ମହମ୍ବତୀର୍ ତ୍ଯାଗ୍
ଥରେ ମୋର୍ ଘରେଁ ଝଁକେର୍ ରାଏତେଁ
ଉକିଆ ଭାଗ୍ଲା ପଏର୍ଛା
ଇମୁଡ଼ୁଁ ସେମୁଡ଼ୁଁ ଛିଟ୍କି ରୁଥି ଆଏଲା
ଅମାଂତି ପାଏନ୍ ଛିଛା। ୧
ଦର୍ଉଦା ହେଇ କେତେ କାଏଡ଼୍ କରି
କର୍ଲିଁ ଜାଲ୍ଲାଁ ବଂଦ୍
ମା ମାଏଟ୍ର ଉଦା ସର୍ସର୍ ଧୁକାଥିଁ
ଛିଂଗଲି ଆସୁଥିଲା ଗଂଧ୍। ୨
ଉଆଁସ୍ ରାଏତେଁ ମୋର୍ ଦୁହି ଆଖିଁ
ଦେଖି ନି’ପାରୁଥାଇଁ କିଛି
ଘରେଁ ଜିନିଷ୍ ପତର୍ ଇନସେନ ହେଇ
ପଡ଼ିଥିଲା ଛିଛି ବିଛି। ୩
ଦୁହି ପାହା ମୋର୍ ଘିଚିନେଲେ ମତେ
ଯେନ ଥିଲା କାଁଥିଫୁଲି
ତାମ୍ଡ଼ୁ ହାତ୍ଲୁ ମହମ୍ବତି ଗୁଟେ
ବଡ଼ା ସହଜେଁ ଗଲା ମିଲି। ୪
ମହମ୍ ବତିଥିଁ ଲେଛେଇ ଦେଲିଁ ଖାଡ଼ି
ଉକିଆ ଦିଶ୍ଲା ଘର୍
ଝଁକେର୍ ପବ୍ନେ ଆଏଁଖ୍ ଲୁମିଗଲା
ପହଁଚିଲିଁ ସିଧା ବିସ୍ତର୍। ୫
ଆଏଁଖ୍ ମୁଜି ଛାଏନିଦିଆ ହେଇଛେଁ
ଶୁନି ପାର୍ଲିଁ କାନ୍ଫୁସ୍କି
ସୂତା କହୁଥିଲା ମହମ୍ବତିକେ
କାଏଁ ନି’ଯାଉ ତୁଇ ଖସ୍କି। ୬
ମୁଇଁ ସିନା ପୁଡ଼ୁଛେଁ ତୁଇଁ କାଏଁ କାଂଦୁଛୁ
ଇକଥା ନି’ପାରେଁ ମୁଇଁ ଜିରି
ହୁରୁଦ୍ଟା ତୋର୍ ମୋର୍ ଦୁଃଖେଁ ଫାଟି
ରୋଜ୍ ହେଉଛେ ଚିରି। ୭
ଏନ୍ତା ଅନ୍ତାଡ଼ୁ କଥା ଶୁନି ମହମ୍
କହିଥିତା ଆଉ କାଣା
ଆଏଁଖ୍ ଆଗ୍ଆଡ଼େଁ ମେଟିଗଲେନ କେତେ
ସବୁକଥା ତାହାକେ ଜନା। ୮
“ମୋର୍ ଛାତି ଭିତରେଁ ଖୁଟା ଗାଡ଼ିକରି
ମରୁଛୁ ଲୋ ପୁଡ଼ିଜଲି
ଦେଖି ଡଗୋଡ଼ଗୋ ସହେମି କେନ୍ତା
ଦମ୍ ପଡ଼ୁଛେ ଭୁଷ୍ଲି। ୯
ଛାତିକେ ମୁଇଁ କରିଛେଁ ପଖନ୍ ସିନା
ଫେର୍ ଭି ଯାଉଛେ ପିଘ୍ଲି
ରଦୋରଦୋ ଆଖୁଁ ନିଥ୍ରିସି ପାଏନ୍
ନି’ପାରେଁ କେଭେଁ ସଂଭାଲି। ୧୦
ଆଖିର୍ ଲହ ସାଂଗେ ଛାତିର୍ ରକତ୍
ପିଘ୍ଲି ଝର୍ସି ଧିରେଧିରେ
କାଁକରି ଧନ ମୋର୍ ଆଗାଡ଼େଁ ମର୍ସୁ
କହିଯା ତୁଇ ମତେ ଥରେ। ୧୧
ମୋର୍ ଶୁଖା ହାଡ଼୍କେ ଲୁଭି ମୁନୁଷ୍ ଚିପୋ
କେର୍କେଡ଼ି କର୍ସି ଠୋଲ୍
ତଗ୍ଲେଇ କରି ଜୀବନ୍ ଦାନ୍ ଦେସି
ଯତ୍ନେ ରଖ୍ସି ଲଗେଇ ଖୋଲ୍।” ୧୨