ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ପୌର ନିର୍ବାଚନ – କଂଗ୍ରେସ ର ବିଶାଳ ରେଲି

ଖଡ଼ିଆଳ ବିଧାୟକଙ୍କ ନେତୃତ୍ୱ ରେ କଂଗ୍ରେସ ଦଳ ର ନିର୍ବାଚନୀ ପ୍ରଚାର. ନିର୍ବାଚନ ପ୍ରଚାର ଆଜି ଶେଷ ଦିନରେ ବିଶାଳ ରେଲି ରେ ଅଧ୍ୟକ୍ଷ ପ୍ରାର୍ଥି ଉଜ୍ୱଳ ଗୁପ୍ତା ଙ୍କ ସମେତ ସମସ୍ତ ୧୩ ଜଣ କାଉନସିଲର ଙ୍କ ମାରାଥନ ପ୍ରଚାର ଆଜି ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଙ୍କ ନେତୃତ୍ବରେ ପୌର ନିର୍ବାଚନ ପାଇଁ କଂଗ୍ରେସ ଦଳ ର ଏକ ବିଶାଳ ରେଲି ଖଡ଼ିଆଳ ବୋଡେ଼ନ ଛକ ରୁ ଆରମ୍ଭ ହୋଇ ଗାନ୍ଧୀ ଛକ ପର୍ଯ୍ୟନ୍ତ ପହଞ୍ଚି ଥିଲା। ସେଠାରେ ସମବେତ ସମସ୍ତ ଜନତା ଙ୍କୁ ବିଧାୟକ ସମେତ ଅଧ୍ୟକ୍ଷ ପ୍ରାର୍ଥି ଉଦବୋଧନ ଦେବା ସହିତ ନିଜର ନିର୍ବାଚନୀ ଏଜେଣ୍ଡା ଉପରେ ଗୁରୁତ୍ୱାରୋପ କରିଥିଲେ। ଖଡ଼ିଆଳ ପୌର ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ରୂପେ ଉଜ୍ଜ୍ୱଳ ଗୁପ୍ତା ଜନତାଙ୍କ ସହଯୋଗ ଏବଂ ଆସ୍ଥା ପ୍ରକଟ ପାଇଁ ଆହ୍ବାନ କରିଛନ୍ତି। ନିଶ୍ଚିତ ରୂପେ ଏକ ନୂତନ ଖଡ଼ିଆଳ ଗଠନ ର ସଂକଳ୍ପ କୁ ପୂରଣ କରି ସହର ର ନବ ନିର୍ମାଣ ରେ ସହଯୋଗ କରିବା ନିମନ୍ତେ ଅନୁରୋଧ କରିଥିଲେ। ପରେ ରେଲି ଖଡ଼ିଆଳ ହାଟପଦା ପର୍ଯ୍ୟନ୍ତ ପହଁଞ୍ଚି ଥିଲା। ପ୍ରାୟ ୫୦୦୦ ଜନତା ସମର୍ଥନ ଜଣାଇ କଂଗ୍ରେସ ଦଳ ର ପ୍ରଚାର ରେ ସାମିଲ ହୋଇଥିଲେ । ଆଜି ର ଏହି ନିର୍ବାଚନୀ ପ୍ରଚାର ରେ ଜନତା ପରିବର୍ତ୍ତନ ପାଇଁ ସଂକଳ୍ପିତ ହୋଇଥିବା ସ୍ପଷ୍ଟ ମନେହୁଏ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପାପଡାହାଣ୍ଡି ଥାନାରେ ଏଏସପି ଙ୍କ ସାମ୍ବାଦିକଙ୍କୁ ମାଡ଼ ଓ ମହିଳାଙ୍କୁ ଅସଦା ଚରଣ ଘଟଣା,କେନ୍ଦ୍ର ମାନବଧିକାର କମିସନ ନିକଟରେ ମାମଲା ରୁଜୁ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ପ୍ରତୀକ୍ଷା

ଆନନ୍ଦପୁର – ସମାଜସେବା ରେ ଉଲ୍ଲେଖନୀୟ ଅବଦାନ ପାଇଁ ଜୟଦୁର୍ଗା ଫାଉଣ୍ଡେସନ ଅଧ୍ୟକ୍ଷାରାଜଧାନୀ ଦିଲ୍ଲୀ ରେ ପୁରସ୍କୃତ

Leave a Comment

error: Content is protected !!