ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ମହୋତ୍ସବ ଉଦଯାପିତ

ନବରଙ୍ଗପୁର-(ମସିହା) ଚଳିତ ବର୍ଷ ଗତାନୁଗତିକ ଭାବରେ ନବରଙ୍ଗପୁର ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ମହୋତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି ।ଛାତ୍ର/ ଛାତ୍ରୀମାନଙ୍କର ଉଭୟ ଶାରରିକ ଓ ମାନସିକ ବିକାଶ ପାଇଁ ଏହି କ୍ରୀଡା ଉତ୍ସବ ଦୁଇଦିନ ଧରି ପାଳନ କରାଯାଇଥିଲା ।ଏଥିରେ ଉଭୟ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ର ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରଥମ ଦିନର କ୍ରୀଡା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ-ତଥା- ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଭାସ୍କର ରଇତ ଉଦଘାଟନ କରି ଏକ ସୁସ୍ଥ ଶରୀର ହିଁ ଏକ ସୁସ୍ଥ ମସ୍ତିଷ୍କ ତିଆରି କରିବାରେ ସହାୟକ ହୋଇଥାଏ ବୋଲି କହିବା ସହ ଛାତ୍ର/ ଛାତ୍ରୀଙ୍କୁ ପାଠ ପଢ଼ା ସହିତ ଖେଳ କୁଦରେ ବି ଦକ୍ଷ ହେବାକୁ ପରାମର୍ଶ ଦେଇଥିଲେ । କ୍ରୀଡା ମଞ୍ଚରେ ସଭାପତିତ୍ୱ କରି ଅଧ୍ୟକ୍ଷ ଡ଼ଃ ଭାସ୍କର ନାଥ ବିଶ୍ୱାଳ ଶାରରିକ ଓ ବୌଦ୍ଧିକ ବିକାଶରେ ମଣିଷର ବିକାଶ ସମ୍ଭବ ବୋଲି କହିବା ସହ ଛାତ୍ର/ ଛାତ୍ରୀଙ୍କୁ ନିଜ ର ଅନ୍ତର୍ନିହିତ ପ୍ରତିଭା ର ବିକାଶ କରିବା ପାଇଁ ପରାମର୍ଶ ଦେଇଥିଲେ ।

କ୍ରୀଡା ସଂସଦର ଉପ ସଭାପତି ଅଧ୍ୟାପକ ଶ୍ରୀ ଶମ୍ଭୁ ପ୍ରସାଦ ହୋତ୍ତା ଦୁଇଦିନର କାର୍ଯ୍ୟକ୍ରମ ଗୁଡିକର ରୂପରେଖ ଉପରେ ବିଶଦ ସୂଚନା ପ୍ରଦାନ କରିଥିଲେ । ଏଥିରେ ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସଟଫୁଟ,ଡ଼ିସକସ,ଯେବଲିନ ଫିଙ୍ଗା ଆଦି ପ୍ରାୟ 20 ଗୋଟି ପ୍ରତିଯୋଗିତା ହୋଇଥିଲା ।ଏହି ସବୁ କ୍ରୀଡା ର ପରିଚାଳନା କରିଥିଲେ କମିଟି ସଦସ୍ୟ ଶ୍ରୀ ସୁରେଶ ସାହୁ, ଶ୍ରୀ ଲବ ଖୋସଲା,ଶ୍ରୀମତୀ ସଂଯୁକ୍ତା ପାଙ୍ଗି, ଶ୍ରୀ ଆଲୋକ କୁମାର ଦାସ, ଶ୍ରୀ ବ୍ୟୋମକେଶ ବେହେରା ଓ ଶ୍ରୀ ନିରଞ୍ଜନ ତ୍ରିପାଠୀ । ସମ୍ବଳ ଅଧିକାରୀ ଭାବର ସହାୟତା କରିଥିଲେ ଶ୍ରୀ ଅଶୋକ କୁମାର ପାତ୍ର, ଶ୍ରୀ ରାଜନ ତ୍ରିପାଠୀ, ଶ୍ରୀ ରାମ ଭାଇ ଓ ତାଙ୍କରି ଦଳ ।କ୍ରୀଡା ଉତ୍ସବ ର ଦ୍ଵିତୀୟ ଦିନର ଅତିଥି ଭାବେ ଯୋଗଦେଇ ପୁରାତନ ଛାତ୍ର ସଂସଦ ସଭାପତି ଶ୍ରୀଯୁକ୍ତ ଗଣେଶ ଦାଶ ପିଲାମାନଙ୍କୁ ଆହୁରି ଅଧିକ ଭାବରେ ପ୍ରତିଭାର ବିକାଶ କରିବା ସହ କଲେଜ ପାଇଁ ଗୌରବ ଆଣିବା ପାଇଁ ଆହ୍ୱାନ କରିଥିଲେ । ଉପସଭାପତି ଶ୍ରୀଯୁକ୍ତ ପ୍ରଭାକର ପାତ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ଆଜିର ଯୁଗରେ ଖେଳ କୁଦକୁ ବି ଏକ କେରିୟାର ଭାବରେ ନେଇପାରିବେ ବୋଲି କହିଥିଲେ । ସମ୍ପାଦିକା ଶ୍ରୀମତୀ ସଂଗୀତା ତ୍ରିପାଠୀ କ୍ରୀଡା ମାଧ୍ୟମରେ ଏକ ସୁସ୍ଥ ଯୁବ ସମାଜ ଗଠନ ପାଇଁ ଆହ୍ୱାନ ଦେଇଥିଲେ ।ଏତତ୍ ସହିତ କ୍ରୀଡା ପ୍ରଶିକ୍ଷକ ଏମ ବାଳକୃଷ୍ଣ ରାଓ ଓ ଜିଲ୍ଳା କ୍ରୀଡା ଅଧିକାରୀ ଶ୍ରୀ ମହେନ୍ଦ୍ର କୁମାର ସାହୁ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଛାତ୍ର/ ଛାତ୍ରୀ ଙ୍କୁ କ୍ରୀଡା ବିଷୟକ ବିଭିନ୍ନ ଜ୍ଞାନ ଓ କୌଶଳ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ ।ମୋଟାମୋଟି ଭାବରେ ରେକର୍ଡ ସଂଖ୍ୟକ ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିବା ସହ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଅକୁଣ୍ଠ ସହଯୋଗ କରିଥିଲେ । ଆଗାମୀ ବର୍ଷ ଦୁଇ ଦିନ ପରିବର୍ତ୍ତେ ତିନିଦିନ ପାଇଁ କ୍ରୀଡା ମହୋତ୍ସବ ହେବ ବୋଲି ଅଧ୍ୟକ୍ଷ ଡ଼ଃ ବିଶ୍ୱାଳ ଘୋଷଣା କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ।

Related posts

ଚନ୍ଦ୍ରକଳା ଦେବୀ ଙ୍କ କବିତା “ଶିଶିର ସାରସ”

Sunil Chandra Nayak

ସସ୍ମିତା ପଣ୍ଡା ଙ୍କ ଭକ୍ତି ନୈବେଦ୍ୟ

Sunil Chandra Nayak

ଓଡିଶା ଅବସରପ୍ରାପ୍ତ ଆରକ୍ଷୀ ପଦାଧିକାରୀ କଲ୍ୟାଣ ସମିତି ତରଫରୁ ଡଃ ସୁମନ ଦତ୍ତ ସମ୍ବର୍ଦ୍ଧିତ

Leave a Comment

error: Content is protected !!