ଉତ୍କେଲା,୦୬/୦୪, ନିପ୍ର, କେସିଙ୍ଗା ଥାନା ଉତକେଲା ଅଞ୍ଚଳ ରେ ଘର ଘର ବୁଲି ଏହି ଯୁବକ ଜଣକ ଏମିତି ଗୋଟିଏ କାର୍ଡ଼ ଧରି ବୁଲୁଛି! ମାତ୍ର ୧୦୦ ଟଙ୍କାରେ ସ୍କ୍ରାଚ କରି ୧୯୯୯ ଦାମର ଗୋଟିଏ ଜିନିଷ ଜିତିପାରିବେ ଓ ଅନେକ ପ୍ରକାରର ପ୍ରଲୋଭନ ଦେଖାଉଛି । କିଛି ନ ଆସେ ତା ହେଲେ ଆପଣ ଗୋଟିଏ ଫ୍ରି ଗିଫ୍ଟ ମିଳିବ କହି ଅନେକ ବାହାନା କରଛି ! କୁପନରେ ଟିଭିି, ଗ୍ରାଇଣ୍ଡର ,ଇନଡକସନ, ସୋଲାର ଏମିତି ବଡ ଜିନିଷ ସ୍କ୍ରାଚ ରେ ଆସିଲେ ବୋଲି କହୁଛି , ମୋବାଇଲ ନମ୍ବର ମାଗୁଛି ଓ ଏକ ଓଟିପି ଯିବ କହୁଛି ଆପଣ ଓଟିପି ଦେଲେ ସିଧା ବୋକା କରିବା ସହ ପାସବୁକ ଖାଲି କରୁଥିବା ଅଭିଯୋଗ ନଜରକୁ ଆସିଛି ! ତେଣୁ ଏମାନଙ୍କୁ ଠାରୁ ଦୁରରେ ରୁହନ୍ତୁ। କାଲି ଉତ୍କେଲାକୁ ଆସି କେତେ ଲୋକଙ୍କୁ ଠକିଛନ୍ତି । ଏମାନେ ଅନ୍ୟ କାହାକୁ ଆଉ ନ ଠକନ୍ତୁ ଆଉ ନଜରକୁ ଆସିଲେ ପୋଲିସକୁ ଖବର ଦିଅନ୍ତୁ, ଏମାନେ ଆଖପାଖ ଅଞ୍ଚଳରେ ଛୋଟ ଛୋଟ ଗାଁ ମାନଙ୍କରେ ବୁଲୁଥିବା ଶୁଣିବାକୁ ମିଳୁଛି। .
ଉତ୍କେଲା ରୁ ଅର୍ଜୁନ ପୋଡଙ୍କ ରିପୋଟ