ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖୁବଶୀଘ୍ର ଜୟପୁର ବିମାନବନ୍ଦରରୁ ଉଡ଼ିବ ବିମାନ

‘ଉଡ଼ାନ୍’ ଯୋଜନାରେ ଲାଇସେନ୍ସ ପ୍ରଦାନ କଲା ଡିଜିସିଏ

ଓଡ଼ିଶାର ଆଉ ଏକ ବିମାନବନ୍ଦରକୁ ମିଳିଲା ଲାଇସେନ୍ସ। କୋରାପୁଟ ଜିଲ୍ଲା ଆଉ ଅପହଞ୍ଚ ଜିଲ୍ଲା ହୋଇ ରହିବ ନାହିଁ। ଜୟପୁର ବିମାନ ବନ୍ଦରକୁ ବିମାନ ଉଡ଼ାଣ ପାଇଁ ଅନୁମତି ମିଳିଛି। ‘ଉଡ଼ାନ୍’ ଯୋଜନାରେ ଜୟପୁର ବିମାନ ବନ୍ଦରକୁ ଲାଇସେନ୍ସ ମିଳିଥିବା ନେଇ ଡିଜିସିଏ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଉଡ଼ାନ୍ ଯୋଜନାରେ ବିମାନ ଚଲାଚଳ ନେଇ ଲାଇସେନ୍ସ ମିଳିଛି।ବହୁ ପ୍ରତୀକ୍ଷା ପରେ ଜୟପୁର ବିମାନବନ୍ଦରକୁ ବିମାନ ଚଳାଚଳ ପାଇଁ ଲାଇସେନ୍ସ ମିଳିଛି। ଉଡ଼ାଣ ଦିବସର ଗୋଟିଏ ଦିନ ପୂର୍ବରୁ ଜୟପୁର ବିମାନବନ୍ଦରକୁ ଏହି ଲାଇସେନ୍ସ ଦେଇଛନ୍ତି କେନ୍ଦ୍ର ବେସାମରିକ ପରିବହନ ବିଭାଗ।

ତେବେ ଜୟପୁର ବିମାନବନ୍ଦରକୁ ଲାଇସେନ୍ସ ପାଇଁ ଦିର୍ଘ ଦିନରୁ ଦାବି ରହିଥିଲା। ଏଥି ପାଇଁ ରାଜ୍ୟ ସରକାର ଅନେକ କାର୍ଯ୍ୟ ମଧ୍ୟ କରିଛନ୍ତି। ଯାହା ବର୍ତ୍ତମାନ ଜୟପୁରବାସୀ ଦକ୍ଷିଣ ଓଡ଼ିଶାରେ ଥିବା ଜିଲ୍ଲାର ଲୋକମାନଙ୍କ ପାଇଁ ଏକ ଖୁସି ଖବର ଆଣି ଦେଇଛି। ପୁର୍ବରୁ ଡିଜିସିଏ ଅଧିକାରୀ ଆସି ଏହାର ଅନୁଧ୍ୟାନ କରିବା ସହ ପ୍ରାୟ ୬୭ଟି ତ୍ରୁଟି ବାହାର କରିଥିଲେ। ଏହାପରେ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ତ୍ରୁଟି ଗୁଡ଼ିକୁ ସମାଧାନ କରିଥିଲେ। ଯାହାର ପଳାଫଳ ଆଜି ଦେଖିବାକୁ ମିଳିଛି।

ଏହି ନିଷ୍ପତି ଅବିଭକ୍ତ କୋରାପୁଟ ସହିତ ଦକ୍ଷିଣ ଓଡ଼ିଶାର ଅର୍ଥନୀତିକୁ ମଧ୍ୟ ମଧ୍ୟ ସୁଦୃଢ କରିବ ବୋଲି ଆଶା କରାଯାଉଛି। ସେହିପରି ରାଜଧାନୀ ଭୁବନେଶ୍ୱରରୁ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ପେସାଲିଷ୍ଟ ଡାକ୍ତମାନେ ମଧ୍ୟ ସହଜରେ ଦକ୍ଷିଣ ଓଡ଼ିଶାରେ ପହଞ୍ଚି ପାରିବେ। ଯାହା ଅଞ୍ଚବାସୀଙ୍କ ଉନ୍ନତିରେ ସାହାଯ୍ୟ କରିବ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଆଖୁଚାଷ ପାଇଁ କୃଷି ସମ୍ମିଳନୀ

ଗୋଲାମୁଣ୍ଡା ବ୍ଲକ ପରିଶରରେ ସଦଭାବନା ଦିବସ ପ୍ରତିଜ୍ଞା ନେଲେ ବ୍ଲକ କର୍ମଚାରୀ

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ରାତ୍ରି ଗୋ! ତୁମେ

Sunil Chandra Nayak

Leave a Comment

error: Content is protected !!