ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନାବାଲିକା କୁ ଅପହରଣ ଅଭିଯୋଗ

ଚନ୍ଦାହାଣ୍ଡି୪/୧୧(ମ ନି ସ)- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ଜମାଦାରପଡା ଗ୍ରାମ ରେ ଛତିଶଗଡ ରାଜ୍ୟ ଦେଓଭୋଗ ଥାନା ଅଧିନ କୁସକନା ଗ୍ରାମ ର ମନ୍ଟୁ ସୁନାନୀ (୨୨) ଏବଂ ଚନ୍ଦାହାଣ୍ଡି ଥାନା ଅଧିନ ମୋତିଗାଁ ଗ୍ରାମ ର ପ୍ରଶାନ୍ତ କୁମାର ବାଗ୍ (୨୬) ଗତ ୧ ତାରିଖ ମଙ୍ଗଳବାର ଜଣେ ନାବାଳିକା କୁ ଅପହରଣ କରି ଥିବା ନେଇ ନାବାଳିକା ର ମାଁ ହାରାବତୀ ଚୌହାନ ଚନ୍ଦାହାଣ୍ଡି ଥାନା ରେ ଦୁଇ ଯୁବକ ନାମ ରେ ଏତଲା ଦେଇ ଥିବା ନେଇ ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି । ଏତଲା କୁ ଭିତିକରି ଚନ୍ଦାହାଣ୍ଡି ଥାନା କେସ ନଂ ୧୩୬/୨୨ ନୁସାରେ ଏକ ମାମଲା ରୁଜ୍ଜୁ କରି ଦୁଇ ଯୁବକ ନାମରେ ଦଫା ୩୬୩/୨୯୪/୫୦୬/ ୩୪ ଆଇପିସି ଲଗା ଯାଇଛି । ତଦନ୍ତକାରୀ ଅଫିସର ଏସ୍ ଆଇ ଶିବ ପ୍ରସାଦ ମହାନ୍ତି ଘଟଣା କୁ ଗମ୍ବିରତା ର ସହ ନେବା ସହିତ ବିଭିନ୍ନ ସ୍ଥାନ ରେ ଚଢଉ ଜାରି ରଖି ଗତ ୪ ତାରିଖ ଦିନ ଅପହ୍ରୁତା ନାବାଲିକା କୁ ଉଧାର କରି ଥିବା ଚନ୍ଦାହାଣ୍ଡି ଥାନା ତରଫରୁ ସୁଚନା ଦିଆ ଯାଇଛି । ନାବାଳିକା ର ୧୬୪ ବୟାନ ରେକର୍ଡ ପରେ ପରବର୍ତୀ ପଦକ୍ଷେପ ନିଆଜିବ ବୋଲି ଆଇ ଆଇ ସି ଉମେଶ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି । ଚନ୍ଦାହାଣ୍ଡି ଥାନା ରେ ମହିଳା ପୋଲିସ ଅଧିକାରୀ ନ ଥିବା ଫଳରେ ନାବାଳିକା ର ୧୬୪ ବୟାନ ରେକର୍ଡ ଖବର ଲେଖା ହେବା ପ୍ରର୍ଯ୍ୟନ୍ତ ହୋଇ ପାରି ନଥିଲା । ଏ ଦିଗରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏକ ସ୍ୱତନ୍ତ୍ର ଦ୍ରୁଷ୍ଟି ଦେଇ ଚନ୍ଦାହାଣ୍ଡି ଥାନା ରେ ଏକ ମହିଲା ପୋଲିସ ଅଧିକାରୀ ଦେବା କୁ ବିଭିନ୍ନ ମହଲ ରେ ଦାବୀ କରାଯାଇଛି ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

Sunil Chandra Nayak

ରାଜ୍ୟରେ ନିର୍ମାଣ ହେବ ମଡେଲ ମଣ୍ଡି, ୧୨୮ ବହୁମୁଖୀ ଗୋଦାମ ଗୃହ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ ପାଇଁ ନିର୍ଦ୍ଦେଶ

Sunil Chandra Nayak

ବିଶିଷ୍ଟ ଶିକ୍ଷାବିତ ୰ଡଃ ଅକ୍ଷୟ କୁମାର ନନ୍ଦଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

Leave a Comment

error: Content is protected !!