ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା।ଆଜିର ସୁବିଚାର

ଆଜିର ସୁବିଚାର

 

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

 

କେବେ ଲୋଡା ପଡ଼ିବନି ହେ ଯିବାକୁ

ପୂଜିବା ପାଇଁ ଠାକୁର

ସୁଖ, ଶାନ୍ତି, ପ୍ରୀତି ଭକତି ଯେଉଁଠି

ସେଇଠି ଏକା ମନ୍ଦିର 

ସବୁରି କାମନା ଯହିଁ,

ପୂର୍ଣ୍ଣ ହୋଇଥାଏ ତୁମ କରମରେ

ମନ୍ଦିର ତାକୁ ବୋଲାଇ ll୧ ll

 

କରମ ଏପରି କରିବା ଜରୁରୀ

ଯେଉଁଠି ଆମେ ରହିବା

ହସି ହସାଇବା ସବୁରି ହୃଦୟ

ସରଗପୁର ଗଢ଼ିବା

ସମର୍ପଣ ଭାବ ରଖି,

ଉତ୍ତମ ବିଚାର କରି ଭରପୂର

ସଭିଙ୍କୁ କରିବା ସୁଖୀ ll୨ll

 

ଅତ୍ୟନ୍ତ ଦୁର୍ଲ୍ଲଭ ମଣିଷ ଜୀଵନ

ମିଛ ଅହମ୍ଭାବ ଛାଡ଼ି

ସଫଳ କରିବା ଏହି ଜନମକୁ

ପୀରତି ଭାବ ଅଜାଡି

ତେବେ ସିନା ସୁଖୀ ହେବା,

ସବୁଠି ବହିବ ମମତାର ସ୍ରୋତ

କେବେ ଦୁଃଖି ନ ହୋଇବା ll

 

ଫୁଲବାଣୀ, କନ୍ଧମାଳ

Related posts

ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ, ରସଗୋଲା ଓ ଲଷ୍ମୀ-ନାରାୟଣ ଭେଟ

Sunil Chandra Nayak

ବିଦ୍ୟାଳୟରେ ଶିକ୍ଷାଦାନର ଅବ୍ୟବସ୍ଥା:ଛାତ୍ର ଛାତ୍ରୀଙ୍କ ଭବିଷ୍ଯତ ଅନ୍ଧାର                         

Sunil Chandra Nayak

କୂଳପତି ଭାବରେ ସମ୍ବକିଶୋର ଦଣ୍ଡସେନା ଓ ମୁଖ୍ୟ ସମ୍ପାଦକ ଭାବରେ ଦିଲ୍ଲିପ କୁମାର ନାଏକ ନିର୍ବାଚିତ

Sunil Chandra Nayak

Leave a Comment

error: Content is protected !!