ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ଅତୀତର ଶୀତ, ଯେତେ ଭିତ ସେତେ ମିତ 

ଅତୀତର ଶୀତ,

ଯେତେ ଭିତ ସେତେ ମିତ 

ଜୟ କୁମାର ମିଶ୍ର

ଅତୀତର ଶୀତ, ଛାଡି ଗଲା ହାତ 
ହୋଇଗଲା ସ୍ମୃତି, ତାହା,  
ପଡେ ସବୁ ମନ, ଭଲ ମନ୍ଦ ମାନ
କାଲି, ଆଜି ପରି ଯାହା ll
ଦେହ ଥରୁ ଥିଲା, ମନ ମରୁ ଥିଲା 
ମାଡୁଥିଲା ଭାରି ଡର 
ଦାଣ୍ଡ ଦୁଆରରେ, ଠିଆ ହେବା ପାରେ 
ମନରେ କିଙ୍କର ଘୋର ll
ଓଠ ଫlଟୁ ଥିଲା, ବିବର୍ଣ୍ଣ କରିଲା 
ଦେହ, ଗୋଡ଼, ମୁଣ୍ଡ ହାତ, 
ରୋଗୀଣା, ଦିଶଇ, ଯୁବା ବୁଢ଼ା କେହି 
ପିଲା, ଦିଣ୍ଡା, ଭେଣ୍ଡା ଚିତ୍ର ll
ନିଆଁ ହୁଳା ଜlଳି, ଶୀତରୁ ମୁକୁଳି 
ତ୍ରାହି ପାଇଁ କେତେ ଚେଷ୍ଟା, 
ଗରିବ ବାପୁଡା, ଶୀତର କପଡା 
କିଣି ନପାରି ହଟହଟା ll
ଶୀତଳ ମଳୟ, କରୁଟି ଅଥୟ 
ହୀମ କାକର ର ସାଥେ, 
ମାଡିଜାକି କେହି, ଥରିଥରି କେହି 
କଟାଏ ରାତ୍ରଟି ଭିତେ ll
ଲୁଗା ଛିଣ୍ଡା କାନା, ମାଆ ବାନ୍ଧି ଦେବେ 
ଏସ୍କିମ ପିଲାଙ୍କ ପରି, 
ଛୋଟ ପିଲା ମେଳି, ଛାଡ଼ିଣ ବୋବାଳି 
ନିଆଁ ପୁଆଁ ମଜା ଭାରି ll
ଦିନ ବାର ଘଡି,ଦିବାକର ଚଢ଼ି
ମଥା ଉପରକୁ ଗଲେ, 
ଗାଧୋଇବା ପାଇଁ, ମନକୁ ବଳାଇ 
ଜଳାଶୟ ପାଶ ଚଳେ ll
କାକ ପରି ସ୍ନାନ, ଘସା ମଜା ହୀନ 
ଜେନେ ତେନେ ଯାଏ ଚଳି, 
କାଛୁ, ଯାଦୁ ସାଥେ, କୁଣ୍ଡିଆଟି କେତେ 
ଚର୍ମ ରୋଗ ଦେହେ ବସା, 
କରି ରାମ୍ପା କୁଣ୍ଡା, ଦେହ ଦାଗ ଛିଣ୍ଡା 
ହେଉଥାଏ ଲୋକ ହସା ll
ଗରମ ବ୍ୟଞ୍ଜନ, ଗରମ ପଖାଳ
କେହି କେହି ଭୁଞ୍ଜେ ଆଣି, 
ଦାଣ୍ଡ, ବାଡ଼ି ଖରା, ଶୀତକୁ ସାହାରା 
ଦିଏ ଆଶ୍ୱାସନା ପୁଣି ll
ବlସି କାଞ୍ଜି ସହ, ଶାଗ ଓ ସନ୍ତୁଳା 
ବାସି ଆମ୍ବିଳାକୁ ଧରି, 
ଅଗାଧୁଆ ହୋଇ, ଖାଉଥାନ୍ତି କେହି 
ଭୋକ ଅସମ୍ଭାଳ ଭାରି ll
କିଏ ମଞ୍ଜି ବଡ଼ି, ପାମ୍ପଡ ସାଥିରେ 
କଞ୍ଚାଲଙ୍କା, ସାଥେ ଭାତ, 
ତରବରେ ଖାଏ, କାମକୁ ସେ ଯାଏ 
ସୂର୍ଯ୍ୟଘଡି ତାର ମିତ ll
ଫାଟ ଗୋଡ଼ ଧରି, କଲବଲ ବରି
ଛୋଟାଇ ଛୋଟାଇ କେହି  
କିଏ ଘସେ ତେଲ, ଔଷଧ ମଲମ 
ଆକୁଳ ବିକଳ ହୋଇ ll
ଶୀତ ଦିଏ ଭିତ, ଦିଏ ଅପ୍ରମିତ 
ସୁନାର ଫସଲ ଆଣି 
ସବୁଜ ପରିବା, ଜାତି ଜାତି ଅବା 
ହୃଷ୍ଟପୃଷ୍ଟ, ମନଜାଣି ll
ଶ୍ରମିକ ବାପୁଡା, କ୍ଷେତ ପରେ ଛିଡା 
ଶୀତକୁ ଡରେନା ସେହି, 
କାମରେ ମଗନ, ଶ୍ରମ ଶକ୍ତି ମାନ
ରକ୍ଷା କବଚଟି ହୋଇ ll
ଅତୀତର ଶୀତ, କାହାକୁ ସେ ମିତ 
କାହାକୁ ବଇରୀ ସିଏ, 
ଦିଏ ଯେତେ କଷ୍ଟ, କରେ ପରିପୃଷ୍ଟ
ଶସ୍ୟ, ଆଣି କେତେ ଦିଏ ll

ଜୟ କୁମାର ମିଶ୍ର,

ଗ୍ରାମ-ବୁଦୁରା ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି 
ଓଡିଶା, 761206

Related posts

କେସିଙ୍ଗା ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶାନ୍ତିଶୃଙ୍ଖଳା ଭାବରେ ଶେଷ

Sunil Chandra Nayak

ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୭ ଆହତ

Sunil Chandra Nayak

ଖଲିଆକାନୀ ନିକଟସ୍ଥ ସୁକୁନିମୁଣ୍ଡା ପାଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

Sunil Chandra Nayak

Leave a Comment

error: Content is protected !!