ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୀତା ଦାସ ଙ୍କ କବିତା ବାହୁଡା ଯାତ୍ରା

  ବାହୁଡା ଯାତ୍ରା

    ଗୀତା ଦାସ

 

ଜଗାକାଳିଆ ମୋ ଜଗାକାଳିଆ,

ଭକତ ସୋଦର ଭାବ ବଳିଆ,

ଜଗାକାଳିଆ ….

ଭଉଣୀ ସୁଭଦ୍ରାଙ୍କୁ ଧରି ସାଥିରେ,

ଶୀରିଗୁଣ୍ଡିଚା ଯାତ କରୁ ମହୀରେ,

ମାଉସୀ ଶ୍ରୀଗୁଣ୍ଡିଚା ଭାଗ୍ୟବଳରେ,

ନବମ ଦିନଯାଏ ପାଏ କୋଳରେ ।

ଧନ୍ୟ ତୋ ଲୀଳାଖେଳା ମହାଛଳିଆ ।।

ଜଗାକାଳିଆ….

ଲଖିମି ମା’ମନ୍ଦିରେ ହୁଅନ୍ତି ବାଇ,

ସହଧରମିଣୀକୁ ସାଥେ ନ ନେଇ,

ହେରାପଞ୍ଚମୀ ଦିନ ମାଆ ରାଗରେ,

ଭାଙ୍ଗିଲେ ରଥୁ କାଠ ଗଲେ ମନ୍ଦିରେ,

ବାଢିଲେ କେତେ ଗାଳି ଅଭିମାନରେ

ମାନବ ପଣ ତୋର ନୀଳାଞ୍ଚଳିଆ ।।

ଜଗାକାଳିଆ ମୋ ….

ଯୁଗକୁ ଯୁଗ ଏହି ମତରେ ଥାଉ

ବିଭିନ୍ନ ରୂପେ ଦରଶନଟି ଦେଉ,

କିଏ ବା କଳିପାରେ ତୋର ମହିମା,

ଯାହାର ଆଦିଅନ୍ତ ନାହିଁତ ସୀମା।

ଶୁଭଦୃଷ୍ଟି ଦେଇଥିବୁ ମୋ ଗଳା-ମାଳିଆ।

ବଲରାମପୁର,  କୁଜଙ୍ଗ,  ଜଗତସିଂହପୁର 

Related posts

ପ୍ରବଳ ବର୍ଷା ଯୋଗୁଁ ଆପ୍ରୋଚ ରୋଡ଼ ଧୋଇ ଗଲା… ଧର୍ମଗଡ଼ କୁ ଯୋଗାଯୋଗ ବିଚ୍ଛିନ୍ନ….

Sunil Chandra Nayak

ଆଜି ପୌର ନିର୍ବାଚନ ପ୍ରଚାରର ଶେଷ ଦିନରେ ବିଜେଡିର ଗୁଣୁପୁର ରେ ଜୋରଦାର ବାଇକ୍ ରାଳି

Sunil Chandra Nayak

ପୌର ଶାସନ ପ୍ରଣାଳୀ ଓ ଉନ୍ନୟନ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!