ୟ ସଭା ସାଂସଦ ମମତା ମହାନ୍ତଙ୍କ ଦ୍ବାରା ଶୁଭ ଉଦଘାଟିତ

Sunil Chandra Nayak

ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ, ୧୯୪୭ ଅଗଷ୍ଟ ୧୫ରେ ଜନ୍ମ ଗ୍ରହଣ କରିଥିଲେ l

masiha

Leave a Comment

error: Content is protected !!