ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଦ୍ୱାରା ୩ ନାଗ ସାପ ଉଦ୍ଧାର

 ଚିଲିଗୁଡା ( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ର ଦାସିଗାଁ ଗ୍ରାମର ବିରେନ୍ଦ୍ର କୁମାର ସାହୁ ଶ୍ନେକ୍ ହେଲ୍ପ ଲାଇନ ସଦଦ୍ୟ ଭାବରେ ବେଶ ଜଣା ଶୁଣା ।ସେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା କରୁଥିବା ଦେଖିବାକୁ ମିଳୁଛି କିନ୍ତୁ ଏମାନଙ୍କୁ ସରକାରୀ ସ୍ତରରେ କୌଣସି ସୁବିଧା ପାଇ ପାରୁନାହାନ୍ତି ।ତଥାପି ସେମାନେ ଏକ ସେବା ଭାବି ଫୋନ କଲ ଆସିଲେ ଚାଲି ଯାଆନ୍ତି ନାଗ ସାପ ଉଦ୍ଧାର କରିବା ପାଇଁ ।ବର୍ତ୍ତମାନ ବର୍ଷା ଯୋଗୁଁ ସାପ ଗୁଡିକ ଘରକୁ ଚାଲି ଆସୁଛନ୍ତି ।ଯାହା ଫଳରେ ଲୋକେ ଭୟ ଭିତ ହୋଇ ନିକଟସ୍ଥ ଶ୍ନେକ୍ ହେଲ୍ପ ଲାଇନ ସଦସ୍ୟଙ୍କୁ ଡାକି ସାପକୁ ଉଦ୍ଧାର କରିବା ପାଇଁ ନିବେଦନ କରୁଛନ୍ତି ।ଆଜି ମୁଣ୍ଡରା ଗୁଡା ଗ୍ରାମ ପଞ୍ଚାୟତର କଣ୍ଡରି ପଦର ଗ୍ରାମର ମହୁଲ ପଡ଼ା ର ବ।ଗଡ଼ି ମାଝୀ ଙ୍କ ଘରୁ ୬ ଫୁଟ ର ଏକ ବିରାଟ କାୟା ନାଗ ସାପ ଉଦ୍ଧାର କରିଥିବା ବେଳେ ରାଜପୁର ଗ୍ରାମର ବ୍ରହ୍ମା ଠେଲା ଏବଂ ମାଟି ଗାଁ ର ରତନି ଧଙ୍ଗଡା ମାଝୀ ଙ୍କ ଘରୁ ନାଗ ସାପ ଉଦ୍ଧାର କରିଥିଲେ ।ଉଦ୍ଧାର ହୋଇଥିବା ୩ ଗୋଟି ନାଗ ସାପକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଛନ୍ତି । ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ବେଣୁଧର ସୂତାର ଙ୍କ କବିତା ବିଶ୍ୱାସରେ ଭରେ ବିଶ୍ବମୟତା

Sunil Chandra Nayak

ଗଞ୍ଜାମର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ନୂଆ ରେକର୍ଡ଼

Sunil Chandra Nayak

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା,ଓଡ଼ିଶାର କର୍ମକର୍ତ୍ତାଙ୍କ ନାମ ଘୋଷଣା

Sunil Chandra Nayak

Leave a Comment

error: Content is protected !!