ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୌଦ୍ଧରେ ମେଗା ସ୍ୱଚ୍ଛ ଭାରତ 2.0 ଅନୁଷ୍ଠିତ

ବୌଦ୍ଧ -19-10- ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ମନ୍ତ୍ରଣାଳୟ ଅଧୀନସ୍ଥ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଆନୁକୂଲ୍ୟରେ ନେହେରୁ ଯୁବ କେନ୍ଦ୍ର କର୍ମକର୍ତ୍ତା ଆସମାନ ମହାକୁଡ଼ଙ୍କ ତତ୍ତ୍ୱାବଧାନରେ ଗାନ୍ଧିଜୀଙ୍କ ଜନ୍ମ ତିଥି ଅନୁସାରେ ଅକ୍ଟୋବର୧ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୩୧ ତାରିଖରେ ସମାପ୍ତ ହେବାକୁ ଥିବା ସ୍ୱଚ୍ଛ ଭାରତ 2.0 ଆଜି ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲା ସ୍ତରୀୟ ମେଗା ସ୍ୱଚ୍ଛ ଭାରତ 2.0 ଓ ପ୍ଲାଷ୍ଟିକ ସଂଗ୍ରହ ଅଭିଯାନ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୁବ ରେଡ଼କ୍ରସ ର ଜିଲ୍ଲା ସମ୍ପାଦକ ପ୍ରବୀର କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଅବଗତ କରାଇବା ସହ ଯୁବ ବର୍ଗଙ୍କ ଏହି ମହନୀୟ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକର ବିଭିନ୍ନ ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ଗୋଷ୍ଠିକେନ୍ଦ୍ର, ସ୍ୱାସ୍ଥ୍ୟକେନ୍ଦ୍ର, ପର୍ଯ୍ୟଟନ ସ୍ଥଳୀ ପ୍ରଭୃତି ସ୍ଥାନ ଗୁଡିକରେ ସ୍ୱଚ୍ଛତା ରଖିବାକୁ କାର୍ଯ୍ୟକ୍ରମ ରହିଥିବାରୁ ଏହି ଆଧାରରେ ଆଜି ବୌଦ୍ଧ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ANM & GNM ମହାବିଦ୍ୟାଳୟ, ଜହ୍ନାପଙ୍କ ଗନ୍ଧରାଡ଼ି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଏବଂ ଜିଲ୍ଲାର ବିଭିନ୍ନ ପ୍ରାନ୍ତର ଯୁବକ ସଙ୍ଘ ମାନଙ୍କୁ ନେଇ ମେଗା ସ୍ୱଚ୍ଛ ଭାରତ 2.0 ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ , ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ଅବିନାଶ ମିଶ୍ର ,ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧକ୍ଷ ରବୀନ୍ଦ୍ର ନାଥ ଗୁରୁ,ANM & GNM ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରଜ୍ଞା ପରିମିତା , ଜହ୍ନାପଙ୍କ ଗନ୍ଧରାଡ଼ି ମହାବିଦ୍ୟାଳୟ ର କ୍ରୀଡ଼ା ଶିକ୍ଷକ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ନେହରୁ ଯୁବ କେନ୍ଦ୍ରର କର୍ମକର୍ତ୍ତା ସୁଧିର ଦୀପ, ସୁପ୍ରିୟା ଦେହୁରୀ, ମନୋଜ ଭୋକ୍ତା, ପ୍ରବୀଣା କର୍ଣ୍ଣ, ଧରଣୀଧର ବିଭାର, ଯାଜ୍ଞସେନି ରଣା ସକ୍ରିୟ ସହଯୋଗ କରିଥିଲେ ।

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

କେଲୁଆ ଗ୍ରାମର ମତଦାନ କେନ୍ଦ୍ର ପରିବର୍ତ୍ତନ, ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତି

Sunil Chandra Nayak

ରୀକ୍ଷିରାମ ମେହେର ଙ୍କ କବିତା ଶେଷ ଇଚ୍ଛା

ଉତ୍କେଲା ରେ ଜୈନ ମୁନିଙ୍କ ଆଗମନ

Sunil Chandra Nayak

Leave a Comment

error: Content is protected !!