ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧବଳେଶ୍ଵର ନାଏକ ମେମୋରିଆଲ କ୍ରିକେଟ , ଉଦ୍ଘାଟନୀ ମ୍ୟାଚରେ ଚିଚିଆ ଦଳ ବିଜୟୀ

ଧର୍ମଗଡ:୪/୧୨/୨୨:  ଧର୍ମଗଡ ବ୍ଲକ ଅନ୍ତର୍ଗତ ଜୟନ୍ତପୁର ର ଲତା ଡଙ୍ଗରୀ ଖେଳ ପଡିଆ ଠାରେ ଧବଳେଶ୍ଵର ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇ ଯାଇଛି । ସ୍ବର୍ଗତ ଧବଳେଶ୍ୱର ନାଏକ ଙ୍କ ଧର୍ମପତ୍ନୀ ପୂର୍ବତନ ସରପଞ୍ଚ ଶ୍ରୀମତୀ ମାରୁଆ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ସରପଞ୍ଚ ଶ୍ରୀମତୀ ଜୟନ୍ତୀ ବାଗ, ସଭାପତି ଧନୁ ନାଏକ ପ୍ରମୁଖ ଯୋଗ ଦେଇ ଖେଳାଳୀ ଙ୍କୁ ଉତ୍ସାହିତ କରି ଥିଲେ । ଏହି ଅବସର ରେ ସରପଞ୍ଚ ଶ୍ରୀମତୀ ବାଗ ଖେଳ ପଡିଆ ର ମରାମତି ପାଇଁ ମନରେଗା ଯୋଜନା ରୁ ଅର୍ଥ ମଂଜୁର ହୋଇଥିବା ଏବଂ ଏଠାରେ ଏକ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ସରକାର ଙ୍କ ଦ୍ଵାରା ୪ ଲକ୍ଷ ଟଙ୍କା ଯୋଗାଣ ନେଇ ସୂଚନା ଦେଇଥିଲେ ।ଚିଚିଆ ଓ ଡଙ୍ଗରିଗୁଡା ମଧ୍ୟ ରେ ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇ ଥିଲା । ଚିଚିଆ ଦଳ ୪୬ ରନ ରେ ବିଜୟୀ ହୋଇଥିଲା । ୫ୱିକେଟ ନେଇଥିବା ଚିଚିଆଦଳ ର ଜୟନ୍ତ କୁମାର ମେନ୍ ଅଫ ଦି ମ୍ୟାଚ ପୁରସ୍କାର ଲାଭ କରିଥିଲେ । ତପନ କୁମାର ସାଗର ଓ ଧନଞ୍ଜୟ ନାଏକ ଖେଳ ପରିଚାଳନା କରିଥିଲେ । ମୋଟ ୧୬ ଟି ଗ୍ରାମାଞ୍ଚଳ କ୍ରିକେଟ ଦଳ ଏହି ପ୍ରତିଯୋଗିତା ରେ ଭାଗ ନେଇ ଥିବା ବେଳେ ଆସନ୍ତା ୧୩ ତାରିଖ ରେ ଫାଇନାଲ ଖେଳ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆ ଯାଇଛି ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ବୀଣାପାଣି କନ୍ଦପାନ ଭଇଁରିଗୁଡା ପଞ୍ଚାୟତ ସରପଞ୍ଚ ନିର୍ବାଚିତ

Sunil Chandra Nayak

ଡେଙ୍ଗାଗୁଡା ଠାରେ ନାଭାଲ ଏନସିସି ଦିବସ ପାଳନ

Sunil Chandra Nayak

ମ,ରାମପୁର ଔଷଧ ବ୍ୟବସାୟୀ ସଂଘ ର ବୈଠକ

Sunil Chandra Nayak

Leave a Comment

error: Content is protected !!