ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ

କୋକସରା,୨୧/୪- ବରିଷ୍ଠ ସାମ୍ବାଦିକ ସୁଧାରାମ ସରାପ ଙ୍କ ମା ଜେମା ସରାପ ୭୬ ବର୍ଷ ବୟସରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ସ୍ଥିତ ନିଜ ବାସ ଭବନରେ ଗତକାଲି ରାତିରେ ପରଲୋକ ହୋଇଯାଇଛି । ସେ କିଛି ଦିନ ହେଲା ଅସୁସ୍ଥ ଥିଲେ । ସେ ଜଣେ ଧର୍ମ ପରାୟଣ ମହିଳା ଭାବେ ଅଞ୍ଚଳରେ ବେଶ୍ ଜଣା ଶୁଣା ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ବେଳକୁ ତାଙ୍କ ପୁଅ ବୋହୂ, ନାତି ନାତୁଣୀ, ଝିଅ ଜ୍ୱାଇଁ ଉପସ୍ଥିତ ଥିଲେ । ଆଜି ସକାଳେ ତାଙ୍କ ଗାଁ ଶ୍ମଶାନ ରେ ଅନ୍ତିମ ସତ୍କାର କରାଯାଇଥିଲା । ଏକମାତ୍ର ପୁଅ ସୁଧାରାମ ମୁଖାଗ୍ନି ଦେଇଥିଲେ । କୋକସରା ବ୍ଲକ ସାମ୍ବାଦିକ ସଂଘ ତରଫରୁ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ମ ନି ସ

Related posts

ରାଜା ଅନୁପ ସିଂହ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ଚିତ୍ତ ରଞ୍ଜନ ନନ୍ଦ ଙ୍କ ପ୍ରବନ୍ଧ ମଦ ବିରୋଦ୍ଧରେ ସଂଗ୍ରାମ

Sunil Chandra Nayak

ଦୁନ୍ଦେଲମାଲ ପଞ୍ଚାୟତକୁ ବସୁଧା ଜଳ ଯୋଗାଣ କେବେ ?

Sunil Chandra Nayak

Leave a Comment

error: Content is protected !!