ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଙ୍ଗାଲୁର ରୁ ଗାଁକୁ ଫେରୁଛି ଦାଦନ ଶ୍ରମିକଙ୍କ ଶବ

କୋକସରା,୫ା୬-( ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଦାଦନ ଦୁଃଖ ଥମିବାର ନାଁ ଧରୁନି । ସପ୍ତାହେ ନ ପୁରୁଣୁ ପୁଣି ଜଣ ଦାଦନ ଶ୍ରମିକଙ୍କ ଶବ ଗାଁ କୁ ଫେରୁଛି । ମୃତ ଦାଦନ ଶ୍ରମିକ ହେଲେ ମୁଷାପାଲି ପଞ୍ଚାୟତ ଖପ୍ରାମାଲ ଗ୍ରାମର କୃଷ୍ଣ ଚନ୍ଦ୍ର ନାଏକଙ୍କ ସାନ ପୁଅ ଗଜିନ ନାଏକ (୨୧) । ଗଜିନ ପ୍ରାୟ ୪ବର୍ଷ ତଲେ ପେଟ ପାଟଣା ପାଇଁ ବେଙ୍ଗାଲୁର କୁ କାମ କରି ଯାଇଥିଲେ । ହେଲେ ଗତ କାଲି ସନ୍ଧ୍ୟା ରେ ହଠାତ ଗଜିନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା । ଘର ଲୋକେ ଖବର ପାଇବା ପରେ ତାଙ୍କୁ ପଇସା ପଠାଇଥିଲେ । ହେଲେ ଡାକ୍ତରଖାନା ରେ ଚିକିତ୍ସା ହେଉଥିବା ବେଳେ ଅତ୍ୟଧିକ ସ୍ୱାସ୍ଥ୍ୟ ବିଗିଡି ଯିବାରୁ ଶନିବାର ରାତ୍ରିରେ ଗଜିନ ମୃତ୍ୟୁ ବରଣ କରିଥିବା ସୁଚନା ମିଲିଛି । ମୃତକ ଙ୍କ ବଡ଼ ଭାଇ ଟିକ ନାଏକ ମଧ୍ୟ ଅନ୍ୟ ଏକ ସ୍ଥାନରେ ଦାଦନ ଖଟୁଥିବା ବେଳେ ଭାଇଙ୍କ ମୃତ୍ୟୁ ଖବର ପାଇ ସେଠାକୁ ପହଞ୍ଚି ଥିଲେ । ଗରୀବ ପରିବାର ହୋଇଥିବାରୁ ଶବ ଆଣିବା ସକ୍ଷମ ନଥିବାବେଳେ ଧାର କରଜ କରି ଶବ ଆଣୁଥିବା ଜଣାପଡିଛି । ତେବେ ସୋମବାର ରାତିରେ ଗଜିନଙ୍କ ମୃତ ଦେହ ଗାଁ କୁ ପହଞ୍ଚିବ ବୋଲି ପରିବାର ପକ୍ଷରୁ ସୂଚନା ମିଲିଛି ।

Related posts

ଏଣିକି କେନ୍ଦ୍ରୀୟ ବିଦ୍ୟାଳୟରେ ମାଗଣାରେ ପଢ଼ିବେ କୋଭିଡ ଅନାଥ…

Sunil Chandra Nayak

ସର୍ଟସାର୍କିଟ ଯୋଗୁଁ ନିଆଁ ଲାଗି ଘର ଜଳିଗଲା… ଅଲ୍ପକେ ବର୍ତ୍ତିଲେ ୭୫ ବର୍ଷିୟା ବିଧବା

Sunil Chandra Nayak

ନାବାଲିକା କୁ ଅପହରଣ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!