ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମପ୍ରାଣା ମହିଳାଙ୍କ ପରଲୋକ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରା ପଂଚାୟତ କୁସୁର୍ଲା ଗ୍ରାମର ଧର୍ମପ୍ରାଣା ମହିଳା ନିର ସାହୁଙ୍କ ପରଲୋକ ହୋଇଯାଇଛି l ତାଙ୍କୁ ମୃତ୍ୟୁ ବେଳକୁ ୭୮ବର୍ଷ ବୟସ ହେଉଥିଲା l ଜନ୍ମେଜୟ ସାହୁଙ୍କ ପତ୍ନୀ ସ୍ବର୍ଗତ ନିର ଦେବୀ ଜଣେ ମିଷ୍ଟାଭାଷୀ ଓ ପରୋପକାରୀ ମହିଳା ଥିଲେ l ସେ ହେଉଛନ୍ତି ଶିକ୍ଷକ କ୍ଷୀରସାଗର ସାହୁ ଓ ଯୁବ ବ୍ୟବସାୟୀ ଧନେଶ୍ୱର ସାହୁ ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳ ସଚିବ ଡ଼. ନୃପରାଜ ସାହୁଙ୍କ ସାନ ମା (ଖୁଡି) ଅଟନ୍ତି l ତାଙ୍କ ବିୟୋଗରେ ଆଖପାଖ ଅଂଚଳରେ ଶୋକରଛାୟା ଖେଳି ଯାଇଛି l ହରଗୌରୀ ଯୁବକ ସଂଘ କୁସୁର୍ଲା, ରାମଲୀଳା ପୂଜା କମିଟି ଓ କଳାରୁଦ୍ର ଯୁବକ ସଂଘ କୁସୁର୍ଲା (ହଜାରୀପଡା) ପକ୍ଷରୁ ଗଭୀର ଶୋକ ପ୍ରକାଶ କରିଛନ୍ତି l କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ସାହିତ୍ୟ ଅଗଣା

Sunil Chandra Nayak

ରାଇଘର  ସମବାୟ ସମିତିର ସଭାପତି ହେଲେ ରାଇସିଂ ଗଣ୍ଡ 

Sunil Chandra Nayak

ବାନିଗାଁଠାରେ କ୍ଷୁଦ୍ର ଶସ୍ୟ ଚାଷ ସମ୍ବନ୍ଧୀୟ ତାଲିମ ଶିବିର ଅନୁଷ୍ଠିତ

Leave a Comment

error: Content is protected !!