ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାଇଖାନା ନିର୍ମାଣରେ ଦୁର୍ନୀତି

 ଫେଲ ମାରିଛି ସ୍ଵଛ ଭାରତ ଅଭିଯାନ

ନୂଆପଡା: ସରକାର ଙ୍କ ଅନେକ ଲୋକାଭିମୁଖୀ ଯୋଜନା ମଧ୍ୟରୁ ସ୍ୱଚ୍ଛ ଭାରତ ମିଶନ ଅଭିଯାନ ଯୋଜନା ଅନ୍ୟତମ । ଗାନ୍ଧୀଙ୍କ ସ୍ୱପ୍ନ କୁ ପୁରା କରିବା ଲକ୍ଷ୍ୟ ନେଇ ଅକ୍ଟୋବର ଦୁଇ ୨୦୧୪ ମସିହା ଠାରୁ ଏହି ଯୋଜନା ଲାଗୁ କରାଯାଇଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତ ବର୍ଷ କୁ ମଧ୍ୟ ସ୍ୱଚ୍ଛ ଓ ପରିଷ୍କାର ରଖିବା, ରାସ୍ତା ଘାଟ ପରିଷ୍କାର ସହ ନିଜ ପରିବେଶ କୁ ସ୍ୱଚ୍ଛ ରଖି ପ୍ରତ୍ୟେକ ଗାଁ କୁ ବାହ୍ୟ ମଳମୁକ୍ତ ଗାଁ କରିବା । ୨୦୧୯ ମସିହା ପର୍ଯ୍ୟନ୍ତ ଏହା ସଫଳ ର ସମୟ ଧାର୍ଯ୍ୟ ରଖା ଯାଇଥିଲା । ହେଲେ ଲାଭଖୋର ଅଧିକାରୀ, କର୍ମଚାରୀ ଓ ଜନସଚେତନତା ର ଅଭାବ ଯୋଗୁଁ ବର୍ତ୍ତମାନ ମଧ୍ୟ ଏହା ଫେଲ ମାରିଥିବା ଦେଖିବାକୁ ମିଳିଛି।ନୂଆପଡା ଜିଲ୍ଲା ହେଉଛି ଓଡିଶାର ଏକ ପଛୁଆ ଓ ଅନୁନ୍ନତ ଜିଲ୍ଲା ।ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ରେ ଦୁର୍ନୀତି ହେଉଥିବାର ଖବର ଅନେକ ସମୟରେ ପ୍ରକାଶ ପାଉଥିବା ବେଳେ ସ୍ୱଚ୍ଛ ଭାରତ ଯୋଜନା ରେ ଶୌଚାଳୟ ଦୁର୍ନୀତି ସାମ୍ନାକୁ ଆସିଛି । ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଯୋଗୁଁ ଏହି ଯୋଜନା ଫେଲ ମାରିଥିବା ଜିଲ୍ଲାରେ ଚର୍ଚ୍ଚା ର ବିଷୟ ପାଲଟିଛି । ୨୦୧୪ ମସିହା ରୁ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ବ୍ଲକ ର ୨୬ ଗୋଟି ପଞ୍ଚାୟତର ୨୨ହଜାର ହିତାଧିକାରୀଙ୍କ ନାଁ ରେ ଶୌଚାଳୟ ନିର୍ମାଣ ହୋଇଛି ।ପ୍ରତି ଗାଁ କୁ ପଶିଗଲେ ପ୍ରଥମେ ଦେଖିବାକୁ ମିଳୁଛି ବାହ୍ୟ ମଳମୁକ୍ତ ଗାଁ ଆପଣଙ୍କୁ ସ୍ୱାଗତ କରୁଛି ର ବୋର୍ଡ଼।ବାସ୍ତବ ଚିତ୍ର କିନ୍ତୁ ଓଲଟା।ଲୋକେ ଏବେ ମଧ୍ୟ ଖୋଲା ସ୍ଥାନରେ ମଳ ତ୍ୟାଗ କରୁଛନ୍ତି।କାରଣ ନିମ୍ନ ମାନର ପାଇଖାନା ହେତୁ ତାହା ବ୍ୟବହାର ଉପଯୋଗୀ ହୋଇ ପାରୁନି। ଶୌଚାଳୟ ନିର୍ମାଣ ସୁନ୍ଦର ଦିଶୁଛି କେବଳ କାଗଜ କଲମ ରେ, ହେଲେ ବାସ୍ତବ ଚିତ୍ର ଦେଖିଲେ ସତେ ଯେମିତି ମନେ ହୁଏ ସରକାରୀ ବାବୁ ମାନେ ଉଦ୍ଦେଶ୍ୟ ମୂଳକ ଭାବେ କାର୍ଯ୍ୟ କରି ସରକାର କା ମାଲ ଦରିଆ ମା ଡାଲ ସଦୃଶ ” କରି ଦେଇଛନ୍ତି । ଏହି ଯୋଜନା ରେ ଜିଲ୍ଲା ଜନ ସ୍ଵାସ୍ଥ୍ୟ ବିଭାଗ ସାଙ୍ଗ କୁ ବ୍ଲକ ବିଡ଼ିଓ ଙ୍କ ଅଧୀନ ରେ କାର୍ଯ୍ୟ ଆରମ୍ଭ ଦିନ ଠାରୁ ଦୁଇ ଯନ୍ତ୍ରି ନିୟୋଜିତ ଥିଲେ । ହେଲେ ଖଡ଼ିଆଳ ବ୍ଲକ ର ଶୌଚାଳୟ ନିର୍ମାଣ କାର୍ଯ୍ୟ ରେ ଉନ୍ନତ ଧରଣ କାର୍ଯ୍ୟ ହେବା ପରିବର୍ତେ ନିମ୍ନମାନର ହେବା ହେତୁ ତାହା ବ୍ୟବହାର ହୋଇ ପାରୁନାହିଁ । ଏହି ଯୋଜନାରେ ଶୌଚାଳୟ ନିର୍ମାଣ ସାଙ୍ଗକୁ ଗାଁ ପରିମଳ ପ୍ରତି ବିଶେଷ ଦୃଷ୍ଟି ଦେଇ ସଚେତନତା କରିବା ର ବ୍ୟବସ୍ଥା ରହିଥିବା ବେଳେ ଏଥିରେ ଖଡ଼ିଆଳ ପ୍ରଶାସନ ସମ୍ପୂର୍ଣ୍ଣ ଫେଲ ମାରିଥିବା ଅଭିଯୋଗ ହୋଇଛି ।ଶୌଚାଳୟ ନିର୍ମାଣ ରେ ବ୍ୟାପକ ଦୁର୍ନୀତି ହୋଇଥିବା ଜଳଜଳ ଦିଶୁଛି।ପ୍ରତି ପାଇଖାନା ନିର୍ମାଣ ପାଇଁ ବାର ହଜାର ଟଙ୍କା ସହାୟତା ରାଶି ଦେବାର ନିୟମ ଅଛି।ହିତାଧିକାରୀ ନିଜେ ଏହି ଟଙ୍କାରେ ଶୌଚାଳୟ ନିର୍ମାଣ କରି ପାରିବେ।କିନ୍ତୁ ପ୍ରଶାସନ କିଛି ଲୋକଙ୍କୁ ସମ୍ପୂର୍ଣ୍ଣ ଗାଁ ର ଠିକା ଦେଇ ଟଙ୍କା ହରିଲୁଟ କରିଛି।ଅଧା ଟଙ୍କାରେ ଯାହିତାହି ନିର୍ମାଣ କରି ବାକି ଟଙ୍କା ଭାଗ ବଣ୍ଟା କରି ଖାଇଦେଇଛନ୍ତି।ଏପରି ଭାବରେ ହିସାବ କଲେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି। ଅନେକ ପଂଚାୟତ ରେ ନିର୍ମାଣ ହୋଇଥିବା ଶୌଚାଳୟ ରେ ଗୋଟିଏ ଶୌଚାଳୟ ର ଦୁଇ ଟି କାନ୍ଥ ରେ ପୃଥକ ପୃଥକ ଗାଁର ହିତାଧିକାରୀଙ୍କ ନାମ ଲେଖି ବିଲ କରି ଟଙ୍କା ଆତ୍ମସାତ କରିଥିବା ଦେଖିବାକୁ ମିଳିଛି । ହିତାଧିକାରୀଙ୍କ ସରଳତାର ସୁଯୋଗ ନେଇ ବିଭାଗୀୟ ଅଧିକାରୀ ମାନେ ନିମ୍ନ ମାନର କାର୍ଯ୍ୟ କରିଛନ୍ତି । ଆମେ ଯଉ ଚିତ୍ର ଆପଣ ଙ୍କୁ ଦେଖାଉଛୁ ତାହା କେବଳ ଉଦାହରଣ ମାତ୍ର ଏମିତି ହଜାର ହଜାର ଶୌଚାଳୟ ନିର୍ମାଣ ହୋଇଛି। ଏକା ସାଙ୍ଗରେ ତିନିଟି ଶୌଚାଳୟ ନିର୍ମାଣ କରାଯାଇ ଟଙ୍କା ହଡପ କରାଯାଇଛି।ଦୁଇ ଟି ଶୌଚାଳୟ ରେ ତିନି ଜଣ ହିତାଧିକାରୀଙ୍କ ନାମ ଲେଖା ହୋଇଛି । ଅନେକ ସ୍ଥାନରେ ଶୌଚାଳୟ ନିର୍ମାଣ ନାମକୁ ମାତ୍ର ହୋଇଛି । କୋଉଠି ଲୋକେ କୁକୁଡ଼ା ଗୃହ କରିଥିବା ଦେଖିବା କୁ ମିଳିଥିବା ବେଳେ, କଉଠି ଅବ୍ୟବହାର୍ୟ୍ଯ ଜିନିଷପତ୍ର ରଖୁଛନ୍ତି । ଖଡ଼ିଆଳ ବ୍ଲକ ରେ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ଆବର୍ଜନା କୁଣ୍ଡ ନିର୍ମାଣ କାଗଜପତ୍ର ରେ ସିମିତି ଥିବା ବେଳେ ବାହ୍ୟମଳ ମୁକ୍ତ ଅଂଚଳ କେବଳ ବିଜ୍ଞାପନ ହୋଇ ରହିଯାଇଛି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।ଏନେଇ ଖଡ଼ିଆଳ ବିଡ଼ିଓ ନାରାୟଣ ସାହୁଙ୍କୁ ପଚାରିବାରୁ କୌଣସି ଅଭିଯୋଗ ଆସିନାହିଁ, ଅଭିଯୋଗ ଆସିଲେ ତଦନ୍ତ କରାଯିବ ବୋଲି କହିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଉତ୍କଳ ମଣୀ ଗୋପବନ୍ଧୁ ଦାସ ଙ୍କର ୯୪ ତମ ପୁଣ୍ୟ ତିଥି ପାଳନ

Sunil Chandra Nayak

ସଡ଼କ ସୁରକ୍ଷା ପାଇଁ ବିଶ୍ବବ୍ୟାଙ୍କ ଦେବ ୨୫ କୋଟି ଡଲାର, ଓଡ଼ିଶା ସମେତ ୭ ରାଜ୍ୟରେ କାର୍ଯ୍ୟକାରୀ ହେବ

Sunil Chandra Nayak

କଳାହାଣ୍ଡି ବ୍ରାହ୍ମଣ ସମାଜ ଜୁନାଗଡ ଶାଖା ଗଠିତ, ସଂଗଠକ ମହଲରେ ଅସନ୍ତୋଷ 

Sunil Chandra Nayak

Leave a Comment

error: Content is protected !!