ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପରବେଡା ସମିତି ସଭ୍ୟମାନଙ୍କ ପରିବାରର ହାତୀଚଲାପଥ, ,କେନାଲ ଅବରୋଧ, ସରକାରୀ ଜାଗାରେ ଗୃହ ନିର୍ମାଣ, ସଂଗୀନ ଅଭିଯୋଗ ନେଇ ଗ୍ରାମବାସୀଙ୍କ ବିଡ଼ିଓ, ତହସିଲଦାର,ବନାଞ୍ଚଳ ଅଧିକାରୀଙ୍କ ଠାରେ ଲିଖିତ ଅଭିଯୋଗ

ମୟୂରଭଞ୍ଜ -୨୯/୮/୨୨(ମସିହା) ବାଡ଼ ଯଦି କ୍ଷେତ ଖାଇବ ତାହାହେଲେ ସୁରକ୍ଷା ଦେବା କିଏ? ଆଦିବାସୀ ଜନପ୍ରତିନିଧି ହୋଇ ଆଦିବାସୀମାନଙ୍କୁ ହଇରାଣ ହରକତ କଲେ ଲୋକେ ନ୍ୟାୟ ପାଇବେ କେଉଁଠି? ଏଭଳି ସଙ୍ଗୀନ ଘଟଣା ଦେଖିବାକୁ ମିଳିଛି ଖୁଦ ରାଷ୍ଟ୍ରପତିଙ୍କ ପୈତୃକ ଗ୍ରାମ ଉପରବେଡା ଗ୍ରାମରେ ! ନିରୀହ ଆଦିବାସୀମାନେ କ୍ଷମତା,ବାହୁବଳୀ,କରିତକର୍ମା ସମିତି ସଭ୍ୟାଙ୍କ ଦ୍ୱାରା ଅତିଷ୍ଠ ହେଉଛନ୍ତି । ସୂଚନାଯୋଗ୍ୟ ଉପରବେଡା ସମିତି ସଭ୍ୟା ଧନମଣି ବାସ୍କେଙ୍କ ସ୍ବାମୀ ଉପରବେଡା ଡୁଙ୍ଗୁରିସାହିରୁ ଧନୁଢିପା ଯାଇଥିବା କେନାଲକୁ ଅବରୋଧ କରି ଦେଇଛନ୍ତି ।ସେଠାରେ ପୋଖରୀ ଖନନ କରି କେନାଲରୁ ବନ୍ଦ କରି ଦେଇଛନ୍ତି ।ଯାହାଫଳରେ କେନାଲରୁ ପାଣି ଆଉ ଆଦିବାସୀଙ୍କ ଚାଷ ଜମିକୁ ଯାଇ ପାରୁ ନାହିଁ । ଫଳରେ ନିରିହ ଗ୍ରାମ ବାସୀମାନେ ଚାଷ ପାଇଁ ପାଣି ନପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଆଗରୁ ଥିବା ଗ୍ରାମବାସୀଙ୍କ ଗଭୀର କୂପ ପୋଖରୀ ଦୂଷିତ ପାଣି ପଶି ଯାଉଥିବାରୁ ପିଇବା ପାଣି ପାଇଁ ବ୍ୟବହୃତ କରିପାରୁ ନାହାନ୍ତି । ଗ୍ରାମବାସୀମାନେ ପିଇବା ପାଣି ପାଇଁ ଡହଳ‌ବିକଳ ହେଉଛନ୍ତି ।୫କିମି ଦୂର ବୁଲି ପାଣି ଆଣୁଛନ୍ତି ।ସେହିଭଳି ହାତୀ ଚଲାପଥ ସରକାରୀ ଜାଗାରେ ଘର ନିର୍ମାଣ କରି ହାତୀଚଲାପଥକୁ ଅବରୋଧ କରି ଦେଇଛନ୍ତି । ହାତୀମାନେ ଚଲାପଥ ହରାଇ ଗାଁ ଭିତରକୁ ପଶି ଆସୁଛନ୍ତି । ଗ୍ରାମବାସୀମାନେ ସମିତି ସଭ୍ୟା ପରିବାରଙ୍କୁ ଯେତେ ବୁଝାଇଲେ ମଧ୍ୟ ଫଳ ଶୂନ୍ୟ ।ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ , ସ୍ଥାନୀୟ ସରପଞ୍ଚ ଯମୁନା ହେମ୍ବ୍ରମ,ଓ୍ବାର୍ଡ ମେମ୍ବର ବାଧ୍ୟ ହୋଇ ସୋମବାର ଦିନ କୁସୁମି ବ୍ଳକ ଯାଇ ବିଡ଼ିଓ ଲକ୍ଷ୍ମଣ ସୋରେନ, ତହସିଲଦାର ଶିବ ନାରାୟଣ ମୁର୍ମୁ ଏବଂ ବନାଞ୍ଚଳ କାର୍ଯ୍ୟାଳୟକୁ ଯାଇ ବନାଞ୍ଚଳ ଅଧିକାରୀ ରମାକାନ୍ତ ମାଝୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।ପ୍ରଶାସନ ନ୍ୟାୟ ଦେବାପାଇଁ ସେମାନେ ଦାବି କରିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳଙ୍କ ରିପୋର୍ଟ

Related posts

ପି ସି ସି ସଦସ୍ୟ ହେଲେ ଦିଲ୍ଲୀପ ପ୍ରଧାନୀ

Sunil Chandra Nayak

ଜାମଦା ଆର୍ ଡ଼ି ଓ ପିଡବ୍ଲ୍ୟୁ ରାସ୍ତା ପାଲୋଟିଛି ଗାଡ଼ିଆ, ମରାମତି ପାଇଁ ଦାବି

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଜାଳି ଦିଅ ବାରେ, ହୃଦୟ କନ୍ଦରେ

Sunil Chandra Nayak

Leave a Comment

error: Content is protected !!