ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାଳୟସ୍ତରୀୟ ବିଜ୍ଞାନ-ଗଣିତ ଓ ପରିବେଶ ପ୍ରଦର୍ଶନୀ 

ଖଡ଼ିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟର ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ -ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନକୁଳ ଶବରଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଉଦଯାପନୀ ସମାରୋହରେ ସମ୍ମାନିତ ଅତିଥି ଭାବରେ ସାମ୍ବାଦିକ ପରମେଶ୍ବର ବାରିକ, ସାମ୍ବାଦିକ ସୁଜିତ କୁମାର ପ୍ରଧାନ, ସାମ୍ବାଦିକ ହେମନ୍ତ କୁମାର ବେହେରା ଏବଂ ସାମ୍ବାଦିକ ସନ୍ତୋଷ କୁମାର ଦଣ୍ଡସେନା ଯୋଗଦାନ କରି ଦୈନନ୍ଦିନ ଜୀବନରେ ବିଜ୍ଞାନର ପ୍ରଭାବ ଓ ଉପକାରିତା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଗୌରାଙ୍ଗ କୁମାର ସାହୁ ସ୍ୱାଗତ ସମ୍ଭାଷଣ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଜ୍ଞାନ ଶିକ୍ଷକ ଅଶୋକ କୁମାର ବେହେରା , ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ରଥ, ସୁରବିଜୟ କାନ୍ତ ତାଣ୍ଡି ଓ ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ବିଜ୍ଞାନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ପ୍ରଦର୍ଶନୀରେ ମୋଟ ୨୬ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ଚାରିଟି ପ୍ରକଳ୍ପକୁ ବ୍ଲକ ସ୍ତରୀୟ ପ୍ରଦର୍ଶନୀରେ ଭାଗନେବା ପାଇଁ ବଛା କରାଯାଇଛି। ବିଚାରକ ଭାବରେ ବିଜ୍ଞାନ ଶିକ୍ଷକ ପ୍ରଭୁଦତ୍ତ ପୁରୋହିତ ଓ ରାଜଶ୍ରୀ ଦଣ୍ଡସେନା ଦାୟିତ୍ୱ ନିର୍ବାହ କରିଥିବା ବେଳେ ଶିକ୍ଷିକା ନୀଳିମାରାଣୀ ସାଗର, ନିରଞ୍ଜନ ବିଶ୍ୱାଳ, ଗୌରୀଶଙ୍କର ଦୁବେ , ରତନ ସିଂହ ବାରିକ,ଶ୍ଯାମ ନାରାୟଣ ମୁଣ୍ଡ, ପୁଷ୍ପାଞ୍ଜଳି ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମଧୁସ୍ମିତା ସାହୁ ଙ୍କ କବିତା ବଞ୍ଚିବା

Sunil Chandra Nayak

ଜୀସାର୍ଥକ ର ନୂଆ ଓଡିଆ ଚଳଚ୍ଚିତ୍ର “ଅଳ୍ପ ଦିନର‌ ଗଳ୍ପ ଆମର ” ଅଡିଓ ଲୋକାର୍ପିତ

Sunil Chandra Nayak

ନିର୍ଦ୍ଵନ୍ଦରେ କୁନି ସାହୁ ହେଲେ କର୍ଲାମୁଣ୍ଡା ବ୍ଲକ୍ ଅଧ୍ୟକ୍ଷା

Sunil Chandra Nayak

Leave a Comment

error: Content is protected !!