ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ହେବନି ସେବା ସମବାୟ ସମିତି ନିର୍ବାଚନ, ଅପ୍ରତିଦ୍ବନ୍ଦୀ ଭାବେ ହେଲେ ନିର୍ବାଚିତ

ବାଲେଶ୍ବର,୦୮/୬/୨୨- ଆସନ୍ତା ତା ୧୯/୬/୨୨ ଏବଂ ୨୬/୬/୨୨ ରିଖ ସେବା ସମବାୟ ସମିତି ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ଏଥିପାଇଁ ବାଲେଶ୍ବର ଜିଲ୍ଲାର ବିଭିନ୍ନ ସେବା ସମବାୟ ସମିତି ଗୁଡିକରେ ସଭ୍ୟ/ସଭ୍ଯାମାନେ ନିଜ ନିଜର ମନୋନୟନ ପତ୍ର ମଧ୍ୟ ଦାଖଲ କରିଥିଲେ । ଯାଞ୍ଚ ପ୍ରକ୍ରିୟା ଶେଷ ହୋଇ ଚୁଡାନ୍ତ ତାଲିକା ମଧ୍ୟ ପ୍ରକାଶ ହୋଇସାରିଛି । କିନ୍ତୁ ନିର୍ବାଚନ ତାରିଖ ପୂର୍ବରୁ ଜିଲ୍ଲାର କେତେକ ସେବା ସମବାୟ ସମିତିର ନିର୍ବାଚନ ନହେବା ନେଇ ସୂଚନା ଆମ୍ଭର ହସ୍ତଗତ ହୋଇଛି । ସେଥିମଧ୍ୟରୁ ଖଇରା ବ୍ଲକ ଗୋଳିହା ସେବା ସମବାୟ ସମିତି ଅନ୍ୟତମ । ଉକ୍ତ ସେବା ସମବାୟ ସମିତିର ଡାଇରେକ୍ଟ ବୋର୍ଡ ମେମ୍ବର ନିମନ୍ତେ ବିଭିନ୍ନ ବର୍ଗରୁ ମୋଟ ୧୫ ଜଣ ଯଥା- ରମେଶ ଘଡାଇ, ସୁନିଲ କୁମାର ଘଡାଇ, ସନାତନ ଦାସ, ନକୁଳ ଚରଣ ନାୟକ, ନିରଞ୍ଜନ ପ୍ରଧାନ, ନୃସିଂହ ଚରଣ ଦ୍ବିବେଦୀ, ଆରତୀ ଲତା ପଣ୍ଡା, ସୁଭଦ୍ରା ଘଡାଇ, ରୀନାରାଣୀ ସେଣ୍ଡ, ପ୍ରସନ୍ନ କୁମାର ଦାସ, କ୍ଷୀରୋଦ କୁମାର ଘଡାଇ, କିର୍ତ୍ତିମୟୀ ହାତୀ, କେଶବ ଚନ୍ଦ୍ର ସାମଲ, ସୁଶାନ୍ତ କୁମାର ଦାସ ଓ ସାବିତ୍ରୀ ବାରିକ ପ୍ରମୁଖ ମନୋନୟନ ପତ୍ର ଦାଖଲ କରିଥିଲେ । ଯାଞ୍ଚ ପରେ ଏମାନଙ୍କ ନାମ ମଧ୍ୟ ଚୁଡାନ୍ତ ତାଲିକାରେ ପ୍ରକାଶ ପାଇଛି । ଦୁଇଜଣଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତାକୁ ନିର୍ବାଚନ କୁହାଯାଏ, କିନ୍ତୁ ଉକ୍ତ ସେବା ସମବାୟ ସମିତିରେ କେହି କାହାରି ବିରୋଧରେ ଜନାଦେଶ ଲୋଡିବାକୁ ଇଚ୍ଛା ପ୍ରକାଶ କରିନଥିଲେ । ତେଣୁ ସମସ୍ତ ସଭ୍ୟ ଓ ସଭ୍ୟା ମାନେ ନିଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଯାହା ଗୋଳିହା ସେବା ସମବାୟ ସମିତିର ସମ୍ପାଦକ ପ୍ରଶାନ୍ତ କୁମାର ନାୟକଙ୍କ ଠାରୁ ଖବର ସଂଗ୍ରହରୁ ଜଣାପଡିଛି । ଏହିପରି କୁରୁଣ୍ଟା ସେବା ସମବାୟ ସମିତି ଓ ଅନ୍ତରା ସେବା ସମବାୟ ସମିତି ସମେତ ଜିଲ୍ଲାର କେତେକ ସେବା ସମବାୟ ସମିତିରେ ଦେଖିବାକୁ ମିଳିଛି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନୂଆଖାଇ ଅବସରରେ ଅମୃତ ମାତୃ ପିତୃ ସେବା କାର୍ଯ୍ୟକ୍ରମ

Sunil Chandra Nayak

ମହାମହର୍ଷି ବ୍ୟାସଦେବଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସ୍ବାଗତ କଲା ସଚେତନ ନାଗରିକ ମଞ୍ଚ

Sunil Chandra Nayak

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ କୋକସରା କଲେଜରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!