ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଛାତ୍ର ବିଜେଡିର ସାଙ୍ଗଠନିକ ପୁନର୍ଗଠନ , ଅବିନାଶ ହେଲେ କାର୍ଯ୍ୟକାରୀ ସଭାପତି 

ଭବାନୀପାଟଣା‌ –  ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଯୁବ କମିଟି ପରେ ଏବେ ଛାତ୍ର ବିଜେଡି ସାଂଗଠନିକ ପରିବର୍ତ୍ତନ କରାଯାଇଛି। ରାଜ୍ୟ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଛାତ୍ର ସଂଗଠନକୁ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ଛାତ୍ର ବିଜେଡିର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି । ଏହି ନୂତନ କମିଟିରେ ପୂନର୍ବାର ଟାଣୁଆ ଛାତ୍ର ନେତା ଅବିନାଶ ଠାକୁରଙ୍କୁ ରାଜ୍ୟ ର କାର୍ଯ୍ୟକାରୀ ସଭାପତି ଭାବରେ ଦାୟିତ୍ଵ ଦିଆଯାଇଛି। ସେ ୨୦୦୯ ମସିହାରେ ଭବାନୀପାଟଣା ସ୍ଵୟଂଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ଭାବରେ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ପରେ ୩ଥର କଳାହାଣ୍ଡି ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଓ ରାଜ୍ୟ ସାଧାରଣ ସମ୍ପାଦକ ଭଳି ଗୁରୁ ଦାୟିତ୍ବ ତୁଲାଇ ସାରିଛନ୍ତି। ତାଙ୍କର ସାଂଗଠନିକ କାର୍ଯ୍ୟଦକ୍ଷତା ଓ ନେତୃତ୍ବ ପାଇଁ ଆଜି ଦ୍ବିତୀୟ ଥର ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଭାବରେ ଗୁରୁ ଦାୟିତ୍ବ ମିଳିଥିବାରୁ ସେ ମୁଖ୍ୟମନ୍ତ୍ରୀ, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଜିଲ୍ଲା ର ସମସ୍ତ ନେତୃମଣ୍ଡଳୀ ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ସେହିଭଳି ଛାତ୍ର ଜନତାର ନୂତନ କମିଟିରେ ଅଜିତ କୁମାର ସାହୁଙ୍କୁ କଳାହାଣ୍ଡି ଜିଲ୍ଲା ସଭାପତି ଦାୟିତ୍ୱ ମିଳି ଥିବାବେଳେ ଛାତ୍ର ନେତା ଅଭିଷେକ ମହାପାତ୍ର ଙ୍କୁ ରାଜ୍ୟ ଉପ ସଭାପତି , ଆଶିଷ ମହାପାତ୍ରଙ୍କୁ ସମ୍ପାଦକ, ଚିରାଗ ସିଂ ଦେଓ ଜୋନ ସଭାପତି ଦାୟିତ୍ବ ମିଳିଛି । ନୂତନ କମିଟିରେ କଳାହାଣ୍ଡି ଜିଲ୍ଲାର ଛାତ୍ର ନେତାମାନେ ସାମିଲ ହୋଇଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି।

କିଶନ ଶର୍ମା ଙ୍କ ରିପୋର୍ଟ 

Related posts

ଉମାକାନ୍ତ ଦାସ ଙ୍କ କବିତା ଜୟ ଗଣେଶ ପରିବାର

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଏତ କଳିଯୁଗ ବାଣୀ

Sunil Chandra Nayak

ଜିଲ୍ଲାପାଳ ସ୍ଵଧାଦେବ ସିଂ ଙ୍କ ପ୍ରଥମ ମାଓ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ପରିଦର୍ଶନ 

Sunil Chandra Nayak

Leave a Comment

error: Content is protected !!