ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ମୋଦେଶ ମନ୍ଦିର ମୋଦେଶ ଠାକୁର
   ବିଶ୍ବ ମୋର ପରିବାର 
ସୁଖରେ ଜୀବନ ଶାନ୍ତିରେ ଜୀବନ
    ଭରସା ମୋର ଈଶ୍ୱର।
ସବୁ ମନ ନେଇ ଗଢ଼ା ଏକ ମନ
    ସ୍ନେହ ରଜୁ ଏକମାତ୍ର
ନିବିଡ଼ ବନ୍ଧନ ସଂସାର ପ୍ରେମରେ
   ଭକ୍ତି ଶାନ୍ତି ମୋ ସର୍ବତ୍ର।
ବହୁ ଜନ ଥିଲେ ଗଢ଼ା ହିଂସା ବାଦ
        ଖାଇଗଲା ନେଇ ଗଲା
ପଶୁଙ୍କ ଭିତରେ ଆଦର ରହିଛି
     ସ୍ନେହ ପ୍ରୀତି ଚଳ ଭଲା।
ମାନବ କହୁଛି ପଶୁବି କହୁଛି
    ଶଦ୍ଦ ଭାବ ଭକ୍ତି କଂଣ୍ଠେ
ଜୀବନ ସମାନ ଠାକୁର ସମାନ
    ସର୍ବେ ଯିବା ବଇକୁଣ୍ଠେ।
ସଭିଏଁ ପ୍ରାର୍ଥନା ସଭିଏଁ କାମନା
    ପୁଣ୍ୟ ହେଉ ସବୁ କାମ
ସମସ୍ତ ଭିତରେ ଏକ ମନ ହୋଇ
    ଚଳୁ ମିଶି ଧରା ଧାମ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଗଁଦିଆ ଏସବିଆଇ ଏଟିଏମ ଭାଙ୍ଗି ୨୨ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟ ଘଟଣା ପର୍ଦାଫାଶ, ୩ ଅଭିଯୁକ୍ତ ଗିରଫ, ୪ ଫେରାର

Sunil Chandra Nayak

ଆହାତ କୁଟୁରା ଉଦ୍ଧାର , ଚିକିତ୍ସା ପରେ ଜଙ୍ଗଲ ରେ ଛାଡି ଦିଆ ଯିବ

Sunil Chandra Nayak

ଦ୍ୱାଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ୨୦୨୨ ଆରମ୍ଭ 

Sunil Chandra Nayak

Leave a Comment

error: Content is protected !!