ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦାଦନ ସମସ୍ୟା ରୋକିବା ପାଇଁ ପ୍ରୟାସ,କେସିଙ୍ଗା ରୁ ଭବାନୀପାଟଣା ମହିପାଳ ପୋଢ ଙ୍କ ପଦଯାତ୍ରା

ଉତ୍କେଲା,୦୫/୦୬,(ମ ନି ସ),କଳାହାଣ୍ଡି ରେ ଦିନକୁ ଦିନ ଦାଦନ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଅଞ୍ଚଳରେ ନିଯୁକ୍ତି ର ଅଭାବ ଓ କାମଧନ୍ଧା ଠିକ ଭାବରେ ମିଳୁ ନ ଥିବାରୁ ଜିଲ୍ଲା ର କୋଣ ଅନୁକୋଣ ରୁ ହଜାର ହଜାର ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଓ ସେଠାରେ ନିଯ୍ୟାତିତ ଶୋଷଣ ର ଶିକାର ହେଉଛନ୍ତି। ଅଞ୍ଚଳରେ ଦାଦନ ର ମୃତ୍ୟୁ ହାର ଅଧିକ ମାତ୍ରାରେ ବଢୁଛି।ତେଣୁ ସରକାର କଳାହାଣ୍ଡି ଅଞ୍ଚଳରେ ଲୋକଙ୍କୁ କାମଧନ୍ଧା ଠିକ ଭାବରେ ଯୋଗାଇବା ବ୍ୟବସ୍ଥା କରାଗଲେ ଏହି ସମସ୍ୟା ର ସମଧାନ ହୋଇପାରନ୍ତା। ଦାଦନ ସମସ୍ୟା ର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବାହାଦୁରପଦର ଗ୍ରାମର ମହିପାଳ ପୋଢ କେସିଙ୍ଗା ରୁ ବାହାରି ଭବାନୀପାଟଣା ପ୍ରଯ୍ୟନ୍ତ ଜନ ସଚେତନତା ପାଇଁ ପଦଯାତ୍ରା କରିଥିବାର ଆଜି ଦେଖିବାକୁ ମିଳିଛି। ସୋମବାର ଦିନ ଏହି ବିଷୟ କୁ ନେଇ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବୀ ପ୍ରଦାନ କରିବେ ବୋଲି ମହିପାଳ କହିଛନ୍ତି। ଏହି ପଦଯାତ୍ରା ରବିବାର ସକାଳ ୧୧ ଟାରେ ଉତ୍କେଲା ରେ ପହଞ୍ଚି ଥିବା ବେଲେ ତାଙ୍କୁ ଉତ୍କେଲା  ରେ ସାମ୍ବାଦିକ ଅର୍ଜୁନ ପୋଢ ,ସୁଦର୍ଶନ ଭୋଇ,ଯୁଗଳକିଶୋର ବଗର୍ତି,ନରେଶ ଶବର,ସୁବାଷ ବାଗ ପ୍ରମୁଖ ଫୁଳତୋଡା ଦେଇ ତାଙ୍କୁ ସ୍ବାଗତ ଜଣାଇଥିଲେ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ ।

Related posts

ସାହିତ୍ୟ ଅଗଣା

Sunil Chandra Nayak

ରଶି ଲଗାଇ ଯୁବକ ର ଆତ୍ମହତ୍ୟା

Sunil Chandra Nayak

ଶରଣ ଶ୍ରୀକ୍ଷେତ୍ରରୁ ଆଜି ଚିଣ୍ଟୁ ବାବାଙ୍କ ପୁରୀ ଗସ୍ତ

Sunil Chandra Nayak

Leave a Comment

error: Content is protected !!