ନବରଙ୍ଗପୁର-(ମସିହା) ଚଳିତ ବର୍ଷ ଗତାନୁଗତିକ ଭାବରେ ନବରଙ୍ଗପୁର ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ମହୋତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି ।ଛାତ୍ର/ ଛାତ୍ରୀମାନଙ୍କର ଉଭୟ ଶାରରିକ ଓ ମାନସିକ ବିକାଶ ପାଇଁ ଏହି କ୍ରୀଡା ଉତ୍ସବ ଦୁଇଦିନ ଧରି ପାଳନ କରାଯାଇଥିଲା ।ଏଥିରେ ଉଭୟ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ର ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରଥମ ଦିନର କ୍ରୀଡା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ-ତଥା- ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଭାସ୍କର ରଇତ ଉଦଘାଟନ କରି ଏକ ସୁସ୍ଥ ଶରୀର ହିଁ ଏକ ସୁସ୍ଥ ମସ୍ତିଷ୍କ ତିଆରି କରିବାରେ ସହାୟକ ହୋଇଥାଏ ବୋଲି କହିବା ସହ ଛାତ୍ର/ ଛାତ୍ରୀଙ୍କୁ ପାଠ ପଢ଼ା ସହିତ ଖେଳ କୁଦରେ ବି ଦକ୍ଷ ହେବାକୁ ପରାମର୍ଶ ଦେଇଥିଲେ । କ୍ରୀଡା ମଞ୍ଚରେ ସଭାପତିତ୍ୱ କରି ଅଧ୍ୟକ୍ଷ ଡ଼ଃ ଭାସ୍କର ନାଥ ବିଶ୍ୱାଳ ଶାରରିକ ଓ ବୌଦ୍ଧିକ ବିକାଶରେ ମଣିଷର ବିକାଶ ସମ୍ଭବ ବୋଲି କହିବା ସହ ଛାତ୍ର/ ଛାତ୍ରୀଙ୍କୁ ନିଜ ର ଅନ୍ତର୍ନିହିତ ପ୍ରତିଭା ର ବିକାଶ କରିବା ପାଇଁ ପରାମର୍ଶ ଦେଇଥିଲେ ।
କ୍ରୀଡା ସଂସଦର ଉପ ସଭାପତି ଅଧ୍ୟାପକ ଶ୍ରୀ ଶମ୍ଭୁ ପ୍ରସାଦ ହୋତ୍ତା ଦୁଇଦିନର କାର୍ଯ୍ୟକ୍ରମ ଗୁଡିକର ରୂପରେଖ ଉପରେ ବିଶଦ ସୂଚନା ପ୍ରଦାନ କରିଥିଲେ । ଏଥିରେ ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସଟଫୁଟ,ଡ଼ିସକସ,ଯେବଲିନ ଫିଙ୍ଗା ଆଦି ପ୍ରାୟ 20 ଗୋଟି ପ୍ରତିଯୋଗିତା ହୋଇଥିଲା ।ଏହି ସବୁ କ୍ରୀଡା ର ପରିଚାଳନା କରିଥିଲେ କମିଟି ସଦସ୍ୟ ଶ୍ରୀ ସୁରେଶ ସାହୁ, ଶ୍ରୀ ଲବ ଖୋସଲା,ଶ୍ରୀମତୀ ସଂଯୁକ୍ତା ପାଙ୍ଗି, ଶ୍ରୀ ଆଲୋକ କୁମାର ଦାସ, ଶ୍ରୀ ବ୍ୟୋମକେଶ ବେହେରା ଓ ଶ୍ରୀ ନିରଞ୍ଜନ ତ୍ରିପାଠୀ । ସମ୍ବଳ ଅଧିକାରୀ ଭାବର ସହାୟତା କରିଥିଲେ ଶ୍ରୀ ଅଶୋକ କୁମାର ପାତ୍ର, ଶ୍ରୀ ରାଜନ ତ୍ରିପାଠୀ, ଶ୍ରୀ ରାମ ଭାଇ ଓ ତାଙ୍କରି ଦଳ ।କ୍ରୀଡା ଉତ୍ସବ ର ଦ୍ଵିତୀୟ ଦିନର ଅତିଥି ଭାବେ ଯୋଗଦେଇ ପୁରାତନ ଛାତ୍ର ସଂସଦ ସଭାପତି ଶ୍ରୀଯୁକ୍ତ ଗଣେଶ ଦାଶ ପିଲାମାନଙ୍କୁ ଆହୁରି ଅଧିକ ଭାବରେ ପ୍ରତିଭାର ବିକାଶ କରିବା ସହ କଲେଜ ପାଇଁ ଗୌରବ ଆଣିବା ପାଇଁ ଆହ୍ୱାନ କରିଥିଲେ । ଉପସଭାପତି ଶ୍ରୀଯୁକ୍ତ ପ୍ରଭାକର ପାତ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ଆଜିର ଯୁଗରେ ଖେଳ କୁଦକୁ ବି ଏକ କେରିୟାର ଭାବରେ ନେଇପାରିବେ ବୋଲି କହିଥିଲେ । ସମ୍ପାଦିକା ଶ୍ରୀମତୀ ସଂଗୀତା ତ୍ରିପାଠୀ କ୍ରୀଡା ମାଧ୍ୟମରେ ଏକ ସୁସ୍ଥ ଯୁବ ସମାଜ ଗଠନ ପାଇଁ ଆହ୍ୱାନ ଦେଇଥିଲେ ।ଏତତ୍ ସହିତ କ୍ରୀଡା ପ୍ରଶିକ୍ଷକ ଏମ ବାଳକୃଷ୍ଣ ରାଓ ଓ ଜିଲ୍ଳା କ୍ରୀଡା ଅଧିକାରୀ ଶ୍ରୀ ମହେନ୍ଦ୍ର କୁମାର ସାହୁ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଛାତ୍ର/ ଛାତ୍ରୀ ଙ୍କୁ କ୍ରୀଡା ବିଷୟକ ବିଭିନ୍ନ ଜ୍ଞାନ ଓ କୌଶଳ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ ।ମୋଟାମୋଟି ଭାବରେ ରେକର୍ଡ ସଂଖ୍ୟକ ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିବା ସହ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଅକୁଣ୍ଠ ସହଯୋଗ କରିଥିଲେ । ଆଗାମୀ ବର୍ଷ ଦୁଇ ଦିନ ପରିବର୍ତ୍ତେ ତିନିଦିନ ପାଇଁ କ୍ରୀଡା ମହୋତ୍ସବ ହେବ ବୋଲି ଅଧ୍ୟକ୍ଷ ଡ଼ଃ ବିଶ୍ୱାଳ ଘୋଷଣା କରିଥିଲେ ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ।