ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାତୀୟ ରାଜପଥ ପ୍ରସସ୍ତି କରଣ , ଗରିବ ଓ ଧନୀ ମଧ୍ୟରେ ପାତରଅନ୍ତର , ଆନ୍ଦୋଳନ ଦାନା ବାନ୍ଧୁଛି

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ଭିତର ଦେଇ ଯାଇଥିବା ୩୫୩ ନଂ ଜାତୀୟ ରାଜପଥ ପ୍ରଶସ୍ତି କରଣ ମାନ୍ୟବର ହାଇ କୋର୍ଟଙ୍କ ନିର୍ଦ୍ଦେଶରେ ନୂଆପଡା ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେଉଥିବା ବେଳେ ଜିଲ୍ଲା ପ୍ରଶାସନର ଗରିବଙ୍କୁ ମାରଣ ଓ ଧନୀଙ୍କୁ ଛାଡ ନୀତି ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବା ସହିତ ଆଗାମୀ ଦିନରେ ଆନ୍ଦୋଳନର ରୂପ ନେବା ନେଇ ଚର୍ଚ୍ଚାରେ । ଖଡ଼ିଆଳ ସହରର ଭିତର ଦେଇ ୩୫୩ ନମ୍ବର ଜାତୀୟ ରାଜପଥ ଦୁଇ କିଲୋମିଟର ଖଡ଼ିଆଳ ଆମ୍ବେଦକର ଛକ ଠାରୁ ମିଶନ ହସ୍ପିଟାଲ ପର୍ଯ୍ୟନ୍ତ ଯାଇଛି ।ହେଲେ ଜତୀୟ ରାଜ ପଥର ଉଭୟ ପାର୍ଶ୍ୱରେ ସହର ଅନେକ ଲୋକ ସରକାରୀ ଜମିକୁ ଜବର ଦଖଲ କରି ଗୃହ ନିର୍ମାଣ କରିବା ସହିତ ଜମିକୁ ଅକ୍ତିଆର କରିଛନ୍ତି ଫଳରେ ରାସ୍ତା ଅବରୋଧ ହୋଇ ଅଣଓସାରିଆ ରହିଥିଲା । ଯାହା ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟି ଅକାଳରେ ଜୀବନ ଯାଉଥିଲା । କିପରି ୩୫୩ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତି କରଣ ହେବ ସେନେଇ ଲୋକଦୃଷ୍ଟି ଅନୁଷ୍ଠାନର ସମ୍ପାଦକ ଅବନୀ ମୋହନ ପାଣିଗ୍ରାହୀ ମାନ୍ୟବର ହାଇ କୋର୍ଟରେ ଏକ ପି ଆଇ ଆର ଦାଖଲ କରିଥିଲେ । ତାହାର ରାୟ ୩୦.୦୬.୨୧ ରେ ମାନ୍ୟବର ହାଇ କୋର୍ଟ ଡବ୍ଲୁ ପି (ସି) ନଂ ୧୮୪୧୯ ରେ ରାୟ ଦେଇଥିଲେ ଏବଂ ନୂଆପଡା ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ ଜାତୀୟ ରାଜପଥ ୩୫୩ ନଂ ଜବର ଦଖଲ ତୁରନ୍ତ ଉଚ୍ଛେଦ କରିବା ପାଇଁ । ସେ ନେଇ ରାସ୍ତା ଉଚ୍ଛେଦି କରଣ କାର୍ଯ୍ୟ ଆରମ୍ଭ ହୋଇ ଗତ ଏପ୍ରିଲ ୫ ତାରିଖରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସହରର ଜନସାଧାରଣଙ୍କୁ ଅବଗତ କରାଯାଇ ବୁଧବାର ସକାଳ ୬ ଘଣ୍ଟା ସମୟରୁ ଖଡ଼ିଆଳ ସହରରେ ୧୪୪ ଧାରା ଲାଗୁକରି ମିଶନ ହସ୍ପିଟାଲ ଠାରୁ ଉଚ୍ଛେଦି କରଣ କାର୍ଯ୍ୟ ଆରମ୍ଭ ହୋଇ ସହରର ସମସ୍ତ ଗରିବ ଶ୍ରେଣୀର ଲୋକଙ୍କ ଘର ତଥା ରାସ୍ତା ପାର୍ଶ୍ୱରେ ଥିବା ଅନ୍ୟାନ୍ୟ ସାମଗ୍ରୀକୁ ଭାଙ୍ଗି ଜବର ଦଖଲ ହଟାଇ ଥିବା ବେଳେ ସହରର ଧନୀକ ଓ ପ୍ରଭାବ ଶାଳୀ ବ୍ୟକ୍ତିଙ୍କ ଦୁଇ ରୁ ତିନି ମହଲା କୋଠାକୁ ନଭାଙ୍ଗି ଛାଡି ଦେଇ ଥିଲେ । ଫଳରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ଉଚ୍ଛେଦି କରଣ ଦାଇତ୍ୱରେ ଥିବା ଉପ ଜିଲ୍ଲାପାଳ ତରଣୀ ସେନ ନାଏକଙ୍କୁ ଗରିବଙ୍କ ଘର ଉଚ୍ଛେଦ କରୁଛନ୍ତି ଓ ପ୍ରଭାବ ଶାଳୀ ବ୍ୟକ୍ତିଙ୍କ ଘର ଭାଙ୍ଗୁ ନାହାଁନ୍ତି ବୋଲି ସହର ବାସୀ ଅବଗତ କରିଥିଲେ ହେଲେ ସେମାନେ ଉପ ଜିଲ୍ଲାପାଳ ଶ୍ରୀ ନାଏକଙ୍କ ଆକ୍ରୋଶ ଶିକାର ହୋଇଥିଲେ । ସେନେଇ ଲୋକ ଦୃଷ୍ଟି ସମ୍ପାଦକ ଅବନୀ ମୋହନ ପାଣିଗ୍ରାହୀ ଉପ ଜିଲ୍ଲାପାଳ ଶ୍ରୀ ନାଏକଙ୍କୁ ପାତର ଅନ୍ତର ନୀତି ନେଇ ଶ୍ୟାମ କୁଞ୍ଜ ଲଜ, ମଙ୍ଗଲଦୀପ କପଡା ଦୋକାନ ଓ ଅର୍ଣ୍ଣପୂର୍ଣ୍ଣା ଲଜ ନଭାଙ୍ଗିବା ନେଇ ଅବଗତ କରାଇବାରୁ ତୁମେ ଲୋକ ଦୃଷ୍ଟି ସମ୍ପାଦକ ତୁମକୁ ଦେଖୁଛି ବୋଲି ଶ୍ରୀ ପାଣିଗ୍ରାହୀଙ୍କୁ ଧମକ ଦେଇଥିବା ଶ୍ରୀ ପାଣିଗ୍ରାହୀ ଲିଖିତ ଭାବରେ ଅବଗତ କରିବା ସହିତ ମୁଁ ଜମି ଉଚ୍ଛେଦି କରଣରେ ସତୁଷ୍ଟ ନୁହେଁ । ଗରିବ ଲୋକ ମାନେ ଉଚ୍ଛେଦି କରଣର ଶିକାର ହେଉଥିବା ବେଳେ ଧନୀକ ବ୍ୟକ୍ତି ମାନଙ୍କୁ ବାଣିଜ୍ୟ କରିବାକୁ ଛଡା ଯାଉଛି ବୋଲି କହିବା ସହିତ ବେଆଇନକୁ ଆଇନ ସଂମ୍ମତ କରାଯାଉ ବୋଲି ଶ୍ରୀ ପାଣିଗ୍ରାହୀ ଦାବୀ କରିଛନ୍ତି । ଏନେଇ ଉପ ଜିଲ୍ଲାପାଳ ଶ୍ରୀ ନାଏକଙ୍କୁ ପଚାରିବାରୁ ଆର ଓ ଡବ୍ଲୁ ନିର୍ଦ୍ଦେଶରେ କାର୍ଯ୍ୟ ହେଉଛି ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ପ୍ରଶାସନ ଉଚ୍ଛେଦି କରଣର ତଦନ୍ତ କରି ଉଚିତ କର୍ୟ୍ଯନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେବା ସହିତ ଯଦି ଗରିବ ଲୋକମାନଙ୍କୁ ନ୍ୟାୟ ନମିଳେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଜନସାଧାରଣ ଚେତାବନୀ ଦେଇଛନ୍ତି । ଏଠାରେ ପ୍ରଶ୍ନ ଉଠେ ଗରିବ ଲୋକ କାନ୍ଦି କାନ୍ଦି ଘର ନଭାଙ୍ଗିବା ପାଇଁ ନେହୁରା ହେଉଥିବା ବେଳେ ଧନୀକ ବ୍ୟକ୍ତିଙ୍କ ଫୋନରେ ସମସ୍ୟାର ସମାଧାନ ହେଉଥିବା ଚର୍ଚ୍ଚା ହେଉଛି ।

ଏହି ଜମି ଉଚ୍ଛେଦି କରଣରେ ଉପ ଜିଲ୍ଲାପାଳଙ୍କ ସମେତ ଖଡ଼ିଆଳ ତହସିଲଦାର ସିନ୍ଧୁସୁତା ପାତ୍ର, ଏସ୍ଡିପିଓ ସନ୍ତକ ଜେନା, ଅତିରିକ୍ତ ତହସିଲଦାର ଭୁପେନ୍ଦ୍ର ସିଂ, ବୋଡେ଼ନ ତହସିଲଦାର ରାଜେଶ ମେହେର, ସିନାପାଲି ଲକ୍ଷ୍ମଣ ମାଝୀ, ଖଡ଼ିଆଳ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି , ବୋଡେ଼ନ ଥାନା ଅଧିକାରୀ ସୁଡ଼ର୍ଶନ ନାୟକ, ସିନାପାଲି ଥାନା ଅଧିକାରୀ ଡମ୍ବରୁ ପ୍ରଧାନ ଥିବା ସହିତ ଚାରି ପ୍ଲାଟୁନ ପୋଲିସ ମୁତୟନ ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଧର୍ମଗଡ ସରକାରୀ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ (ଇ.ଟି.ଇ.ଆଇ)ରେ ଜାତୀୟ କ୍ରୀଡା ଦିବସ

Sunil Chandra Nayak

ସମଲେଶ୍ବରୀ ଏକ୍ସପ୍ରେସ ରେ ଯାତ୍ରା ହେବ ଆରାମ ଦାୟକ

Sunil Chandra Nayak

ଜୁନାଗଡ ରେଲୱେ ଷ୍ଟେସନରେ ମକା ପରିବହନରେ ବ୍ୟାପକ ହେରାଫେରି,  ରେଲୱେ ଫୋର୍ସ ଙ୍କ ଧମକ ଅଭିଯୋଗ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort