ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼କୁ ଜିଲ୍ଲା ଦାବୀରେ  ପୁଣିଥରେ ଜୁନାଗଡ଼ ବାସୀ, ସଂଗ୍ରାମ ପାଇଁ ସଜବାଜ

ଜୁନାଗଡ଼,୧୯/୧୧(ମ.ନି.ସ) କଳାହାଣ୍ଡି ଜିଲ୍ଲାର ବହୁ ପୁରାତନ ରାଜଧାନୀ ଜୁନାଗଡ଼କୁ ଜିଲ୍ଲା ଓ ଜୁନାଗଡ଼କୁ ଜିଲ୍ଲା ମହକୁମା ମାନ୍ୟତା ଦାବୀ ନେଇ ଜୁନାଗଡ଼ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୁଣି ଥରେ ସଂଗ୍ରାମ ପାଇଁ ସଜବାଜ ହୋଇ ଏଥିନେଇ ଜୋରଦାର ଆନ୍ଦୋଳନ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି। ନିକଟରେ ଏଥିନେଇ ଜୁନାଗଡ଼ ଆରଏମସି ସଭା ଗୃହ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ହୋଇ ଜୁନାଗଡ଼ ଜିଲ୍ଲା ସପକ୍ଷରେ ଯୁକ୍ତି ବାଢିଥିଲେ ।ସ୍ୱାଧୀନତା ପୂର୍ବରୁ ଇଂରେଜ ଶାସନ ସମୟରେ କଳାହାଣ୍ଡି ନାଗପୁର ପ୍ରେସିଡେନ୍ସି ସାମିଲ ଥିଲା ଓ ପ୍ରବର୍ତ୍ତିତ ସମୟରେ କଳାହାଣ୍ଡି ରାୟପୁର ପ୍ରେସିଡେନ୍ସିରେ ସାମିଲ ହେଲା । ସ୍ଵାଧୀନତା ପରେ କଳାହାଣ୍ଡି ଜିଲ୍ଲାକୁ ବଲାଙ୍ଗୀର ଜିଲ୍ଲାରେ ସାମିଲ କରାଯାଇଥିଲା । ୧୯୪୯ ମସିହା ନଭେମ୍ବର ୧ ତାରିଖରେ କଳାହାଣ୍ଡି ଜିଲ୍ଲାକୁ ସ୍ୱତନ୍ତ୍ର ଜିଲ୍ଲା ଭାବେ ମାନ୍ୟତା ପାଇଥିଲା ଓ ସମ୍ବଲପୁର ଜିଲ୍ଲା ରେ ମିଶିଥିବା ନୂଆପଡା ଜିଲ୍ଲାକୁ ଅଲଗା କରି କଳାହାଣ୍ଡି ଜିଲ୍ଲାରେ ସାମିଲ କରାଯାଇଥିଲା । ୧୯୯୩ ମସିହା ଏପ୍ରିଲ ୧ ତାରିଖରେ ନୂଆପଡା ଜିଲ୍ଲା ସ୍ୱତନ୍ତ୍ର ଜିଲ୍ଲା ଭାବେ ମାନ୍ୟତା ପାଇଥିଲା । ବର୍ତ୍ତମାନ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ଲୋକେ ଗୋଟିଏ ସାଂସଦକୁ ନିର୍ବଚିତ କରନ୍ତି । ଗତ ୩୦୩ ବର୍ଷ ତଳେ ଗଡ଼ଜାତ ସମୟରେ କଳାହାଣ୍ଡିର ରାଜଧାନୀ ଜୁନାଗଡ଼ ଥିଲା । ଏହି ଜୁନାଗଡ଼ ସେତେବେଳେ ଜେନାବଳୀ ପାଟଣା ନାମରେ ପରିଚିତ ଥିଲା । ଏହା ଜୁନାଗଡ଼ର ଦଧିବାମନ ମନ୍ଦିରର ଶିଳାଲିପିରେ ଲେଖା ହୋଇଥିବା ଅକ୍ଷରରୁ ଜଣାପଡେ । ପରବର୍ତ୍ତୀ ସମୟରେ ୧୮୪୯ ମସିହାରେ କଳାହାଣ୍ଡି ମହାରାଜା ଫତେ ନାରାୟଣ ଦେଓଙ୍କ ସମୟରେ କଳାହାଣ୍ଡିର ରାଜଧାନୀ ଭବାନୀପାଟଣାକୁ ସ୍ଥାନାନ୍ତରିତ କରାଯାଇଥିଲା । ହଜାରେ ବର୍ଷର ମନ୍ଦିର ମାଳିନୀ ସହର ଜୁନାଗଡ଼ ଛଅକୋଡ଼ି ବନ୍ଧକୁ ନଅ କୋଡ଼ି ତୋଟା ଏବେ ମଧ୍ୟ ମୂକସାକ୍ଷୀ ଅଛି । ଜୁନାଗଡ଼ ବ୍ଲକ ଓ ଏନଏସିର ଲୋକ ସଂଖ୍ୟା ୧ଲକ୍ଷ ୮୮ ହଜାର ୪୦୩ ଜଣ ଅଛନ୍ତି । ଜୁନାଗଡ଼ ଏନଏସି ୧୯୭୦ ମସିହାରେ ପ୍ରତିଷ୍ଠିତ ହୋଇଥିବା ବେଳେ ୫୨ ବର୍ଷରେ ପଦାର୍ପଣ କରି ସାରିଛି ଓ ରାଜ୍ୟର ଶ୍ରେଷ୍ଠ ଏନଏସି ଭାବେ ଆଗରୁ ୩ ଥର ପୁରସ୍କୃତ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଶ୍ରେଷ୍ଠ ପୁରସ୍କାର ପାଇଛି । ସେହିଭଳି ଜୁନାଗଡ଼ ସହରକୁ ରେଳପଥ, ଜାତୀୟ ରାଜପଥ ସଂଯୋଗ ହୋଇଛି । ଜୁନାଗଡ଼ ସହର ଭବାନୀପାଟଣା, ଥୁଆମୂଳ ରାମପୁର, ଧର୍ମଗଡ଼, ଗୋଲାମୁଣ୍ଡା, କୋକସରା, ଜୟପାଟଣା, ବ୍ଲକର ମଧସ୍ଥଳୀ ଅଟେ । ବ୍ୟବସାୟିକ କ୍ଷେତ୍ର ମଧ୍ୟରେ ଆଗରେ ଥିବା ବେଳେ ଏଠାକୁ ଜିଲ୍ଲା ସମସ୍ତ ୧୩ ଟି ବ୍ଲକର ଲୋକେ, ଏବଂ ଜିଲ୍ଲା ବାହାର ଲୋକେ ଏବଂ ପଡ଼ୋଶୀ ଛତିଶଗଡ଼ର ଲୋକେ ଏଠାକୁ ବ୍ୟବସାୟ କରିବା ପାଇଁ ଆସିଥାନ୍ତି । ସମସ୍ତ କ୍ଷେତ୍ରରେ ଆଗରେ ଥିବା ଯୋଗୁଁ ଜୁନାଗଡ଼ ବ୍ଲକ ଓ ଏନଏସି , ଧର୍ମଗଡ଼ ବ୍ଲକ ଓ ଏନଏ ସି, କଲମପୁର, ଗୋଲାମୁଣ୍ଡା, କୋକସରା, ଜୟପାଟଣା ବ୍ଲକ ତଥା ଥୁଆମୂଳ ରାମପୁର ବ୍ଲକ ର ୧୫ ଟି ପଞ୍ଚାୟତକୁ ନେଇ ଜୁନାଗଡ଼ ଜିଲ୍ଲା ମାନ୍ୟତା ଓ ଜୁନାଗଡ଼ କୁ ଜିଲ୍ଲା ମହକୁମା ମାନ୍ୟତା ଦାବୀ ନେଇ ଜୁନାଗଡ଼ କ୍ରିୟାନୁଷ୍ଠାନ କମିଟି ଦାବୀ କରିଛନ୍ତି । ଜିଲ୍ଲା ଦାବୀ ନେଇ ଜୁନାଗଡ଼ ବାସୀ ପକ୍ଷରୁ ଗତ ୨ ବର୍ଷ ତଳେ ବନ୍ଦ ପାଳନ କରିବା ସହିତ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳକୁ ଚିଠି ମଧ୍ୟ ପ୍ରେରଣ କରାଯାଇଥିଲା । ବର୍ତ୍ତମାନ ପୁଣିଥରେ ଜୁନାଗଡ଼ ବାସୀ ଏକଜୁଟ ହୋଇ ଜିଲ୍ଲା ମାନ୍ୟତା ଦାବୀକରିଛନ୍ତି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଜିଲ୍ଲା ଦାବିକୁ ଦୃଢ ଉପସ୍ଥାପନା କର। ଯିବା ସହ ବରଗଡ଼ର ପଦ୍ମପୁର ସହ ଜୁନାଗଡ଼କୁ ଏକସଙ୍ଗେ ଜିଲ୍ଲା ଘୋଷଣା କରାଯିବାକୁ ରାଜ୍ୟ ସରକାରଙ୍କ ଠାରେ ଦାବୀ ରଖିଛନ୍ତି ।ସରକାର ଓଡ଼ିଶାର ଅନୁନ୍ନତ ଅଂଚଳ ପ୍ରତି ସମାନ୍ତରାଳ ଭାବେ ଦୃଷ୍ଟି ଦେଇ ଜୁନାଗଡ଼ କୁ ଜିଲ୍ଳା ଘୋଷଣା କରିବାକୁ କ୍ରିୟାନୁଷ୍ଠାନ ଦାବି କରିଛି।ନଚେତ ଆଗାମୀ ଦିନରେ ପୁଣି ଥରେ ଏହି ହକକୁ ପାଇବା ପାଇଁ ଜୋରଦାର ଲଢେଇ କରାଜୀବ ବୋଲି ଦୃଢ ନିଷ୍ପତି ନେଇଛି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ବିନା ସୂଚନା ଫଳକରେ ଚାଲିଛି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ମାଟି କାମ

Sunil Chandra Nayak

ବିଦ୍ୟାଳୟରେ ବଣ୍ଟା ହେଲା କୃମିନାଶକ ବଟିକା

Sunil Chandra Nayak

ରଞ୍ଜିତ କୁ ସାହୁ ଙ୍କ କବିତା ଭିଜା ଗୋଲାପ ର ମହକ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort