ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆମ୍ବୁଲାନ୍ସ ଅପହଞ୍ଚ , ଏପଟେ ଅଞ୍ଚଳରେ ଝାଡାବାନ୍ତି ପ୍ରକୋପ ବୃଦ୍ଧି

ଥୁଆମୂଳ ରାମପୁର:୧/୧୦- (ମନିସ) ରାସ୍ତା ଘାଟ ନିର୍ମାଣ ନେଇ ସରକାରଙ୍କ ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଆଜିବି ଅନେକ ଦୁର୍ଗମ ଅଞ୍ଚଳରେ ରାସ୍ତା ଘାଟ ସମସ୍ୟା ଲାଗି ରହିଅଛି। ଶାସକ ଦଳର କିଛି ନେତା ବାହାସ୍ପଟ ମାରି କୁହନ୍ତି ଯେ ଆମେ ଦୁର୍ଗମ ଅଞ୍ଚଳ ର ବିକାଶ କରିବା ପାଇଁ ଅହରହ କାର୍ଯ୍ଯ କରୁଅଛୁ, ଅନ୍ଯପଟେ ଦେଖାଦେଇଛି ଯେ ଅନେକ ସମୟରେ ରୋଗୀ କିମ୍ବା ମୃତ ବ୍ଯକ୍ତିଙ୍କୁ କାନ୍ଧରେ ଓ ଖଟିଆରେ ବୁହା ହେଉଥିବା ବେଳେ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ଲୋକଙ୍କୁ ମଟର ସାଇକଲ ଯୋଗେ ଆମ୍ବୁଲାନ୍ସ ପଏଣ୍ଟ କୁ ନେବା ଭଳି ଅଭାବନୀୟ ଘଟଣା ପୁଣି ସାମ୍ମାକୁ ଆସୁଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ପାହାଡ ପର୍ବତ ଘେରରେ ଥିବା ଥୁଆମୂଳ ରାମପୁର ବ୍ଳକରେ। ଥୁଆମୂଳ ରାମପୁର ବ୍ଳକଟି ୨୪ ଗୋଟି ଗ୍ରାମପଞ୍ଚାୟତ ନେଇ ଅବସ୍ଥିତ। ଏଠାରେ ଥିବା ଅନେକ ଅଞ୍ଚଳରେ ଗମନାଗମନ ବ୍ଯବସ୍ଥା ଏଯାଏଁ ହୋଇପାରିନାହିଁ। ଯାହାଫଳରେ ଆମ୍ବୁଲାନ୍ସ ସେହି ସବୁ ସ୍ଥାନକୁ ଅପହଞ୍ଚ ଭାବରେ ରହିଯାଇଛି। ଲୋକେ ଗର୍ଭବତୀ, ରୋଗୀ ଓ ଶବ କୁ ବୁହାହେବା ଘଟଣା ଲୋକଙ୍କ ପାଇଁ ଏକ ପ୍ରକାର ଅଭ୍ଯାସରେ ପରିଣତ ହୋଇଯାଇଛି। ଥୁଆମୂଳ ରାମପୁର ବ୍ଳକର ଅନେକ ଦିନ ପୂର୍ବରୁ ଆଦର୍ଶ ଗ୍ରାମପଞ୍ଚାୟତ ନାମରେ ଘୋଷଣା କରିଥିବା ସିନ୍ଧିପଦର ଗ୍ରାମରେ ଝାଡାବାନ୍ତି ରୋଗ ଆରମ୍ଭ ହୋଇଛି। ସିନ୍ଧିପଦରର ଏସସି ଅଞ୍ଚଳ ଅନ୍ତର୍ଗତ ଗାଁର ବାଗପଡା ହାମଲେଟର ଗରାନ୍ ମାଝୀ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇଥିଲେ। ଖବର ପାଇ ସ୍ବେଚ୍ଛାସେବୀ ଅମରସିଂହ ମାଝୀ, ସନ୍ତୋଷ କୁମାର ମାଝୀ ସହ ଆଶା ଦିଦି ଉତ୍ତରା ନାୟକ ଝାଡାବାନ୍ତି ରୋଗରେ ପୀଡିତ ରୋଗୀଙ୍କ ଘରକୁ ପହଞ୍ଚି ଖାଦ୍ଯ ସୁରକ୍ଷା, ପରିଷ୍କାର ପରିଚ୍ଛନ୍ନତା ଏବଂ ସତର୍କତା ବିଷୟରେ ଗରାନ୍ ମାଝୀ ଙ୍କ ପରିବାର ସଦସ୍ୟ ଙ୍କୁ ପରାମର୍ଶ ଦେଇଥିଲେ। ପୁଣି ସେମାନେ ଆମ୍ବୁଲାନ୍ସ କୁ ଟେଲିଫୋନ କରି ଗରାନ୍ ମାଝୀଙ୍କୁ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରିବା ନିମନ୍ତେ ବ୍ଯବସ୍ଥା କରିଥିଲେ। ହେଲେ ଆମ୍ବୁଲାନ୍ସ ଘଟଣା ସ୍ଥଳକୁ ଯାଇ ପାରିଲାନାହିଁ। ଅଧାବାଟରେ ହିଁ ଗାଡିଟି ଅଟକି ରହିଥିଲା। ପରେ ସ୍ବେଚ୍ଛାସେବୀ ସନ୍ତୋଷ ମାଝୀ ଏବଂ ଅମରସିଂ ମାଝୀ ମଟର ସାଇକଲ ଦ୍ବାରା ଗରାନ୍ ମାଝୀଙ୍କୁ ଆମ୍ବୁଲାନ୍ସ ପଏଣ୍ଟ ପର୍ଯ୍ୟନ୍ତ ସ୍ଥାନକୁ ନେଇଥିଲେ। ଯାହା କି ହାମଲେଟ୍ ଠାରୁ ୮୦୦ ମିଟର ଦୂରତା ରହିଥିବା ସ୍ଥାନ କୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ତେଣୁ ରୋଗୀଙ୍କୁ ମଟର ସାଇକଲ ଯୋଗେ ଆମ୍ବୁଲାନ୍ସ ଥିବା ସ୍ଥାନରେ ପହଁଞ୍ଚାଇ ଦିଆଯାଇଥିଲା। ପରେ ସେଠାରୁ ଆମ୍ବୁଲାନ୍ସରେ ରୋଗୀଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

କୁସୁମପୁର ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ , ୨୬୮ ଜଣ ଛାତ୍ର ଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ 

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ସପନ ନଈର ତୁଠେ

Sunil Chandra Nayak

ପରିତ୍ୟକ୍ତ ଘରୁ ଶାଳ କାଠ ଜବତ

Sunil Chandra Nayak

Leave a Comment

error: Content is protected !!