ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଅଭୁଲା ଅତୀତ

ଅଭୁଲା ଅତୀତ

ଉପେନ୍ଦ୍ର କୁମାର ବସ୍ତିଆ

   
ବରଷା ଋତୁର ଗଭୀର ରାତିରେ
    ତୁମ କଥା ମନେ ପଡେ 
ଭୁଲିବି ଭୁଲିବି ଯେତେ ଚେଷ୍ଟା କଲେ 
     ମାନସ ପଟକୁ ଗଡେ ।
ରୂପର ରୂପସୀ ମୋମନ ମାନସୀ 
    ମୋ ସ୍ଵପ୍ନ ନାୟିକା ତୁମ୍ଭେ 
କହି ପାରୁନାହିଁ ସହି ପାରୁନାହିଁ 
    ରହି ପାରୁ ନାହିଁ ଦମ୍ଭେ । 
ଅତୀତ କଥା ଭାବିଭାବି ମୁହିଁ 
    ବର୍ତ୍ତମାନ ଚାଲିଯାଏ 
କାହିଁକି କେଜାଣି ତୁମ କଥା ସଦା
    ମନେ ମୋର ପଡୁ ଥାଏ ।
ମନ ଆକାଶରୁ ଯେତେ ଚେଷ୍ଟା କଲେ 
    ଲିଭେନାହିଁ ତୁମ ଛବି 
ପ୍ରତି ମୁହୂର୍ତ୍ତରେ ଜଳି ଚାଲିଛି ମୁଁ 
    ତୁମ କଥା ଭାବି ଭାବି ।
 
ଏ ଗଭୀର ରାତି ମୋ ହୃଦୟ ତଳେ 
    ସ୍ମୁତିକୁ ଜାବୁଡ଼ି ଧରି 
ଲେଖି ଚାଲିଛି ମୁଁ ମୋ ପ୍ରେମ କବିତା 
    ପାରୁନାହିଁ କେବେ ଭୁଲି ।

   ରାଉରକେଲା

Related posts

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ନୃସିଂହ ପ୍ରସାଦ ଷଡ଼ଙ୍ଗୀ ଙ୍କ କବିତା ମଣିଷ

Sunil Chandra Nayak

ଜୁନାଗଡ଼ରେ ଲୟର୍ସ ଡେ ପାଳିତ

Sunil Chandra Nayak

ଦେଶ ସ୍ୱାଧୀନ ହେବାର ୭୫ବର୍ଷ ପରେ ରୁପ୍ରା ଠାରେ କେସିଙ୍ଗା ଆଦର୍ଶ ଥାନା ତରଫରୁ ପୋଲିସ ସଚେତନତା ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!