ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

 

ଚାଲି ଚାଲି ଥକି ପଡିତ ଗଲାଣି 

     ଟୋପାଏ ତୋରାଣି ମିଳୁ

କାହିଁ କେତେ କୋଷ ଆସିଛି ଧାଇଁ କି

         ଦର୍ଶନ ଟିକିଏ ମିଳୁ।

ହୋଇଗଲେ ଦେଖା କାମ ସବୁ ପକା

    ମୋ ଆତ୍ମା ସେମିତି ଥାଉ

ତୁମେ କହିଅଛ ଶାହା ଦେଇ ମୋତେ

          ଏ ଜଗତ ମହାବାହୁ।

କାହିଁକି ଡାକୁଛ ଜାଣି ପାରି ନାହିଁ

    ଗୁପ୍ତେ ଦେଵ କିସ ମନ୍ତ୍ର

ତୁମ ଆଶିର୍ବାଦ ତୁମ ଆଦେଶରେ

      ଭକ୍ତ ଜପେ ତୁମ ସୂତ୍ର।

ସବୁ ଧନ୍ଦା ଛାଡ଼ି ଧରିଛି ତୁମକୁ

     ଯାହା ଇଚ୍ଛା ତାହା କର

କହିଲେ କରିବି ନକହିଲେ ନାହିଁ

     ଆଶ୍ରୟ ତବ ପୟର।

ଯାହା ଇଚ୍ଛା ସବୁ କହି ସାରିଲାଣି

     ଯାହା ଦେବ ଏ ତୁମର

ଥର ଥର କହି ରାଗିବ ନାହିଁ ହେ

      ତୁମେ ଅଟେ ମୋ ଈଶ୍ୱର।

ସବୁ ଯାକ ନେଇ ମାଳା ମୁଁ କରିଛି

    ଯାଚି ଦେବି ପାଦ ତଳେ

ଏକ ଏକ କରି ଶୁଣିବ ଗୁହାରୀ

      ବସି ଧାମ ନିଳାଞ୍ଚଳେ।

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ଗବେଷକ ଡକ୍ଟର ଅଜିତ ବେହେରାଙ୍କୁ ମୁନିଗୁଡ଼ା ସାହିତ୍ୟ ସମ୍ମାନ

Sunil Chandra Nayak

ନିରୁପମା ପାଣି  ଙ୍କ କବିତା ଶ୍ରାବଣ ଭିଜାଏ

Sunil Chandra Nayak

ଜୁନାଗଡ ଠାରେ ଭରତ ଜୋଡ଼ ଯାତ୍ରା କାର୍ଯ୍ୟକ୍ରମ , ବିରୋଧୀଙ୍କୁ କଡା ଚାଲେଞ୍ଜ ରଖିଲା କଂଗ୍ରେସ

Sunil Chandra Nayak

Leave a Comment

error: Content is protected !!