ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ କବିତା ଦେବୀ ଦଶ ଭୁଜା

ସକାଳର ଜଣାଣ

ଦେବୀ ଦଶ ଭୁଜା

ବିଜୟ କୁମାର ଜେନା

ପାର୍ବଣ ଆସିଛି କେଡେ ସରାଗରେ
     କାଶ ତଣ୍ଡୀ ଫୁଲ ହସେ
ଆକାଶ ଟା ଦିଶେ ବଡ ନିରି ମଳ
     ସବୁରି ପରାଣ ରସେ।
ଦେବୀ ଦଶଭୁଜା ଆସନ୍ତି ଓଲାଇ
    ମରତକୁ ଥରେ ବର୍ଷେ
ପାପ ରାଶି ସବୁ କ୍ଷୟ କରି କରି
     ପ୍ରକୃତି କରି ସରସେ।
ଜଗତ ଜନନୀ ମାଆ ସିଏ ପରା
   ନ ଲୋଡ଼ନ୍ତି ବଳୀ ଭୋଗ
ପଶୁ ବଳି ପ୍ରଥା କୁସ୍ଥିତ ଭାବନା
    ମନୁଁ ହଟାଇବା ଆଗ।
ପାର୍ବଣ ଆଣଇ ଭାଇଚାରା ପ୍ରୀତି
     ତୋଳେ ମଣିଷ ପଣିଆ
ରଖିବାନି ହିଂସା ଛନ୍ଦ ଆଚରଣ
      ଅଢେଇ ଦିନ ଦୁନିଆ।
କାହାମନେ କେବେ ଆଘାତ ଦେବାନି
      ଧରମ ନହେଉ କଣ୍ଟ 
ଦେବୀ ଦଶଭୁଜା କଲ୍ୟାଣ କରିବେ
     ଭାଙ୍ଗିଯିବ ପାପ ଆଣ୍ଟ।

  ଅବସର ପ୍ରାପ୍ତ ପ୍ରାଧ୍ୟାପକ

ଶାମୁକା ସାହି ରଣପୁର ନୟାଗଡ଼

Related posts

ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଵାଲା ଓ ପୋଷଣ ବଗିଚା କାର୍ଯ୍ୟକ୍ରମ ପାଇଁ ବୈଠକ ଅନୁଷ୍ଠିତ 

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ହେଲେ ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ର ଉପଦେଷ୍ଟା ଭାବରେ ମନୋନୀତ

Sunil Chandra Nayak

Leave a Comment

error: Content is protected !!