ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ – ବିଶ୍ଵଶାନ୍ତି ମହାଯଜ୍ଞ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଜନମଙ୍ଗଳ ରାସୋଳ ପକ୍ଷରୁ ସେବା କାର୍ଯ୍ୟ ଜାରି

ଢେଙ୍କାନାଳ: ୨୫ତମ ବିଶ୍ବ ଶାନ୍ତି ଦେବୀ ମହାଯଜ୍ଞ ତଥା ରାସୋଳ ଗ୍ରାମ ର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀ ଙ୍କର ମନ୍ଦିର ପ୍ରତିଷ୍ଠା ଗତ ତା ୩୧/୦୫/୨୨ ରିଖ ଠାରୁ ଆରମ୍ଭ ହୋଇ ତା ୦୩/୦୬/୨୦୨୨ରିଖ ପର୍ଯ୍ୟନ୍ତ ସମାହିତ ହେଉଛି ।ଏହି ଅବସରରେ ପ୍ରବଳ ଜନସମାଗମ କୁ ଆଖି ଆଗରେ ରଖି ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ)ରାସୋଳ ର ସମସ୍ତ ସେବକ ଓ ସେବିକା ମାନେ ଜଳଛତ୍ର,ତଥା ଶାନ୍ତି ଶୃଙ୍ଖଳା ରକ୍ଷା,ପ୍ରସାଦ ବଣ୍ଟନ ରେ ସହଯୋଗ ପୂର୍ବକ ସେବା ପ୍ରଦାନ କରିଛନ୍ତି।ସଭାପତି ବିଭୁପ୍ରସାଦ ଶତପଥୀ, ଉପ ସଭାପତି ପ୍ରଦୀପ କୁମାର ନାୟକ,କୋଷାଧ୍ୟକ୍ଷ ଭରତ ମହାରଣା,ସଂଯୋଜକ ସୁନିଲ୍ ପାତ୍ର, ସହ ସଂଯୋଜକ ନିରାକାର ବୈଦ୍ୟ,ସହ ସଂପାଦିକା ପ୍ରଭାସିନୀ ସାହୁ ,ସେବକ ଶୈଳେନ୍ଦୁ ଶେଖର ନାୟକ,ତପନ ସାହୁ,ତଥା ସେବିକା ସରୋଜିନୀ ବେହେରା,ନିରୁପମା ମିଶ୍ର,ସସ୍ମିତା ମିଶ୍ର ,ମଧୁସ୍ମିତା ସାହୁ,ପୂରବୀ ଶତପଥୀ ପ୍ରମୁଖ ତଥା ଉପଦେଷ୍ଟା ଶ୍ରୀମତି ସତ୍ଯଭାମା ମିଶ୍ର ଙ୍କ ଉପସ୍ଥିତିରେ ସେବା କାର୍ଯ୍ୟ ସମ୍ପାଦିତ ହୋଇ ଯାଇଅଛି।ଏତାଦୃଶ କାର୍ଯ୍ୟକୁ ଜନସାଧାରଣ ପ୍ରଶଂସା କରିବା ସହିତ ସାଧୁବାଦ ଜଣାଇ ଛନ୍ତି।ଆଗାମୀ ଦିନରେ ସଂଗଠନ ଏମିତି ଅନେକ ଜନ କଲ୍ୟାଣ କାରୀ କାର୍ଯ୍ୟ ହାତ କୁ ନେଇ ସମସ୍ତ ଜନସାଧାରଣଙ୍କ ଶ୍ରଦ୍ଧା ଭାଜନ ହେବ ବୋଲି ସଂଗଠନର ଉପଦେଷ୍ଟା ଶ୍ରୀମତି ସତ୍ଯଭାମା ମିଶ୍ର ଆଶା ବ୍ୟକ୍ତ କରିଛନ୍ତି।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ ।

Related posts

ପ୍ରବନ୍ଧ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଶୁନ୍ୟ ନୁହେଁ ସିଏ ପୂର୍ଣ୍ଣ

ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକାଙ୍କ ବିଷମ କଟକ ସହର ଗସ୍ତ

Sunil Chandra Nayak

Leave a Comment

error: Content is protected !!