ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିବ ‘ଜୀବନବ୍ୟାପୀ ସାଧନା ସମ୍ମାନ’

ନୂଆଦିଲ୍ଲୀର ‘କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି’ ପକ୍ଷରୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ପ୍ରଦାନ କରାଯିବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୂଆଦିଲ୍ଲୀର ‘କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି’ ପକ୍ଷରୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ପ୍ରଦାନ କରାଯିବ। ଆସନ୍ତା ସେପ୍ଟେମ୍ବର ୪ ତାରିଖ ପୂର୍ବାହ୍ନରେ ଇଣ୍ଡିଆ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସେଣ୍ଟର୍‌ରେ ହେବାକୁ ଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ୍ ଭି ରମଣା ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରିବେ। ଜଷ୍ଟିସ୍ ଏ କେ ପଟ୍ଟନାୟକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।

ଦକ୍ଷ ଓ ସଫଳ ନେତୃତ୍ବ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି। କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ଦର୍ଶାଯାଇଛି ଯେ, ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାରେ ରୂପାନ୍ତରଣର ଯାତ୍ରା ଆରମ୍ଭ ହୋଇଥିଲା ଓ ତାଙ୍କ ନେତୃତ୍ଵରେ ବିଗତ ଦୁଇ ଦଶନ୍ଧିରେ ରାଜ୍ୟରେ ଦ୍ରୁତ ବିକାଶ ସମ୍ଭବ ହୋଇପାରିଛି। ନିଜର ସରଳତା, ନିର୍ମଳ ଭାବମୂର୍ତ୍ତି ଓ ଦରଦୀ ହୃଦୟ ପାଇଁ ସେ ଓଡ଼ିଶାବାସୀଙ୍କ ହୃଦୟକୁ ଜିତିପାରିଛନ୍ତି।

ସୂଚନାଯୋଗ୍ୟ ଯେ, ୧୯୮୭ ମସିହାରେ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ବିଚାରପତି, କୂଟନୀତିଜ୍ଞ, ସାମ୍ବାଦିକ ଓ ଶିକ୍ଷାବିତ୍‌ମାନଙ୍କ ମିଳିତ ଉଦ୍ୟମରେ କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି ଗଠନ କରାଯାଇଥିଲା। ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ନୀତି ନିର୍ଦ୍ଧାରଣ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଏହି ସଂସ୍ଥା ଆଲୋଚନାଚକ୍ର, କର୍ମଶାଳା ଆଦି ଆୟୋଜନ କରିଆସୁଛି। ପୂର୍ବରୁ ସୋସାଇଟି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଆଇ କେ ଗୁଜରାଲ୍, ବରିଷ୍ଠ ଆଇନଜୀବୀ ରାମ ଜେଠମାଲିନୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁରଲୀ ମନୋସହର ଯୋଶୀ, ପୂର୍ବତନ ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜୀ ପ୍ରମୁଖଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଛି। ତେବେ ଆସନ୍ତା ୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବା ପରେ ଜଷ୍ଟିସ୍ ରମଣା ‘ଭାରତୀୟ ବିଚାର ବ୍ୟବସ୍ଥାରେ ମୋ ଅନୁଭୂତି’ ଶୀର୍ଷକ ପ୍ରସଙ୍ଗ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିବେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଆଇପିଏଲ କ୍ରିକେଟ ବେଟିଂ ଜାଲରେ ଜୁନାଗଡ଼ ,ପଥଭ୍ରଷ୍ଟ କରୁଛି ଯୁବଗୋଷ୍ଠୀଙ୍କୁ

ଶିକ୍ଷାନୁଷ୍ଠାନରେ ରାଗିଂ ବନ୍ଦ କରିବାକୁ ଆକ୍ସନ ମୋଡରେ ଉଚ୍ଚଶିକ୍ଷା ବିଭାଗ

Sunil Chandra Nayak

ନର୍ଲା ସରସ୍ଵତୀ ଶିଶୁ ମନ୍ଦିରରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟଶାଳା

Sunil Chandra Nayak

Leave a Comment

error: Content is protected !!