ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନ୍ଦୋଳନ ର ଚତୁର୍ଥ ଦିନରେ ପହଞ୍ଚିଲେ ତହସିଲଦାର

ବୌଦ୍ଧ – 04/11- ବୌଦ୍ଧ ଜିଲ୍ଲା  ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଠାରେ ଚାଲିଥିବା ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଥିବା ବେଳେ । ବିଭିନ୍ନ ଗଣମାଧ୍ୟମ ଓ ସାଧାରଣରେ ଜିଲ୍ଲାପ୍ରଶାସନ ସରବ୍ୟ ହେବାପରେ ଆଜି ପ୍ରଥମେ ସ୍ଥାନୀୟ ସିଆରସିସି ନରେନ୍ଦ୍ର ରଣା ଓ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକମାନେ ଅଭିଭାବକ ଓ ଛାତ୍ର/ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ମାତ୍ର ଛାତ୍ରମାନେ ରୋକଠୋକ ମନାକରି ବାପା ମା’ଙ୍କ ସହ ବସିରହିବୁ ବୋଲି ଘୋଷଣା କରିଥିଲେ । ଏହାର କିଛିକ୍ଷଣ ପରେ ହରଭଙ୍ଗା ତହସିଲଦାର ଆଇଆଇସି ହରଭଙ୍ଗାଙ୍କ ସହ ପହଞ୍ଚି କଣ ଚାହୁଁଛନ୍ତି ବୋଲି ପଚାରି ବୁଝିଥିଲେ । ଏହାପରେ ଗ୍ରାମବାସୀ କ୍ରସର ଓ କ୍ବାରୀ ସମ୍ପୂର୍ଣ୍ଣ ବନ୍ଦ ଦାବୀ କରିଥିଲେ ଏବଂ ସ୍କୁଲପିଲାଙ୍କୁ ସ୍କୁଲ ଛାଡିବାକୁ ତହସିଲଦାର ଅନୁରୋଧ କରିଥିଲେ । ମାତ୍ର ଲୋକେ ପରିବେଶ ପ୍ରଦୂଷଣ ଯୋଗୁଁ ଛୋଟଛୁଆମାନେ ନାନାରୋଗକ୍ରାନ୍ତ ହେଉଥବାରୁ ଆଗେ ସ୍ବାସ୍ଥ୍ୟ ର ସୁରକ୍ଷା ତାପରେ ଯେଉଁକଥା କହିବା ପରେ ତହସିଲଦାର ଚାଲି ଯାଈଥିଲେ । ଆଜିବି ସ୍କୁଲରେ ଉପସ୍ଥାନ ନଗଣ୍ୟ ଥିବା ପରିଲିକ୍ଷିତ ହୋଇଥିଲା । ମାତ୍ର ୦୭ଜଣ ଛାତ୍ର/ଛାତ୍ରୀଙ୍କୁ ନେଇ ବିଦ୍ୟାଳୟ ଚାଲିଥିଲା । ଅପରପକ୍ଷରେ ଆସନ୍ତାକାଲି ବିଦ୍ୟାଳୟର ସମସ୍ତ ଛାତ୍ର/ଛାତ୍ରୀ ତହସିଲଦାରଙ୍କୁ ଭେଟି ନିଜର ସୁବିଧା ଅସୁବିଧା ସମ୍ପର୍କରେ ଦାବୀପତ୍ର ଦେବାର କାର୍ଯ୍ୟକ୍ରମ ଅଛି । ଆଜିର ଏହି ଗଣଧାରଣାରେ ଗ୍ରାମ୍ୟକମିଟି ସଭାପତି ଅକ୍ଷୟ ନାୟକ ସମ୍ପାଦକ ହୃଦାନନ୍ଦ ଦେହୁରୀ ମାଁ ବୁଢୀଠାକୁରାଣୀ ମାତୃମଞ୍ଚର ସଭାନେତ୍ରୀ ସୁକୃତା ଭୋଇ ସମ୍ପାଦିକା ତିଳୋତ୍ତମା କହଁର, ରଞ୍ଜନ ବଗର୍ତ୍ତୀ, ଅଶୋକ ପ୍ରଧାନ, ଯୁଗଳ ପ୍ରଧାନ, ଉମେଶ ନାୟକ, ଅରବିନ୍ଦ ଭୋକ୍ତା, ଅମନ ପ୍ରଧାନ, ଚରଣ ଦେହୁରୀ, ବିନୋଦ ପାତ୍ର,ରାଜକିଶୋର ଥପା ପ୍ରମୁଖଙ୍କ ନେତୃତ୍ବରେ ସମସ୍ତ ଗ୍ରାମବାସୀ ଯୋଗଦେଇଥିଲେ ।

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଧର୍ମଗଡ଼ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

Sunil Chandra Nayak

ବେଦାନ୍ତ କମ୍ପାନୀର ଲାଞ୍ଜିଗଡ଼ ପ୍ଲାଣ୍ଟ ଉପରେ ୨୫ କୋଟିର ଫାଇନ

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ପରିଚାଳନା ଦାୟିତ୍ବ ପକଳ୍ପ ର ନା ସରକାରର ? 

Sunil Chandra Nayak

Leave a Comment

error: Content is protected !!