ଚନ୍ଦାହାଣ୍ଡି୪/୧୧(ମ ନି ସ)- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ଜମାଦାରପଡା ଗ୍ରାମ ରେ ଛତିଶଗଡ ରାଜ୍ୟ ଦେଓଭୋଗ ଥାନା ଅଧିନ କୁସକନା ଗ୍ରାମ ର ମନ୍ଟୁ ସୁନାନୀ (୨୨) ଏବଂ ଚନ୍ଦାହାଣ୍ଡି ଥାନା ଅଧିନ ମୋତିଗାଁ ଗ୍ରାମ ର ପ୍ରଶାନ୍ତ କୁମାର ବାଗ୍ (୨୬) ଗତ ୧ ତାରିଖ ମଙ୍ଗଳବାର ଜଣେ ନାବାଳିକା କୁ ଅପହରଣ କରି ଥିବା ନେଇ ନାବାଳିକା ର ମାଁ ହାରାବତୀ ଚୌହାନ ଚନ୍ଦାହାଣ୍ଡି ଥାନା ରେ ଦୁଇ ଯୁବକ ନାମ ରେ ଏତଲା ଦେଇ ଥିବା ନେଇ ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି । ଏତଲା କୁ ଭିତିକରି ଚନ୍ଦାହାଣ୍ଡି ଥାନା କେସ ନଂ ୧୩୬/୨୨ ନୁସାରେ ଏକ ମାମଲା ରୁଜ୍ଜୁ କରି ଦୁଇ ଯୁବକ ନାମରେ ଦଫା ୩୬୩/୨୯୪/୫୦୬/ ୩୪ ଆଇପିସି ଲଗା ଯାଇଛି । ତଦନ୍ତକାରୀ ଅଫିସର ଏସ୍ ଆଇ ଶିବ ପ୍ରସାଦ ମହାନ୍ତି ଘଟଣା କୁ ଗମ୍ବିରତା ର ସହ ନେବା ସହିତ ବିଭିନ୍ନ ସ୍ଥାନ ରେ ଚଢଉ ଜାରି ରଖି ଗତ ୪ ତାରିଖ ଦିନ ଅପହ୍ରୁତା ନାବାଲିକା କୁ ଉଧାର କରି ଥିବା ଚନ୍ଦାହାଣ୍ଡି ଥାନା ତରଫରୁ ସୁଚନା ଦିଆ ଯାଇଛି । ନାବାଳିକା ର ୧୬୪ ବୟାନ ରେକର୍ଡ ପରେ ପରବର୍ତୀ ପଦକ୍ଷେପ ନିଆଜିବ ବୋଲି ଆଇ ଆଇ ସି ଉମେଶ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି । ଚନ୍ଦାହାଣ୍ଡି ଥାନା ରେ ମହିଳା ପୋଲିସ ଅଧିକାରୀ ନ ଥିବା ଫଳରେ ନାବାଳିକା ର ୧୬୪ ବୟାନ ରେକର୍ଡ ଖବର ଲେଖା ହେବା ପ୍ରର୍ଯ୍ୟନ୍ତ ହୋଇ ପାରି ନଥିଲା । ଏ ଦିଗରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏକ ସ୍ୱତନ୍ତ୍ର ଦ୍ରୁଷ୍ଟି ଦେଇ ଚନ୍ଦାହାଣ୍ଡି ଥାନା ରେ ଏକ ମହିଲା ପୋଲିସ ଅଧିକାରୀ ଦେବା କୁ ବିଭିନ୍ନ ମହଲ ରେ ଦାବୀ କରାଯାଇଛି ।
ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍