ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାମହିମ ଦ୍ରୋପଦି.. ଭାରତର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ଦ୍ରୌପଦୀ ମୁର୍ମୁ..

ଆଜି ପାର୍ଲାମେଣ୍ଟ୍‌ର ସେଣ୍ଟ୍ରାଲ୍‌ ହଲ୍‌ରେ ପୂର୍ବାହ୍ନ ୧୦.୧୩ରେ ଭାରତର ୧୫ଶ ରାଷ୍ଟ୍ରପତି ଭାବେ ଓଡ଼ିଶା ମାଟିର କନ୍ୟା ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିଛନ୍ତି। ଭାରତର ପ୍ରଧାନ ବିଚାରପତି ଏନ୍‌. ଭି. ରମନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ରାଷ୍ଟ୍ରପତି ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟାନାଇଡୁ, ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ ଏବଂ ଲୋକସଭାର ବାଚସ୍ପତି ଓମ୍‌ ବିର୍ଲାଙ୍କ ସମେତ ସମସ୍ତ କେନ୍ଦ୍ରମନ୍ତ୍ରୀ ଓ ସାସଂଦ ଉପସ୍ଥିତ ଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲାବେଳେ ବିାହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ଉତ୍ସବରେ ଯୋଗ ଦେଇ ପାରିନାହାନ୍ତି।

ଏହାପୂର୍ବରୁ, ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶ୍ରୀମତୀ ମୁର୍ମୁ  ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ  ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅଭିବାଦନ ଜଣାଇଥିଲେ। ରାଷ୍ଟ୍ରପତି ଭବନରେ ରାମନାଥ କୋବିନ୍ଦ ଏବଂ ସବିତା କୋବିନ୍ଦ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ୍ କରିଥିଲେ।

୬୪ ବର୍ଷୀୟ ମୁର୍ମୁ ହେଉଛନ୍ତି ଦେଶର ସର୍ବକନିଷ୍ଠା, ପ୍ରଥମ ଜନଜାତି ସମ୍ପ୍ରଦାୟର ଏବଂ ଦେଶ ସ୍ବାଧୀନ ହେବା ପରେ ଜନ୍ମିତା ରାଷ୍ଟ୍ରପତି।ଏପର୍ଯ୍ୟନ୍ତ ଓଡିଶାରୁ କେହି ରାଷ୍ଟ୍ରପତି ହୋଇ ନଥିଲେ।ଏହା ପୂର୍ବରୁ ଭି ଭି ଗିରି ରାଷ୍ଟ୍ରପତି ଥିଲେ ତାଙ୍କର ଓଡିଶା ସହ ସମ୍ବନ୍ଧ ଥିଲା କିନ୍ତୁ ସେ ତେଲେଗୁ ପରିବାରର ଥିଲେ।ତାଙ୍କର କର୍ମଭୂମୀ ଆନ୍ଦ୍ରପ୍ରଦେଶ ଥିଲା।ଏପର୍ଯ୍ୟନ୍ତ ଦେଶର ସମସ୍ତ ରାଷ୍ଟ୍ରପତି ଙ୍କ ଜନ୍ମ ସ୍ୱାଧୀନତା ପୂର୍ବରୁ ଅର୍ଥାତ ୧୯୪୭ ପୂର୍ବରୁ ହୋଇଥିଲା। ଦ୍ରୋପଦି ମୂର୍ମୁ ହେଉଛନ୍ତି ସ୍ୱାଧୀନତା ପରେ ଜନ୍ମ ହୋଇଥିବା ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି।

ଦ୍ରୋପଦି ମୂର୍ମୁ ମୟୁରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଉପରବେଡା ଗ୍ରାମରେ ୧୯୫୮ ମସିହାରେ ଜନ୍ମଗ୍ରହଣ କରିଥିଲେ।ତାଙ୍କ ପିତାଙ୍କ ନାମ ଭଗତ ଚରଣ ଟୁଡୁ ଓ ମାତାଙ୍କ ନାମ ସିଂଗୋ ଟୁଡୁ ଉଭୟଙ୍କ ଦେହାନ୍ତ ହୋଇସାରିଛି।ସେ ୧୯୮୧ ମସିହାରେ ବ୍ୟାଙ୍କ ଅଧିକାରୀ ଦିବଙ୍ଗତ ଶ୍ୟାମ ଚରଣ ମୂର୍ମୁ ଙ୍କୁ ବିବାହ କରିଥିଲେ।ତାଙ୍କ ର ଦୁଇ ପୁଅ ଦିବଂଗତ ଲକ୍ଷଣ ମୂର୍ମୁ ଓ ଦିବଂଗତ ସିପୁନ ମୂର୍ମୁ ଏବଂ ଝିଅ ଇତିଶ୍ରୀ ମୂର୍ମୁ ଜନ୍ମ ହୋଇଥିଲେ।ଇତିଶ୍ରୀ ଏବେ ଏକ ବ୍ୟାଙ୍କ ରେ କାମ କରୁଛନ୍ତି ଓ ସେ ରଗବି ଖେଳାଳି ଗଣେଶ ହେମ୍ବ୍ରମ କୁ ବିବାହ କରିଛନ୍ତି।

ତାଙ୍କର ଶିକ୍ଷା ଓ ରାଜନୈତିକ କ୍ୟାରିଅର….

ଶ୍ରୀମତୀ ଦ୍ରୋପଦି ମୂର୍ମୁ ଉପରବେଡା ସ୍କୁଲରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପଢିଥିଲେ।ପରେ ଭୁବନେଶ୍ୱର ର ୟୁନିଟ-୨ସ୍ଥିତ ବାଳିକା ବିଦ୍ୟାଳୟ ରେ ଅଷ୍ଟମ ରୁ ଦଶମ ଯାଏଁ ଓ ପରେ ରମାଦେବୀ ମହିଳା ବିଦ୍ୟାଳୟ ରେ କାଳରେ ଡିଗ୍ରୀ ହାସଲ କରିଥିଲେ।ସେ ୧୯୭୯-୧୯୮୩ ଯାଏଁ ଓଡ଼ିଶା ସରକାରଙ୍କ ଶକ୍ତି ଓ ଜଳସେଚନ ବିଭାଗରେ କନିଷ୍ଠ ସହାୟକ ଭାବେ ଚାକିରୀ କରିଥିଲେ।

ଦ୍ରୋପଦି ମୂର୍ମୁ ୧୯୯୭ ରେ ରାଜନୀତି ରେ ସାମିଲ ହୋଇ ବିଜେପି ସଦସ୍ୟ ହୋଇଥିଲେ।ପ୍ରଥମେ ରାଇରଙ୍ଗପୁର ଏନ ଏସି ର କାଉନସିଲର ଓ ତାପରେ ଉପାଧ୍ୟକ୍ଷ ହୋଇଥିଲେ। ୨୦୦୦ ରେ ସେ ରାଇରଙ୍ଗପୁର ବିଧାନସଭା ଆସନରୁ ବିଧାୟିକା ଭାବେ ନିର୍ବାଚିତ ହୋଇ ୨୦୦୦ ମାର୍ଚ୍ଚ ୬ ରୁ ୨୦୦୨ ଅଗଷ୍ଟ ୬ ପର୍ଯ୍ୟନ୍ତ ଓଡିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ହୋଇଥିଲେ।ପରେ ୨୦୦୨ ଅଗଷ୍ଟ ୬ ରୁ ୨୦୦୪ ମେ ୧୬ ପର୍ଯ୍ୟନ୍ତ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।୨୦୦୪ ରେ ସେ ରାଇରଙ୍ଗପୁର ରୁ ପୁଣି ନିର୍ବାଚିତ ହୋଇଥିଲେ। ୧୯୯୮ ମସିହାରେ ବିଜେପି ଏସ ଟି ମୋର୍ଚ୍ଚା ର ଜାତୀୟ ଉପାଧ୍ୟକ୍ଷ,୨୦୦୬ ରୁ ୨୦୧୦ ଯାଏଁ ମୟୁରଭଞ୍ଜ ଜିଲ୍ଲା ବିଜେପି ମୁଖ୍ୟ,୨୦୦୬-୦୯ ବିଜେପି ଏସଟି ମୋର୍ଚ୍ଚା ର ପ୍ରଦେଶ ଅଧ୍ୟକ୍ଷା,୨୦୧୩-୧୫ ପର୍ଯ୍ୟନ୍ତ ମୟୁରଭଞ୍ଜ ଜିଲ୍ଲାର ବିଜେପି ଅଧ୍ୟକ୍ଷ ରହିଥିଲେ। ୨୦୧୫ ମସିହାରେ ସେ ଝାଡ଼ଖଣ୍ଡ ର ପ୍ରଥମ ରାଜ୍ୟପାଳ ଭାବେ ୨୦୨୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।

ଆଜି ଦେଶର ୧୫ଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ପାର୍ଲାମେଣ୍ଟ୍‌ର ‌ସେଣ୍ଟ୍ରାଲ୍‌ ହଲ୍‌ରେ ଦେଇଥିବା ପ୍ରଥମ ଉଦ୍‌ବୋଧନରେ ଦ୍ରୌପଦୀ ମୁର୍ମୁ ଜଗନ୍ନାଥ ଦେଶର ମହାନ୍‌ ସନ୍ଥକବି ଭୀମ ଭୋଇଙ୍କର କବିତାର କାଳଜୟୀ ପଂକ୍ତି‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’ ଉଦ୍ଧୃତ କରିଥିଲେ।

ସୂଚନାଯୋଗ୍ୟ ଯେ,୧୯୫୨ ଓ ୧୯୫୭ ମସିହାରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଭାରତ ବର୍ଷର ରାଷ୍ଟ୍ରପତି ହୋଇଥିବା ବେଳେ ୧୯୬୨ ମସିହାରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ୧୯୬୭ ରେ ଜାକୀର ହୁସେନ,୧୯୬୯ ରେ ଭି.ଭି ଗିରି, ୧୯୭୪ ରେ ଫକୀରୁଧୀନ ଅଲ୍ଲୀ ଅହମ୍ମଦ, ୧୯୭୭ ରେ ନୀଳମ ସଞ୍ଜୀବ ରେଡ୍ଡୀ,୧୯୮୨ ରେ ଜ୍ଞାନୀ ଜୈଲ ସିଂ, ୧୯୮୭ ରେ ଆର.ଭେଙ୍କଟରମଣ, ୧୯୯୨ ରେ ଶଙ୍କର ଦୟାଲ ଶର୍ମା, ୧୯୯୭ ରେ କେ ଆର ନାରାୟଣନ, ୨୦୦୨ ରେ ଏପିଜେ ଅବଦୁଲ କଲାମ, ୨୦୦୭ ରେ ପ୍ରତିଭା ପାଟିଲ, ୨୦୧୨ ରେ ପ୍ରଣବ ମୁଖାର୍ଜୀ, ୨୦୧୭ ରେ ରାମନାଥ କୋବିନ୍ଦ ରାଷ୍ଟ୍ରପତି ହୋଇଥିଲେ।

ଦ୍ରୋପଦି ମୂର୍ମୁ ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି।ସ୍ୱାଧୀନତ୍ତୋର ଭାରତ ବର୍ଷରେ ଜଣେ ଆଦିବାସୀ ମହିଳା ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଭିଷିକ୍ତ ହେବା ଦ୍ରୋପଦି ଙ୍କ ପାଇଁ ଯେତିକି ଗାରିମାମୟ ଓଡିଶା ଏବଂ ସାରା ଦେଶବାସୀ ଙ୍କ ପାଇଁ ତାଙ୍କର ଏହି ବିଜୟ ସେତିକି ତାତ୍ପର୍ଯ୍ୟପୂର୍ଣ। ପାହାଡ଼, ଜଙ୍ଗଲ ଘେରା ମୟୁରଭଞ୍ଜ ଜିଲ୍ଲାର ଏକ ଆଦିବାସୀ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଦ୍ରୋପଦି ଏବେ ରାଇସିନା ହିଲ ର ମହାମହିମ ରାଷ୍ଟ୍ରପତି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

୪ର୍ଥ ରାଜ୍ୟ ଆଦିବାସୀ ତିରନ୍ଦାଜ ପ୍ରତିଯୋଗିତା “ଲୋଗୋ” ଉନ୍ମୋଚିତ

Sunil Chandra Nayak

ସ୍ବରବ୍ରହ୍ମ ର ଭଜନ ସଂଧ୍ୟା

Sunil Chandra Nayak

ପ୍ରତାପ କେଶରୀ ବେହେରା ଙ୍କ କବିତା ମୋ କାଳିଆ ପ୍ରେମରେ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort