ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦାମୀ କାରରୁ 76 କେଜି ଗଞ୍ଜେଇ ଜବତ 3ଗିରଫ 

ପାପଡାହାଣ୍ଡି,27/9, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପୋଲିସ ଗାଡି ଯାଞ୍ଚ ବେଳେ ଏକ ଦାମୀ କାରରୁ 76 କେଜି ଗଞ୍ଜେଇ ଜବତ କରିବା ସହ 3 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନା ମୁତାବକ ହରିୟାଣା ଅଞ୍ଚଳର ଦିନେଶ କୁମାର, ସୁନୀଲ କୁମାର ଓ ସୁନିତା ଦେବୀ ଏକ ଫରଚୁନର କାର ନମ୍ବର UP 32 EF 1160 ରେ କୋରାପୁଟ ଜିଲ୍ଲା ଲମତାପୁଟ ଅଂଚଳରୁ ଗଞ୍ଜେଇ ଧରି ଯାଉଥିବା ସମୟରେ ମଇଦଲପୁର ନିକଟ ହାଟପଦାରେ ଗାଡି ଯାଞ୍ଚ ବେଳେ ପୋଲିସ ଗଞ୍ଜେଇ ଥିବା ଜାଣି ସେମାଙ୍କୁ ଥାନା କୁ ଆଣିଥିଲା | ମାଜିଷ୍ଟ୍ରେଟ ତଥା ତହସିଲଦାର ଯୋଗେଶ୍ୱର ଭୋଇ ଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଇଯାଇଥିଲା | କେସ ନମ୍ବର 149/22 ରେ ମାମଲା ରୁଜୁ କରି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ପ୍ରକୃତି ବଂଧୁ ସମ୍ମାନରେ ସମ୍ମାନିତ ହେଲେ ଶୈଳବାଳା ଷଡଙ୍ଗୀ

ପ୍ରାଚୀର ପତ୍ରିକା ଶ୍ରାବଣୀ ର ତ୍ରୟବିଂଶତମ ସ୍ଵନକ୍ଷତ୍ର ଉତ୍ସବ , ରାମକୃଷ୍ଣ ହାଇସ୍କୁଲ ରେ ଗଙ୍ଗାଧର ମେହେର ଜୟନ୍ତୀ

Sunil Chandra Nayak

ପଞ୍ଚାୟତ ସମିତି ସଭ୍ୟ ସଭ୍ୟାଙ୍କର ତିନିଦିନିଆ କର୍ମଶାଳା ଉଦଯାପିତ   

Sunil Chandra Nayak

Leave a Comment

error: Content is protected !!