ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦାମୀ କାରରୁ 76 କେଜି ଗଞ୍ଜେଇ ଜବତ 3ଗିରଫ 

ପାପଡାହାଣ୍ଡି,27/9, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପୋଲିସ ଗାଡି ଯାଞ୍ଚ ବେଳେ ଏକ ଦାମୀ କାରରୁ 76 କେଜି ଗଞ୍ଜେଇ ଜବତ କରିବା ସହ 3 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନା ମୁତାବକ ହରିୟାଣା ଅଞ୍ଚଳର ଦିନେଶ କୁମାର, ସୁନୀଲ କୁମାର ଓ ସୁନିତା ଦେବୀ ଏକ ଫରଚୁନର କାର ନମ୍ବର UP 32 EF 1160 ରେ କୋରାପୁଟ ଜିଲ୍ଲା ଲମତାପୁଟ ଅଂଚଳରୁ ଗଞ୍ଜେଇ ଧରି ଯାଉଥିବା ସମୟରେ ମଇଦଲପୁର ନିକଟ ହାଟପଦାରେ ଗାଡି ଯାଞ୍ଚ ବେଳେ ପୋଲିସ ଗଞ୍ଜେଇ ଥିବା ଜାଣି ସେମାଙ୍କୁ ଥାନା କୁ ଆଣିଥିଲା | ମାଜିଷ୍ଟ୍ରେଟ ତଥା ତହସିଲଦାର ଯୋଗେଶ୍ୱର ଭୋଇ ଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଇଯାଇଥିଲା | କେସ ନମ୍ବର 149/22 ରେ ମାମଲା ରୁଜୁ କରି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ପୋଲିସ କୁ ବଡ ସଫଳତା ,୧୦ ଜଣିଆ ଆନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗ କୁ ଗିରଫ କଲା କଳାହାଣ୍ଡି ପୋଲିସ

Sunil Chandra Nayak

ପ୍ରକାଶ ପାଇଲା ଅଘୋଷିତ କବିତା ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ସୁସ୍ମିତା

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ପାଇଁ ପୂଜାର୍ଚ୍ଚନା

Sunil Chandra Nayak

Leave a Comment

error: Content is protected !!