ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ଵର – ଶିବ ସେନା ର ଷ୍ଟେଟ ମିଡିଆ ସେଲ ଭାଇସ୍ ପ୍ରେସିଡେଣ୍ଟ୍ ହେଲେ ନରେନ୍ଦ୍ର ପ୍ରସାଦ ବେହେରା

ବାଲେଶ୍ଵର,୨୧/୫/୨୨- ଓଡିଶା ରାଜ୍ୟରେ ଶିବସେନା ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି । ହିନ୍ଦୁ ହୃଦୟ ସମ୍ରାଟ ମାନନୀୟ ବାଲା ସାହେବ ଠାକରେଙ୍କ ବିଚାରଧାରା ପ୍ରତ୍ୟେକ ଲୋକମାନଙ୍କ ପାଖରେ ପହଞ୍ଚାଇବା ନିମନ୍ତେ ପ୍ରିଣ୍ଟ୍ ଓ ଇଲୋକ୍ଟ୍ରୋନିକ୍ ମିଡିଆର ଆବଶ୍ୟକତା ରହିଛି । ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଶିବସେନା ତରଫରୁ ଓଡିଶାର ପ୍ରଦେଶ ମିଡିଆ କକ୍ଷ ଉପ ପ୍ରମୁଖ(State Media Cell Vice President) ଦାୟିତ୍ୱ ଗ୍ରହଣ କରିଛନ୍ତି ନରେନ୍ଦ୍ର ପ୍ରସାଦ ବେହେରା । ଏଥିସହିତ ପ୍ରଦେଶ ପ୍ରମୁଖ ଓ ଉପ ପ୍ରମୁଖଙ୍କ ସହିତ ଯୋଗାଯୋଗରେ ରହି ରାଜ୍ୟରୁ ଆସୁଥିବା ସମସ୍ୟାର ସମାଧାନ ମିଡିଆ ମାଧ୍ୟମରେ କରିବା, ଗରିବ, ଅସହାୟଙ୍କ ଅଧିକାର ଏବଂ ହକ୍ ନ୍ଯାୟ ପାଇଁ ସଙ୍ଘର୍ଷ ଜାରି ରଖିବା ପାଇଁ ପାର୍ଟିର ନିର୍ଦ୍ଦେଶ ଅଛି । ପାର୍ଟିର ନୀତି ନିୟମ ଭିତରେ ରହି ଦାୟିତ୍ୱ ତୁଲାଇବା କ୍ଷେତ୍ରରେ ଯଦି କେହି ବାଧା ସୃଷ୍ଟି କରେ, ଆଦରଣୀୟ ଉଦ୍ଧବ ଠାକରେ( ମୁଖ୍ୟମନ୍ତ୍ରୀ, ମହାରାଷ୍ଟ୍ର), ଆଦିତ୍ୟ ଠାକରେ, ଗୁଲାବ ଚାନ୍ଦ ଦୁବେ, ଦୟାନନ୍ଦ କଶ୍ଯପ ଏବଂ ସମସ୍ତ ଶିବସେନା ଓଡ଼ିଶାର ପଦାଧିକାରୀ ମାନେ ସହଯୋଗ କରିବେ ବୋଲି ପାର୍ଟି ପ୍ରତିଶ୍ରୁତି ଦେଇଛି । ତେଣୁ ଶ୍ରୀ ବେହେରାଙ୍କ ଉପରେ ପୂର୍ଣ୍ଣ ସନ୍ତୁଷ୍ଟ ହୋଇ ଶିବସେନାର ରାଷ୍ଟ୍ରୀୟ ସଂଗଠକ ଗୁଲାବ ଚାନ୍ଦ ଦୁବେଙ୍କ ନିର୍ଦ୍ଦେଶ ମତେ ଓଡ଼ିଶାର ପ୍ରଦେଶ ମିଡିଆ କକ୍ଷ ଉପ ପ୍ରମୁଖ (State Media Cell Vice President) ଦାୟିତ୍ୱ ସମ୍ପାଦନ ନିମନ୍ତେ ମନୋନୀତ କରାଯାଇଥିବାରୁ ଉପରିସ୍ଥ ପଦାଧିକାରୀ ମାନଙ୍କୁ ଶ୍ରୀ ବେହେରା(ନରେନ୍ଦ୍ର ପ୍ରସାଦ ବେହେରା) କୃତଜ୍ଞତା ଜଣାଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ତେରେସିଂହାରେ ତ୍ରିନାଥ ମେଳା ଅନୁଷ୍ଠିତ

Sunil Chandra Nayak

ପଥଭ୍ରଷ୍ଟ ହେଉଛି ମହିଳା ଓ ଶିଶୁ ବିକାଶ ବିଭାଗ – ମଣିଷ ପାଇଁ ଉଦ୍ଦିଷ୍ଟ ଛତୁଆ ପଶୁଙ୍କର ଆହାର ହୋଇଛି 

Sunil Chandra Nayak

ଅସୁରକ୍ଷିତ ଖାଦ୍ୟ ଓ ଅଶ୍ଳୀଳ ଭାଷା ପ୍ରୟୋଗ ନେଇ ଗ୍ରାମବାସୀଙ୍କ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!