ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେଲିବନ୍ଧ କ୍ଲଷ୍ଟରରେ ଶିଶୁ ମହୋତ୍ସବ ସୁରଭି

ବୌଦ୍ଧ – 19/10:- ବୌଦ୍ଧ ବ୍ଲକ ତେଲିବନ୍ଧ ଗ୍ରାମପଞ୍ଚାୟତ ଅଧିନସ୍ଥ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ତେଲିବନ୍ଧ ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମୋହତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ପ୍ରଧାନ ଅଧ୍ୟକ୍ଷତା କରିଥିବାବେଳେ ସି ଆର ସି ସି ରାଜକୁମାର ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ବରିଷ୍ଠ ଓ କନିଷ୍ଠ ଦୁଇଟି ବିଭାଗରେ ବିତର୍କ,ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ, ସୃଜନଶୀଳ ଲିଖନ, ବକ୍ତୃତା, ସଙ୍ଗୀତ, ହସ୍ତାକ୍ଷର ଲିଖନ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ବିଷୟରେ ପ୍ରତିଯୋଗିତା ମାନ ଆୟୋଜନ କରାଯାଇଥିଲା l ଛାତ୍ର /ଛାତ୍ରୀ ବୈଷ୍ଣବୀ ବିଶ୍ୱାଳ, ଅଙ୍କିତ ପ୍ରଧାନ, ବାଦଲ ବାରିକ, ଶିବାନୀ ନାଏକ, ଦୀପଶିଖା ନାଏକ, ତେଲିବନ୍ଧ ହାଇସ୍କୁଲ, ସ୍ୱାଗତ ଦେହୁରୀ, ସୋମ୍ୟାଶ୍ରୀ ଲୋଇ,ଅଭିଷେକ ଭୋକ୍ତା କମ୍ପରା ୟୁ ପି ସ୍କୁଲ, କାହ୍ନୁ ମେହେର, ଲିଜା ମେହେର,ଶିବାନୀ ମେହେର, ଲିପି ଭବସାଗର ଆନନ୍ଦପୁର ୟୁପି ସ୍କୁଲ ଙ୍କ ସହିତ ତେଲିବନ୍ଧ ହାଇସ୍କୁଲର ସାଂସ୍କୃତିକ ଦଳ ବ୍ଲକ ସ୍ତର ସୁରଭି ପାଇଁ ମନୋନୀତ ହୋଇଛନ୍ତି l ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ପ୍ରଧାନ, ଅନନ୍ତି ଭୋଇ, ସୌଦାମିନୀ ପ୍ରଧାନ, ଶିକ୍ଷକ /ଶିକ୍ଷୟିତ୍ରୀ ଶମ୍ଭୁ ଗିରି, ଗିରିଶ ମେହେର, ଅଶୋକ କୁମାର ଘିବେଲା, ହାଡିବନ୍ଧୁ ବେହେରା, ମୋନାଲିସା ଆଚାର୍ଯ୍ୟ, ରଶ୍ମିତା ସାହୁ, ସୁବାସ ଚନ୍ଦ୍ର ପ୍ରଧାନ,ତରଙ୍ଗିଣୀ ବେହେରା, କୁମରମଣୀ ଖିଲାର, ସଞ୍ଜୟ କୁମାର ନାୟକ ପ୍ରମୁଖ ବିଚାରକ ଭାବରେ ଦାୟିତ୍ୱ ତୁଲାଇ ଥିଲେ l ସୁଧାଂଶୁ ଶେଖର ସାହୁ ଧନ୍ୟବାଦ ଦେଇଥିଲେ l ପ୍ରକାଶ ଥାଉକି ଆସନ୍ତା ତା 25-10-2022ରିଖରେ ଉକ୍ତ ସ୍ଥାନରେ ବୌଦ୍ଧ ବ୍ଲକସ୍ତରୀୟ ସୁରଭି ଅନୁଷ୍ଠିତ ହେବାର ଯୋଜନା ରହିଅଛି l

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଦୁର୍ଗମ ତ୍ରିଲୋଚନପୁର ଓ ବିକାଶନଗର ପରିଦର୍ଶନ 

ଆଠ ନମ୍ବର ୱାର୍ଡ କାଉନସିଲର ସକ୍ରିୟ , ନିଜେ ରହି ନାଳି ନର୍ଦ୍ଧମା ସଫା କରାଇଲେ

Sunil Chandra Nayak

କବିତା

Sunil Chandra Nayak

Leave a Comment

error: Content is protected !!