ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ ଙ୍କ କବିତା ମାଆ ଆସିଛନ୍ତି

    ମାଆ ଆସିଛନ୍ତି

       

                   କବିତା ସାହୁ

 

ଏ ସନ ମାଆ ଆସିଛନ୍ତି ଆନନ୍ଦ ସବୁରୀ ମନ 
ମରତରୁ ଦୂରେଇବେ ଦୁଃଖ ରୋଗ କଷଣ 
ସିଂହବାହିନୀ କରୁଅଛୁ ଗୁହାରୀ ନିବେଦନ। 
୨- ମାଆ ଆସିଛନ୍ତି ଗଜ ବାହାନ ରେ 
    କି ସୁନ୍ଦର ଦିଶେ ମହୀ
ଆଲଟ ଚାମରେ କରଇ ସ୍ବାଗତ
   କାଶତଣ୍ଡୀ ଝୁଲି ଝୁଲି 
ଘଣ୍ଟ ଢୋଲ ଝାଞ୍ଜ ମର୍ଦ୍ଦଳ ବାଦନେ 
    କମ୍ପଇ ସହର ବଜାର 
ସବୁରୀ ମନରେ ଆନନ୍ଦ ଲହରୀ 
ମାଆଙ୍କୁ କରି ଦର୍ଶନ। 
୩- ଖଣ୍ଡା ତ୍ରିଶୂଳ ଧରି ମାଆ ଆସିଛନ୍ତି 
    ଏଧରା ଧାମକୁ 
    ଦୁର୍ଗତି ନାଶିନୀ ମଙ୍ଗଳ କାରିଣୀ 
   ରଖିବେ ଏକା ସେ ମହୀ।
  ନବରାତ୍ର ରୁ ନବଦୁର୍ଗା ରୂପେ 
ପୂଜା ପାଉଛନ୍ତି ରହି। 
୪- ଶରତର ପାର୍ବଣ ଋତୁରେ 
  ମାଆ ଆସିଛନ୍ତି ମୃଣ୍ମୟୀ ରୂପରେ 
ଦଶହାତେ ଦଶ ପ୍ରହରଣ ଧରି
ନାଶିବେ କଳିର ମହିଷାକୁ ମାରି 
ନାରୀ ଜାତିର ଗର୍ବ ଆମରି।

    ଜୟପୁର

Related posts

କଂଗ୍ରେସ ଅଧକ୍ଷ ପାର୍ଥି ପ୍ରଭାତ ଦାଶ ଙ୍କ ପ୍ରଚାର ଧୂଆଁଧାର

Sunil Chandra Nayak

ବିଡ଼ିଓ ଓ ୩ କନିଷ୍ଠ ଯନ୍ତ୍ରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ଚକୋଟିଆ ଭୁଞ୍ଜିଆ ଆଦିବାସୀ ଆଧିଷ୍ଠାତ୍ରୀ ଦେବୀ ମାଁ ସୁନାଦେଇ ଯାତ୍ରା ପାଳିତ

Sunil Chandra Nayak

Leave a Comment

error: Content is protected !!