ଜଣାଣ
ମାନଗୋବିନ୍ଦ ସ୍ବାଇଁ
ଚାଲି ଚାଲି ଥକି ପଡିତ ଗଲାଣି
ଟୋପାଏ ତୋରାଣି ମିଳୁ
କାହିଁ କେତେ କୋଷ ଆସିଛି ଧାଇଁ କି
ଦର୍ଶନ ଟିକିଏ ମିଳୁ।
ହୋଇଗଲେ ଦେଖା କାମ ସବୁ ପକା
ମୋ ଆତ୍ମା ସେମିତି ଥାଉ
ତୁମେ କହିଅଛ ଶାହା ଦେଇ ମୋତେ
ଏ ଜଗତ ମହାବାହୁ।
କାହିଁକି ଡାକୁଛ ଜାଣି ପାରି ନାହିଁ
ଗୁପ୍ତେ ଦେଵ କିସ ମନ୍ତ୍ର
ତୁମ ଆଶିର୍ବାଦ ତୁମ ଆଦେଶରେ
ଭକ୍ତ ଜପେ ତୁମ ସୂତ୍ର।
ସବୁ ଧନ୍ଦା ଛାଡ଼ି ଧରିଛି ତୁମକୁ
ଯାହା ଇଚ୍ଛା ତାହା କର
କହିଲେ କରିବି ନକହିଲେ ନାହିଁ
ଆଶ୍ରୟ ତବ ପୟର।
ଯାହା ଇଚ୍ଛା ସବୁ କହି ସାରିଲାଣି
ଯାହା ଦେବ ଏ ତୁମର
ଥର ଥର କହି ରାଗିବ ନାହିଁ ହେ
ତୁମେ ଅଟେ ମୋ ଈଶ୍ୱର।
ସବୁ ଯାକ ନେଇ ମାଳା ମୁଁ କରିଛି
ଯାଚି ଦେବି ପାଦ ତଳେ
ଏକ ଏକ କରି ଶୁଣିବ ଗୁହାରୀ
ବସି ଧାମ ନିଳାଞ୍ଚଳେ।