ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ ବ୍ଲକ ସ୍ତରୀୟ ଆଶା ସଂଘ ଗଠିତ

ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ର କାର୍ଯ୍ୟରତ ଆଶା କର୍ମୀମାନେ ରାତି ଦିନ ନିଜର କାର୍ଯ୍ୟ ସମ୍ପାଦନ କରି ଆସୁଥିବା ବେଳେ ରାଜ୍ୟ ସରକାର ଆଶା କର୍ମୀ ମାନଙ୍କ ପ୍ରତି ଅଣଦେଖା କରି ଆସୁଛନ୍ତି । ଆଶା କର୍ମୀମାନେ ବିଭିନ୍ନ ସମସ୍ୟା ଦେଇ ଗତି କରି ଆସୁଥିଲେ ମଧ୍ୟ ଏଯାଏଁ ସରକାର କିଛି ପଦକ୍ଷେପ ନେଉନାହାନ୍ତି । ଯାହା ଫଳରେ ଆଶା କର୍ମୀ ମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି ଏନେଇ ଆଜି ଜୁନାଗଡ଼ ବ୍ଲକ ର ସମସ୍ତ ଆଶା କର୍ମୀମାନେ ନିଜର ବିଭିନ୍ନ ସମସ୍ୟା ଗୁଡିକୁ କିପରି ରାଜ୍ୟ ସରକାର ଙ୍କ ଠାରେ ଉପସ୍ଥାପିତ କରିପାରିବେ ସେ ନେଇ ଆଶା କର୍ମୀମାନେ ଏକ ବ୍ଲକ ସ୍ତରୀୟ ନୂତନ ଆଶା କର୍ମୀ ସଂଘ ଗଠନ କରିଛନ୍ତି ।ଏଥିରେ ଭାରତୀୟ ମଜଦୁର ସଂଘ ର କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ପ୍ରଭାରୀ ବିରଞ୍ଚି ନାରାୟଣ ପଣ୍ଡା ଯୋଗଦାନ କରି ସଂଘ ଗଠନ କରିବା ଦିଗରେ ଆଶା କର୍ମୀ ମାନଙ୍କୁ ଉତ୍ସ।ହିତ କରିଥିଲେ। ଏଥିରେ ସଭାନେତ୍ରୀ ଭାବରେ କ୍ଷମାଶିଳା ଛତ୍ରିଆଙ୍କୁ ମନୋନୀତ କରିଥିବା ବେଳେ ଉପ ସଭ।ନେତ୍ରୀ ପଙ୍କଜିନି ରାଉତ ,ସମ୍ପାଦକ ଭାବରେ ବାସନ୍ତୀ ନ।ଏକ ମନୋନୀତ ହୋଇଥିବା ବେଳେ ସହ ସମ୍ପାଦିକା ସସ୍ମିତା ନ।ଏକ ଏବଂ କୋଷା ଧକ୍ଷା ଭାବରେ ଚମ୍ପାବତୀ ମେହେରଙ୍କୁ ମନୋନୀତ କରାଯାଇଥିଲା ।ଏଥିରେ ସୁନା ନ।ଏକ ,ମଞ୍ଜୁ ଲତା ନ।ଏକ ,ଯଶୋବନ୍ତି ଦୁର୍ଗା ,ଗୋମତି ବାଗ ,ରଶ୍ମିର।ଣୀ ନ।ଏକ ,ମମତା ପ୍ରଧାନୀ ପ୍ରମୁଖ ଉପସ୍ଥିତ ରହି ଥିଲେ ।ମନୋନୀତ ଆଶା କର୍ମୀ ମାନେ ରାଜ୍ୟସ୍ତରୀୟ ସଭାରେ ଯୋଗଦାନ କରି ଆଶା କର୍ମୀ ମାନଙ୍କ ସମସ୍ୟା ଗୁଡିକ ଉପସ୍ଥାପିତ କରିବା ପାଇଁ ସଭାରେ ଆଲୋଚନା ହୋଇଥିଲା ।ଶେଷରେ ସଭ।ନେତ୍ରୀ କ୍ଷମା ଶିଳା ଛତ୍ରିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ନୂଆ ମୁଣ୍ଡା ଗାଁରେ ସ୍ଵଛତା ପଖୁୱାର୍ଡ ଅନୁଷ୍ଠିତ

Sunil Chandra Nayak

ଆଦର୍ଶ ପାଠାଗାର ତରଫରୁ ବିଭିନ୍ନ ପ୍ରତିଯୋଗିତା ଆସନ୍ତା ୧୮ରେ

Sunil Chandra Nayak

ମାଓ କେଂପ ଠାବ

Leave a Comment

error: Content is protected !!