ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ କବିତା ସକାଳର ଜଣାଣ

ସକାଳର ଜଣାଣ

 

 ବିଜୟ କୁମାର ଜେନା

 

ମଣିଷ ଜୀବନ ସଂଘର୍ଷରେ ପୂର୍ଣ୍ଣ

    କେତେବେଳେ ଆସେ ଦୁଃଖ

ଦୈବ ଦୁର୍ବିପାକ ରୋଗ ଜରା ବ୍ୟାଧି

         ଛଡ଼ାଇ ନିଅଇ ସୁଖ।

ପୁଣି କେବେ ଆସେ ବେକାରୀ ଦାରିଦ୍ର୍ୟ

         ସମାଜ ତ୍ରୁଟି ବିଚ୍ୟୁତି

ସୁଧାରିବା ପାଇଁ ଧନ ମାନ ହାନି

        ତାହାକୁ ନହୁଏ ଜିତି।

ପରାଜୟ ଗ୍ଲାନି ହତାଶ ମଧ୍ୟରେ

        ମଣିଷ ଯେ ଅସହାୟ

ନିଜ ସହ ସନ୍ଧି କରିନିଏ ଶେଷେ

          ଅପ୍ରାପ୍ତି ନ କରି ଭୟ।

ଏହି ଲଢେଇତ ଅହରହ ଚାଲେ

      ହାର ଜିତ ସଂଖ୍ୟା ନେଇ

ଜନମ କାଳରୁ ମରଣ ପର୍ଯ୍ୟନ୍ତ

      ଆଲୋକ ଅନ୍ଧାର ଛାଇ।

ବିବ୍ରତ ନ ହୋଇ ବିଶ୍ୱାସ ରଖିଲେ

       ଜଗନ୍ନାଥ ହେବେ ସାହା

ସୁଖ ଦୁଃଖକୁ ଯେ ସମଜ୍ଞାନ କରେ

        ପାଏ ସେ ଜୀବନେ ରାହା।

 ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶାମୁକା ସାହି ରଣପୁର ନୟାଗଡ଼

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସୁନୀଳ ଶରତ ତୋଷୁଛି ଚିତ୍ତ

Sunil Chandra Nayak

କୁଲେଇଶିଳା ପ୍ରାଥମିକ ବିଦ୍ୟାଳୟରେ ‘ଆମେ ଦିଵ୍ଯାଙ୍ଗ ନୁହଁ,ଆମେ ସବଳ’ନେଇ କର୍ମଶାଳା

Sunil Chandra Nayak

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ନମୋ ନମଃ ଶ୍ରୀ ଗଣେଶ

Sunil Chandra Nayak

Leave a Comment

error: Content is protected !!