ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ କବିତା ସକାଳର ଜଣାଣ

ସକାଳର ଜଣାଣ

 

 ବିଜୟ କୁମାର ଜେନା

 

ମଣିଷ ଜୀବନ ସଂଘର୍ଷରେ ପୂର୍ଣ୍ଣ

    କେତେବେଳେ ଆସେ ଦୁଃଖ

ଦୈବ ଦୁର୍ବିପାକ ରୋଗ ଜରା ବ୍ୟାଧି

         ଛଡ଼ାଇ ନିଅଇ ସୁଖ।

ପୁଣି କେବେ ଆସେ ବେକାରୀ ଦାରିଦ୍ର୍ୟ

         ସମାଜ ତ୍ରୁଟି ବିଚ୍ୟୁତି

ସୁଧାରିବା ପାଇଁ ଧନ ମାନ ହାନି

        ତାହାକୁ ନହୁଏ ଜିତି।

ପରାଜୟ ଗ୍ଲାନି ହତାଶ ମଧ୍ୟରେ

        ମଣିଷ ଯେ ଅସହାୟ

ନିଜ ସହ ସନ୍ଧି କରିନିଏ ଶେଷେ

          ଅପ୍ରାପ୍ତି ନ କରି ଭୟ।

ଏହି ଲଢେଇତ ଅହରହ ଚାଲେ

      ହାର ଜିତ ସଂଖ୍ୟା ନେଇ

ଜନମ କାଳରୁ ମରଣ ପର୍ଯ୍ୟନ୍ତ

      ଆଲୋକ ଅନ୍ଧାର ଛାଇ।

ବିବ୍ରତ ନ ହୋଇ ବିଶ୍ୱାସ ରଖିଲେ

       ଜଗନ୍ନାଥ ହେବେ ସାହା

ସୁଖ ଦୁଃଖକୁ ଯେ ସମଜ୍ଞାନ କରେ

        ପାଏ ସେ ଜୀବନେ ରାହା।

 ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶାମୁକା ସାହି ରଣପୁର ନୟାଗଡ଼

Related posts

ଇସ୍ପାତ ସାହିତ୍ୟ ସଂସଦର ବିଶ୍ବ କବିତା ଦିବସ ପାଳିତ

Sunil Chandra Nayak

ବିକାଶ ରାଜ୍ଯର ନଗ୍ନ ଚିତ୍ର – ଥୁଆମୂଳ ରାମପୁର ବ୍ଳକ ମୁକ ସାକ୍ଷୀ

Sunil Chandra Nayak

ଗୋଲାମୁଣ୍ଡା ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

Leave a Comment

error: Content is protected !!