ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲମତାଗୁଡା ଗ୍ରାମ ପଞ୍ଚାୟତ :ମାସିକ ବୈଠକ ନହେବା ନେଇ ଅଭିଯୋଗ

ତେନ୍ତୁଳିଖୁଣ୍ଟି – ୦୧/୧୨/୨୨- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପଂଚାୟତ ସମିତି ଲମତା ଗୁଡା ଗ୍ରାମ ପଞ୍ଚାୟତ ର ଜୁଲାଇ 30 ପରେ ଆଉ ମାସିକ ବୈଠକ ବସି ନଥିବା ନେଇ ଷୋହଳ ଜଣ ୱାର୍ଡ ସଭ୍ୟସଭ୍ୟା ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ଙ୍କୁ ଅଭିଯୋଗ କରିଛନ୍ତି। ମାସିକ ଵୈଠକ ଡାକିବା ପାଇଁ ସରପଞ୍ଚ ଙ୍କୁ ନାଏବ ସରପଞ୍ଚ ମାଳା ନାଗ ଓ ୱାର୍ଡ ସଭ୍ୟା ସଭ୍ୟ କହିଲେ ଆଶ୍ରାବ୍ୟ ଭାଷାରେ ଗାଳି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ମାସିକ ବୈଠକ ହୋଇ ନଥିବା ରୁ ଉନ୍ନୟନ କାର୍ଯ୍ୟ ହେଉଛି କି ନା ପଂଚାୟତ ପ୍ରତିନିଧି ଜାଣି ପାରୁ ନାହାଁନ୍ତି। ପଂଚାୟତ ନିର୍ବାହୀ ଅଧିକାରୀ ମଧ୍ୟ ବୈଠକ ନେଇ କିଛି ସଠିକ ଉତ୍ତର ଦେଉନାହାନ୍ତି। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ରେ ମାସିକ ବୈଠକ ,ମାସିକ ନୋଡାଲ ବୈଠକ ଆଦି ର ପ୍ରମୂଖ ସ୍ଥାନ ରହିଛି। ବିନା ସ୍ୱଚ୍ଛତା ରେ ଦୂର୍ନୀତି ମୁକ୍ତ ଶାସନ ସମ୍ଭବ କି ବୋଲି ପ୍ରଶ୍ନ କରିଛନ୍ତି ଷୋହଳ ୱାର୍ଡ ସଭ୍ୟ ସଭ୍ୟା । ପଲ୍ଲୀ ସଭା ଇତି ମଧ୍ୟରେ ଦୁଇଟି ହେବା କଥା ତାହା ମଧ୍ୟ କରା ଯାଇନି ନା ୱାର୍ଡ ସଭ୍ୟ ସଭ୍ୟା ଙ୍କୁ ଅବଗତ କରଯାଇନି ନା କାଗଜ କଲମ ରେ କରିଦିଆଯାଇଛି ବୋଲି ପ୍ରଶ୍ନ ଉଠୁଛି । ପଂଚାୟତ ର ମାସିକ ବୈଠକ ନ ହେବା ମାସିକ ନୋଡାଲ ବୈଠକ ରେ ପଂଚାୟତ ର ନୋଡାଲ ଅଧିକାରୀ କଣ ଜାଣି ନଥିଲେ ? ନା ପଂଚାୟତ ର ନୋଡାଲ ବୈଠକ ମଧ୍ୟ ହେଉନି ? ପଂଚୟତ ପ୍ରତିନିଧି ଜାଗ୍ରତ ହୋଇ ଅଭିଯୋଗ କରିବା ପର୍ଯ୍ୟନ୍ତ କଥାଯାାଇଛି। ବୋଧହୁଏ କୌଣସି ପଞ୍ଚାୟତ ରେ ଆଉ ନୋଡାଲ ବୈଠକ ହେଉନି!

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଲାଠିକଟା ମହିଳା କୃଷକ ଉତ୍ପାଦକ ସଂଗଠନ ର ପଞ୍ଜିକରଣ ପ୍ରକ୍ରିୟା ଶେଷ.

Sunil Chandra Nayak

ଆଞ୍ଚଳିକ ବ୍ରାହ୍ମଣ ସମିତି ତରଫରୁ ପଞ୍ଚାୟତ ସ୍ତରୀୟ କମିଟି ଗଠିତ

Sunil Chandra Nayak

ଶୁଭଶ୍ରୀ  ପ୍ରଧାନ ଙ୍କ କବିତା ସକାଳ ଜଣାଣ

Sunil Chandra Nayak

Leave a Comment

error: Content is protected !!