ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲାଞ୍ଜିଗଡ଼ ବ୍ଲକରେ ଜନ ଅଭିଯୋଗ ଶୁଣାଣି ଶିବିର

ଲାଞ୍ଜିଗଡ଼,୧୫/୦୩-ନିର୍ବାଚନ ଶେଷ ହେବାପରେ ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ଆଜି ପ୍ରଥମ ଥର ପାଇଁ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବେ ପିଏ ଆଇଟିଡିଏ ବିରଞ୍ôଚ ନାରାୟଣ ଦରୱାନ, ସମ୍ମାନିତ ଅତିଥି ଭାବେ ମନରେଗା ଅମ୍ବୁଡସମେନ୍ ପରଂବ୍ରହ୍ମ ଯୋଷୀ, ଜିଲ୍ଲା ମନରେଗା ସଂଯୋଜକ ପାର୍ବତୀ ପଟ୍ଟନାୟକ, ମନରେଗା ସମୀକ୍ଷକ ଶଶାଙ୍କଶେଖର ଭୋଇ, ସହକାରୀ ଯନ୍ତ୍ରୀ ରେଣୁକା ଠାକୁର, ମନରେଗା ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ସଞ୍ଜୀବ କୁମାର ପରିଡା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବ୍ଲକର ୨୬ଗୋଟି ଗ୍ରାମ ପଞ୍ଚାୟତକୁ ସମୃଦ୍ଧ ଓ ସଶକ୍ତ କରିବାକୁ ସରପଞ୍ଚ, ସମିତିସଦସ୍ୟ, ନିର୍ବାହୀ ଅଧିକାରୀଙ୍କ ସମେତ ପ୍ରଶାସନ ଓ ଜନସାଧାରଣଙ୍କ ସହଭାଗିତାରେ ଏହା ସମ୍ଭବ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବ୍ଲକର ୨୬ଗୋଟି ଗ୍ରାମପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ମାନେ ଯୋଗଦେଇଥିଲେ । ସେହିପରି ନିର୍ବାହୀ ଅଧିକାରୀ, ଗ୍ରାମରୋଜଗାରସେବକଙ୍କ ସମେତ ବିଭିନ୍ନ ଲାଇନ ବିଭାଗର ଅଧିକାରୀମାନେ ଏଥିରେ ସାମିଲ ହୋଇଥିଲେ । ବ୍ଲକ ପ୍ରଶାସନ ପକ୍ଷରୁ ଏଥିରେ ବିଭିନ୍ନ ସରକାରୀ ଯୋଜନାର ସମୀକ୍ଷା ମଧ୍ୟ କରାଯାଇଥିଲା ।

ଲାଞ୍ଜିଗଡ଼ରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ୍‌

Related posts

ବିଭିନ୍ନ ସମସ୍ୟାରେ ବୁଡି ରହିଛି ଇଡିଦା ଗୋଲକ ନାରାୟଣ ହାଇସ୍କୁଲ 

Sunil Chandra Nayak

ବିଜୁ ଜନତା ଦଳର ଜନ ସଂପର୍କ ପଦଯାତ୍ରା 

Sunil Chandra Nayak

ଉତ୍କଳମଣି ଗୋପବନ୍ଧୁ ୱେଲେଫେୟାର ଟ୍ରଷ୍ଟ ପକ୍ଷରୁ ଗୋପନ୍ଧୁଙ୍କ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!