ଅଭୁଲା ଅତୀତ
ଉପେନ୍ଦ୍ର କୁମାର ବସ୍ତିଆ
ବରଷା ଋତୁର ଗଭୀର ରାତିରେ
ତୁମ କଥା ମନେ ପଡେ
ଭୁଲିବି ଭୁଲିବି ଯେତେ ଚେଷ୍ଟା କଲେ
ମାନସ ପଟକୁ ଗଡେ ।
ରୂପର ରୂପସୀ ମୋମନ ମାନସୀ
ମୋ ସ୍ଵପ୍ନ ନାୟିକା ତୁମ୍ଭେ
କହି ପାରୁନାହିଁ ସହି ପାରୁନାହିଁ
ରହି ପାରୁ ନାହିଁ ଦମ୍ଭେ ।
ଅତୀତ କଥା ଭାବିଭାବି ମୁହିଁ
ବର୍ତ୍ତମାନ ଚାଲିଯାଏ
କାହିଁକି କେଜାଣି ତୁମ କଥା ସଦା
ମନେ ମୋର ପଡୁ ଥାଏ ।
ମନ ଆକାଶରୁ ଯେତେ ଚେଷ୍ଟା କଲେ
ଲିଭେନାହିଁ ତୁମ ଛବି
ପ୍ରତି ମୁହୂର୍ତ୍ତରେ ଜଳି ଚାଲିଛି ମୁଁ
ତୁମ କଥା ଭାବି ଭାବି ।
ଏ ଗଭୀର ରାତି ମୋ ହୃଦୟ ତଳେ
ସ୍ମୁତିକୁ ଜାବୁଡ଼ି ଧରି
ଲେଖି ଚାଲିଛି ମୁଁ ମୋ ପ୍ରେମ କବିତା
ପାରୁନାହିଁ କେବେ ଭୁଲି ।
ରାଉରକେଲା