ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେସିଙ୍ଗା କାଉନସିଲର ଆସନରେ ବିଜୟୀ ବିଜେଡି ୯ କଂଗ୍ରେସ ୧ ବିଜେପି ୧ ସ୍ବାଧୀନ ୧

ଭବାନୀପାଟଣା:୨୬/୩- ମ.ନି.ସ:- କେସିଙ୍ଗା ଏନଏସି କାଉନସିଲର ନିର୍ବାଚନ ଭୋଟ ଗଣତିର ଶେଷ ଫଳାଫଳରୁ ଜଣାପଡିଛି ଯେ, ବିଜେଡିକୁ ୯ ଆସନ,କଂଗ୍ରେସକୁ ବିଜେପି ୧ ଓ ସ୍ବାଧୀନ ୧ ମିଳିଛି। ମିଳିଥିବା ସୂଚନା ଅନୁସାରେ ଓ୍ବାର୍ଡ ୧ ନମ୍ବରରେ ବିଜେଡି ପ୍ରାର୍ଥୀନୀ ମଞ୍ଜୁଲତା ସାହୁ ୫୨୪ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀନୀ ଯାଜ୍ଞସେନୀ ସାହୁ ୩୧୯ ଭୋଟ ପାଇ ପରାଜୟ ହୋଇଛନ୍ତି, ୨ ନମ୍ବର ଓ୍ବାର୍ଡରେ ବିଜେଡି ପ୍ରାର୍ଥୀ ଭୁପେନ୍ଦ୍ର ଘୀଭେଲା ୫୭୬ ଭୋଟ ପାଇ ବିଜୟୀ ଓ କଂଗ୍ରେସ ପ୍ରାର୍ଥୀ ମୂରଳୀ ଗହିର ୧୬୬ ଖଣ୍ତ ଭୋଟ ପାଇ ପରାସ୍ତ, ୩ ନମ୍ବର ଓ୍ବାର୍ଡ ପାଇଁ କଂଗ୍ରେସ ପ୍ରାର୍ଥୀ ରୋହିତ ଜୈନ ୩୩୬ ଖଣ୍ତ ଭୋଟ ପାଇ ବିଜୟୀ ଓ ନିକଟତମ ବିଜେଡି ପ୍ରାର୍ଥୀ ଅନୀଲ କୁମାର ଜୈନ ୨୩୯ ଭୋଟ ପାଇ ପରାସ୍ତ, ୪ ନମ୍ବର ଓ୍ବାର୍ଡରେ ବିଜେପି ପ୍ରାର୍ଥୀ ଧରଣୀ ନାଏକ ୨୫୩ ଖଣ୍ତ ଭୋଟ ପାଇ ବିଜୟୀ ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦି ବିଜେଡି ପ୍ରାର୍ଥୀ ଗଙ୍ଗା ଶୁନସାନି ୧୮୧ ଭୋଟ ପାଇ ପରାଜୟ, ୫ ନମ୍ବର ଓ୍ବାର୍ଡରେ ବିଜେଡି ପ୍ରାର୍ଥୀନୀ ମଞ୍ଜୁ ମାଝୀ ୪୫୨ ଭୋଟ ପାଇ ବିଜୟୀ ଓ ତାଙ୍କ ନିକଟତମ ବିଜେପି ପ୍ରାର୍ଥୀନୀ ମଞ୍ଜୁଲତା ନାଏକ ୩୪୯ ଭୋଟ ପାଇ ପରାଜୟ ହୋଇଛନ୍ତି, ୬ ନମ୍ବର ଓ୍ବାର୍ଡରେ ସ୍ବାଧୀନ ପ୍ରାର୍ଥୀ ଶମ୍ଭୁ ବର୍ଗତି ୪୨୨ ଖଣ୍ତ ଭୋଟରେ ବିଜୟୀ ଓ ବିଜେଡି ପ୍ରାର୍ଥୀ ନରସିଂହ ନିଆଲ ୪୨୦ ଟି ଭୋଟ ପାଇ ପରାସ୍ତ ହେଲେ। ୭ ନମ୍ବର ଓ୍ବାର୍ଡର ବିଜେଡି ପ୍ରାର୍ଥୀ ପ୍ରକାଶ ବନଚୋର ୪୪୧ ଭୋଟ ପାଇ ବିଜୟୀ ତାଙ୍କ ନିକଟତମ କଂଗ୍ରେସ ପ୍ରାର୍ଥୀ ଚୈତନ୍ୟ ବନଚୋର ୧୨୪ ଭୋଟ ପାଇ ପରାଜୟ, ୮ ନମ୍ବର ଓ୍ବାର୍ଡର ବିଜେଡି ପ୍ରାର୍ଥୀନୀ ସରସ୍ବତୀ ସାହା ୬୦୩ ଟି ଭୋଟ ପାଇ ବିଜୟୀ ତାଙ୍କ ନିକଟତମ କଂଗ୍ରେସ ପ୍ରାର୍ଥୀନୀ ଦୀପାଞ୍ଜଳୀ ସାହା ୩୬୨ ଟି ଭୋଟ ପାଇ ପରାସ୍ତ ହେଲେ, ୯ ନମ୍ବର ଓ୍ବାର୍ଡର ବିଜେଡି ପ୍ରାର୍ଥୀନୀ କବିତା ମାଝୀ ୪୪୭ ଭୋଟ ପାଇ ବିଜୟୀ କଂଗ୍ରେସ ପ୍ରାର୍ଥୀନୀ ଦେବକୀ ମାଝୀ ୨୪୧ ଟି ଭୋଟ ପାଇ ପରାସ୍ତ, ୧୦ ନମ୍ବର ଓ୍ବାର୍ଡରେ ବିଜେଡି ପ୍ରାର୍ଥୀନୀ ୫୫୮ ଟି ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ନିକତମ ପ୍ରତିଦ୍ବନ୍ଦି କଂଗ୍ରେସ ପ୍ରାର୍ଥୀନୀ ବାସୁମତୀ ବାଗ ୩୭୮ ଟି ଭୋଟ ପାଇ ପରାସ୍ତ ହେଲେ, ୧୧ ନମ୍ବର ଓ୍ବାର୍ଡରେ ବିଜେଡି ପ୍ରାର୍ଥୀ ରମାକାନ୍ତ ଜେନା ୪୩୭ ଭୋଟ ପାଇ ବିଜୟୀ ଓ ବିଜେପି ପ୍ରାର୍ଥୀ ମନୋଜ କୁମାର ଶର୍ମା ୩୩୨ ଖଣ୍ତ ଭୋଟ ପାଇ ପରାଜୟ, ୧୨ ନମ୍ବର ଓ୍ବାର୍ଡର ବିଜେଡି ପ୍ରାର୍ଥୀ ହେମା ସୁନା ୬୬୭ ଭୋଟ ପାଇ ବିଜୟୀ ହୋଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ରଜନୀ ନାଏକ ୨୦୫ ଗୋଟି ଭୋଟ ପାଇ ପରାସ୍ତ ହୋଇଥିବା ଜଣାଯାଏ ।

Related posts

ତନୁ ବାରିକ ଙ୍କ ଆକସ୍ମିକ ମୃତ୍ୟୁ,ଚାଞ୍ଚେର ରେ ଚହଳ

Sunil Chandra Nayak

ଝାଡା ବାନ୍ତି ରେ ଶିଶୁ ମୃତ     

Sunil Chandra Nayak

ରାଜ୍ୟରେ ନିର୍ମାଣ ହେବ ମଡେଲ ମଣ୍ଡି, ୧୨୮ ବହୁମୁଖୀ ଗୋଦାମ ଗୃହ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ ପାଇଁ ନିର୍ଦ୍ଦେଶ

Sunil Chandra Nayak

Leave a Comment

error: Content is protected !!