ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବାହୁଡା଼ ଲୀଳା

   ବାହୁଡା଼ ଲୀଳା

ଉପେନ୍ଦ୍ର କୁମାର ବସ୍ତିଆ

 

ଗୁଣ୍ଡିଚା ମନ୍ଦିରୁ ବାହୁଡ଼ା ଯାତ୍ରାରେ

    ପ୍ରଭୁପୁଣି ଫେରିଯିବେ 

ଗୁଣ୍ଡିଚା ମାଆ ଦୁଃଖରେ ଅଧିର 

    ପ୍ରଭୁ ପରକରିଦେବେ ।।

 ମିଳନ ଯେଉଁଠି ବିଚ୍ଛେଦ ସେଇଠି 

    ଇଏତ ନିଛକ ସତ

ପ୍ରଭୁ ଆସିଥିଲେ ଲୀଳାଖେଳା କଲେ 

    ଦୁଃଖ ଗୁଣ୍ଡିଚା ମା ଚିତ୍ତ ।।

ଜୀବନର ରଥ ଚାଲି ଚାଲି ପଥ 

      ବାହୁଡି ଜିବତ ଦିନେ 

  ଚିରସ୍ଥାୟୀ ନୁହେଁ ସକଳେ ଅଚୀର 

    କହିଥାନ୍ତି ସାଧୁ ଜନେ ।

ବାହୁଡ଼ା ଯାତ୍ରାରେ ବାହୁଡି ଆସନ୍ତି 

    ଭକତଙ୍କ ସାଥେ ମିଶି 

ଚଉରାଅଶୀ ଜନ୍ମ ପାପତାପ ମାନ 

    ପ୍ରଭୁ ଦେଇଥାନ୍ତି ନାଶି ।।

ଶ୍ରୀ ମନ୍ଦିର ଛାଡି ତିନିରଥ ଗଡି 

    ଭକତଙ୍କୁ ଦେଖା ଦେଇ 

ଜ୍ୟେଷ୍ଠ ଭ୍ରାତା ପାଇଁ ପତ୍ନୀକୁ ନ ନେଇ 

    ପ୍ରଭୁ ଆସିଥିଲେ ଧାଇଁ ।।

ବାହୁଡି ଆସିବେ ତାଙ୍କୁ ବୋଧ ଦେବେ 

    ଶାଢ଼ୀ ରସଗୋଲା ଦେଇ 

ଲକ୍ଷ୍ମୀ ରାଗ ରୋଷ ସବୁହେବ ଶେଷ 

    ମାନବୀୟ ଲୀଳା ଭେଇ।।

ଗୁଣ୍ଡିଚା ମନ୍ଦିରେ କେଡେ ସରାଗରେ 

    ଆନନ୍ଦ ଉତ୍ସବ ଲାଗେ 

ଏ ଇମତି ତୁମ ଲୀଳା ଚାଲୁ ପ୍ରଭୁ    

      ଏତିକି ଭକତ ମାଗେ ।।

          ରାଉରକେଲା

 

Related posts

ଜୟ କୁମାର ମିଶ୍ର ଙ୍କ କବିତା ଗଣେଶଙ୍କ ବିମୁଖ

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳିତ

Sunil Chandra Nayak

ବୁଢ଼ାରଜା ଦଶରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!