ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଯାହା ଦେଖି ହୁଏ ସ୍ପର୍ଶ ବାରି ହୁଏ
   ସେ ଅଦୃଶ୍ୟ ମାହା ଶକ୍ତି
ତାଙ୍କ ପାଦ ତଳେ ଶରଣ ପଶୁଛି
   ବିପଦରୁ କର ମୁକ୍ତି।
ତୁମେ ତ କହିଲ ଆଗକୁ ମୁଁ ଯିବି
    ନକହିଲେ ଯିବି ବସି
ତୁମ୍ଭକୁ ବାଧିବ ଅପନିନ୍ଦା ହବ
 ଶେଷରେ ହୋଇବ ଦୋଷୀ।
ଗରୀବ ଆସୁଛି ତୁମ୍ଭରି ଦ୍ବାରକୁ
    କିଛି ପାଇବାର ଆଶା
ନିରାଶ କରିବ ନାହିଁ ଏ ଜୀବନ 
    ପ୍ରଭୁ ମୋର ଏ ପ୍ରସଂଶା।
ତୋର ଦାଣ୍ଡ ବାଲି ମଥାରେ ମାଇଲି
    ଏଇ ମୋ ଚନ୍ଦନ ଗାର
ବହୁ ଆଶା ଧରି ତୋ ପାଖ ଯାଉଛି
     ଗରୁଡ଼ ସ୍ତମ୍ଭେ ଜୁହାର।
ତୂଳସୀ ପାଦୁକା ପାଇଗଲେ ତୁଣ୍ଡେ
       ସିଂହ ଦ୍ବାର ବଡ଼ ଭିଡ
ଚାବୁକ ପ୍ରହାର ବାଜିଗଲେ ଥରେ
   ପାପ ସବୁ ହୁଏ ଛାଡ଼।
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ଫଟକି ଆଦର୍ଶ ବିଦ୍ୟାଳୟ ରେ ନାହିଁ ବାଳକ ଛାତ୍ରlବାସ, ଦଶମ ଶ୍ରେଣୀ ପରୀକ୍ଷା ପାଇଁ ଘାଟି ରାସ୍ତା ସହ ଯିବାକୁ ପଡୁଛି 40 କିମି 

Sunil Chandra Nayak

ଉଦଯାପିତ ହେଲା ସ୍ବଚ୍ଛତା ପକ୍ଷ ପାଳନ ଦିବସ 

Sunil Chandra Nayak

ବିରଳ ଗ୍ରୁପର ରକ୍ତ ଯୋଗାଡ଼ କରି ଅସହାୟ ମହିଳାଙ୍କ ଜୀବନ ରକ୍ଷା କଲେ

Sunil Chandra Nayak

Leave a Comment

error: Content is protected !!